ସିରିୟଲ କିଲର୍ ଭୟରେ ଗୁଡଗାଓ! ଛୋଟ ପିଲାଙ୍କୁ ଧର୍ଷଣ ପରେ କରୁଛି ହତ୍ୟା

68

ସାଇବର ସିଟି ଗୁଡଗାଓ ଅଂଚଳରେ ନିରୀହ ଶିଶୁମାନଙ୍କୁ ଶିକାର କରି ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଥିବା କାମନା ସକ୍ତ ଜଣେ ସିରିୟଲ କିଲର ଘୂରି ବୁଲୁଛି । ଗୋଟେ ପରେ ଗୋଟେ ଲଗାତର ଭାବେ ପାଖାପାଖି ୪ ଜଣ ନିହୀର ଶିଶୁକନ୍ୟାଙ୍କୁ ଅପହରଣ କରି ପ୍ରଥମେ ଦୁଷ୍କର୍ମ ଓ ପରେ ଅତି ଆମାନୁସିକ ରପେ ସେମାନଙ୍କର ହତ୍ୟା କରାଯାଇଥିବା ଘଟଣାକୁ ନେଇ ଏହା ଜଣେ ସିରିୟଲ କିଲରର କାମ ହୋଇ ଥାଇପାରେ ବୋଲି ପୋଲିସ ପକ୍ଷରୁ ସନ୍ଦେହ ଜାତ ହୋଇଛି ।

ସୂଚନା ମୁତାବକ, ଆଜିକାଲି ଗୁଡଗାଓ ସହରରେ ଜଣେ ଅଜଣା ସିରିୟଲ କିଲରର ଛାୟା ଘୂରି ବୁଲୁଛି । ଏକ ଏଭଳି ସିରିୟଲ କିଲର ଯିଏ କି କେବଳ ୩-୧୦ ବର୍ଷର ନିରୀହ ନିଷ୍ପାପ ଶିଶୁକନ୍ୟାଙ୍କୁ ହିଁ ନିଜର ଶିକାର କରୁଛି । କିନ୍ତୁ ବଡ ଦୁଃଖଦ ଘଟଣା ମାନବିକତାର ତଂଟି ଚିପିଥିବା ଏଭଳି ଜଣେ ସଇତାନକୁ ଧରିବାରେ ପୋଲିସ ହୋଇଛି ବିଫଳ ।

ପ୍ରଥମ ଘଟଣାଟି ଘଟିଥିଲା ୨୪ ନଭେମ୍ବର ୨୦୧୬ରେ ସାଉଥ ସିଟି ମନ୍ଦିର ପରିସରରୁ ଜଣେ ୪ ବର୍ଷର ନିରୀହ ଶିଶୁକନ୍ୟାର ଅପହରଣ ହେବାର ପାଖାପାଖି ୨ ମାସ ପରେ ସେହିଠାରୁ ହିଁ କନ୍ୟାଟିର ମୃତଦେହ ଠାବ କରାଯାଇଥିଲା । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣା ପଡିଥିଲା କି ଶିଶୁଟିକୁ ପ୍ରଥମେ ଦୁଷ୍କର୍ମ ଓ ପରେ ତାର ଗଳାଚିପି ହତ୍ୟା କରାଯାଇଥିଲା ।

ଦ୍ୱିତୀୟ ଘଟଣାଟି ଘଟିଥିଲା ୨୪ ଡିସେମ୍ବର,୨୦୧୬ରେ, ଏକ ବ୍ୟସ୍ତବହୁଳ ସ୍ଥାନରୁ ପୁଣି ଜଣେ ଶିଶୁକନ୍ୟାର ଅପହରଣ ହୋଇଯାଇଥିଲା ଆଉ ଯାହାର ଟେର ଏପର୍ଯ୍ୟନ୍ତ ବି ପୋଲିସକୁ ମିଳିପାରି ନାହିଁ ।

ତୃତୀୟ ଘଟଣାଟି ଘଟିଥିଲା, ୫ ଜାନୁଆରୀ ୨୦୧୭ରେ , ଜଣେ କ୍ୟାବିନେଟ୍ ମନ୍ତ୍ରୀ ଙ୍କ ବାସଭବନ ପରିସରରୁ ସେହି ଅଂଚଳରୁ ଜଣେ ୭ ବର୍ଷର କନ୍ୟାର ଅପହରଣ ହୋଇଥିଲା । ଯାହାର ଠିକ୍ ୨୦ ଦିନ ପରେ ଅର୍ଥାତ୍ ଗତ ୨୫ ଜାନୁଆରୀକୁ ଗୁରୁ ଦ୍ରୋଣାଚାର୍ଯ୍ୟ ପାର୍କ ମଧ୍ୟରୁ ଏକ ପାଣି ଟାଙ୍କିରୁ କନ୍ୟାଟିର ମୃତଦେହ ଉଦ୍ଧାର କରାଯାଇଛି ।

ଚତୁର୍ଥ ମାମଲା ଘଟିଛି ଗତ ୧୫ ଜାନୁଆରୀ ୨୦୧୭ରେ , ଗୁଡଗାଓର ଷ୍ଟାଡିୟମ ନିକଟରୁ ଜଣେ ୧୦ ବର୍ଷର ନାବାଳିକା ହଠାତ୍ ଗାଏବ ହୋଇଯାଇଥିଲା । ପୋଲିସ ପକ୍ଷରୁ ଛାନଭିନ ଜାରି ରହିଥିବାବେଳେ ଗତ ୨୩ ତାରିଖରେ ନିକଟସ୍ଥ ଏକ ଶିଶୁମନ୍ଦିର ପରିସରରେ ଥିବା ଏକ ପାଣି ଟାଙ୍କିରୁ ନାବାଳିକାଟିର ମୃତଦେହ ମିଳିଥିଲା । ଆଉ ମୃତ୍ୟୁର କାରଣ ଥିଲା ପୂର୍ବ ପରି ସମାନ ଅର୍ଥାତ୍ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ।

ଏହି ସେହି ୪ଟି ମାମଲା ଯାହା କେବଳ ସଂପୂର୍ଣ୍ଣ ସହରରେ କୋକୁଆ ଭୟ ସୃଷ୍ଟି କରିଛି ତାହା ନୁହେଁ ବରଂ ସହରରେ ନିୟୋଜିତ ସ୍ମାର୍ଟ ପୋଲିସଠାରୁ ପଡିଛି ଭାରି । ଏହି ୪ଟି ମାମଲାରେ ରହିଛି ସମାନ ସାମଞ୍ଜସ୍ୟ । ଏହି ସବୁ ଘଟଣାରେ ଉକ୍ତ ବ୍ୟକ୍ତି ଜଣକ ଛୋଟ ଛୋଟ ଶିଶୁ କନ୍ୟାଙ୍କୁ ହିଁ ଶିକାର ବନାଇଛି । ପ୍ରଥମେ ଅପହରଣ କରେ ଓ ପରେ ସେମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଖାଲି ସେତିକି ନୁହେଁ ହତ୍ୟାପରେ ମୃତଦେହଟିକୁ ଗାଏବ କରିବା ତରିକା ମଧ୍ୟ ସମାନ ଦେଖିବାକୁ ମିଳିଛି । ତେବେ ଏହାକୁ କେନ୍ଦ୍ରକରି ଏଭଳି କାଣ୍ଡ ଜଣେ ସିରିୟଲ କିଲରର ହୋଇଥାଏପାରେ ବୋଲି ପୋଲିସ ସନ୍ଦେହ କରିଛି ।