ବିସ୍ମୟ କନ୍ୟା ସାଲିନୀ ! ଯାହାକୁ ଗାଧେଇବାକୁ ପଡେ ଘଡିକୁ ଘଡି ନଚେତ୍ ପାଲଟିଯାଏ ସାପ

100

ମାତ୍ର ୧୬ ବର୍ଷ ବୟସର ହେବ ସାଲିନୀ । ବର୍ତ୍ତମାନ ତାକୁ ଘଡିକୁ ଘଡି ଗାଧେଇବାକୁ ପଡୁଛି । ଯଦି ସେ ଏପରି ନ କରେ ତେବେ ସେ ପୂରାପୂରି ସାପ ହୋଇଯିବ । ଆଜ୍ଞା ହଁ ! କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ଏକଦମ ସତ୍ୟ । ତେବେ ଆସନ୍ତୁ ଜାଣନ୍ତୁ ଏହି ଘଟଣାର ପ୍ରକୃତ ରହସ୍ୟ ।

ସୂଚନା ଅନୁସାରେ, ମାତ୍ର ୧୬ ବର୍ଷୀୟ ସାଲିନୀ ଏକ ପ୍ରକାର ଚର୍ମ ରୋଗରେ ଆକ୍ରାନ୍ତ । ଯେଉଁ କାରଣରୁ ତାର ସଂପୂର୍ଣ୍ଣ ଶରୀର ଶୁଖି ଯିବା ସହ ପ୍ରତି ସପ୍ତାହରେ ଚର୍ମ ଛାଡିଥାଏ । ତେବେ ଏଥିପାଇଁ ସେ ସବୁବେଳେ ଗାଧେଇବା ସହ ବିଭିନ୍ନ ପ୍ରକାରର ତୈଳାକ୍ତ ଜିନିଷ ତାକୁ ଶରୀରରେ ପ୍ରୟୋଗ କରିବାକୁ ପଡିଥାଏ । ସେ ଏଗୁଡିକୁ ଏଥିପାଇଁ କରେ କେବଳ ଏହି ରୋଗରୁ ରକ୍ଷା ପାଇବା ପାଇଁ । ଖାଲି ସେତିକି ନୁହେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଯଦି ସେ ଏଭଳି ନ କରେ ତେବେ ତାର ସଂପୂର୍ଣ୍ଣ ଶରୀର ସାପ ଭଳି ଦେଖାଯିବ । ତେବେ ଏହି କାରଣରୁ ମଧ୍ୟ ତାକୁ ଅଧିକାଂଶ ଲୋକ ନାଗକନ୍ୟା ବୋଲି କୁହନ୍ତି ।

ସାଲିନୀକୁ ଏଥିପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାରର ସମାଲୋଚନର ଶିକାର ହେବାକୁ ପଡିଛି । ଏଥିପାଇଁ ସାଲିନୀର ପାଠପଢା ମଧ୍ୟ ଅଧାରୁ ବନ୍ଦ ହୋଇଯାଇଛି । କାରଣ ତାର ଏଭଳି ବିକଟାଳ ଶରୀରକୁ ଦେଖି ତା ସହ ପଢିବାକୁ ପିଲାମାନେ ଭୟ କରିବା ସହ ସ୍କୁଲ ଆସିବା ବନ୍ଦ କରି ଦେଇଥିଲେ ଆଉ ଯେଉଁ କାରଣରୁ ସ୍କୁଲ କତ୍ତୃପକ୍ଷ ସାଲିନୀକୁ ସ୍କୁଲ ଯିବାକୁ ବାରଣ କରିଥିଲେ । ତେବେ ଏଥିପାଇଁ ସାଲିନୀର ବାପା-ମାଆ ଚିକିତ୍ସା ପାଇଁ ଅନେକ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ମଧ୍ୟ ତାଙ୍କୁ ଏଯାବତ୍ କୌଣସି ସୁଫଳ ମିଳିପାରି ନାହିଁ ।