ମହିଳାଙ୍କ ପ୍ରବେଶ ମନା ! ବିଶ୍ୱର ୬ଟି ସ୍ଥାନ, ଯେଉଁଠି ମହିଳାଙ୍କ ପ୍ରବେଶ ନିଷେଧ

79

ବିଶ୍ୱରେ ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟକ ଲୋକ ବୁଲିବାକୁ ଯାଆନ୍ତି । ସେହିଭଳି କିଛି ଏଭଳି ଜାଗା ରହିଛି ଯେଉଁଠି କି ମଧ୍ୟ କଠୋର ନିୟମମାନ ଦେଖିବାକୁ ମିଳିଛି । ତେବେ ଆଜି ଆମେ ଆପଣଙ୍କୁ ସେହିସ୍ଥାନ ସଂପର୍କରେ ଜଣାଇବୁ ଯେଉଁଠାରେ କି ମହିଳାଙ୍କ ପ୍ରବେଶକୁ ନେଇ ସିଧାସଳଖ ଭାବରେ ବାରଣ କରାଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ତାଲିକାରେ ଭାରତର ଏକ ସହର ମଧ୍ୟ ସ୍ଥାନ ପାଇଛି ।

ଭାରତରେ ସାଧାରଣତଃ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ପ୍ରାୟତଃ ସମାନ ପ୍ରକାରର ନିୟମ କାନୁନ୍ ରହିଛି । କିନ୍ତୁ କେରଳର ଶବରିମାଳା ସ୍ଥିତ ଆୟପାନ ମନ୍ଦିରରେ ଦେଖାଦେଇଛି ବ୍ୟତିକ୍ରମ । କାରଣ ଏଠାରେ ମହିଳାଙ୍କ ପ୍ରବେଶ ସଂପୂର୍ଣ୍ଣ ନିଷେଧ । ଏଥିପାଇଁ ମଧ୍ୟ କଡା ନିୟମ ପ୍ରଣୟନ କରାଯାଇଛି । ଆଉ ଏହି ନିୟମ ଅନୁସାରେ ଉକ୍ତ ମନ୍ଦିର ମଧ୍ୟକୁ ୬ବର୍ଷରୁ ଆରମ୍ଭ କରି ପାଖାପାଖି ୬୦ ବର୍ଷ ଯାଏଁ ମହିଳାଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଜାପାନରେ ଥିବା ମାଉଂଟ ଓମିନ ନାମକ ଏକ ବୁଦ୍ଧ ମଠରେ ମହିଳାଙ୍କ ପ୍ରବେଶକୁ ବାରଣ କରାଯାଇଥାଏ । ପାଖାପାଖି ୧୩୦୦ ବର୍ଷ ପୁରୁଣା ମାନୋଷ୍ଟ୍ରିରେ ଧାର୍ମିକ କାରଣରୁ ମହିଳାଙ୍କ ପ୍ରବେଶ ନେଇ ରୋକ୍ ଲଗାଯାଇଛି ।

ଗ୍ରୀସରେ ଥିବା ମାଉଂଟ ଏଥୋସ ନାମକ ମନ୍ଦିରରେ ମହିଳାଙ୍କ ଯିବା ବର୍ଜିତ ଅଟେ । କୁହାଯାଏ ବୁଦ୍ଧିଷ୍ଟର ସନ୍ଥମାନେ ଏଠାରେ ଅବସ୍ଥାନ କରନ୍ତି । ଯାହା କାରଣରୁ ମହିଳାଙ୍କ ପ୍ରବେଷକୁ ନେଇ ଏଠାରେ ପ୍ରତିବନ୍ଧକ ଲଗାଯାଇଛି ।

ଏହି ଗୋଲ୍ଫ କୋର୍ସରେ ମହିଳାଙ୍କ ଅନୁପ୍ରବେଶକୁ ବାରଣ କରାଯାଇଥାଏ । କୁହାଯାଏ, କି ଏହି ସୁନ୍ଦର ଜାଗାକୁ ରାଜନୈତିକ ଏବଂ ସୁପ୍ରିମ କୋର୍ଟର ଜର୍ଜମାନେ ହିଁ କେବଳ ଯାଆନ୍ତି । ଯଦିଓ ୧୯୮୧ରେ ପ୍ରଥମ ଥର କୌଣସି ମହିଳା ଏଥି ମଧ୍ୟକୁ ପ୍ରବେଶ କରିଥିଲେ ,ଯିଏ କି ସୁପ୍ରିମ କୋର୍ଟର ଜଣେ ମହିଳା ଜର୍ଜ ଥିଲେ ।

ଇରାନର ପ୍ରସିଦ୍ଧ ଆଜାଦୀ ସୋକ୍କର ଷ୍ଟାଡିୟମ ମଧ୍ୟକୁ ମଧ୍ୟ ମହିଳାଙ୍କ ପ୍ରବେଶ ନିଷେଧ ଅଟେ । ଆଉ ଏଥିପାଇଁ କଡା ନିୟମ ମଧ୍ୟ ପ୍ରଣୟନ କରାଯାଇଛି ।

ଟୁର୍ ଡେ ହେଉଛି ଏକ ପ୍ରକାରର ସାଇକେଲ ପ୍ରତିଯୋଗିତା । ଯାହାକି ପ୍ରତିବର୍ଷ ଫ୍ରାନ୍ସରେ ଅନୁଷ୍ଠିତ ହୋଇଥାଏ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ଖେଳରେ ମହିଳାଙ୍କ ଭାଗ ନେବା ପାଇଁ ସିଧାସଳଖ ବାରଣ କରାଯାଇଛି ।