ଏଣିକି ଖୋଲାରେ ପରିସ୍ରା କଲେ ବାଜିବ ସିଟି, ବସିବ ଲାଠି : ସରକାର ଦେଲେ ନିର୍ଦ୍ଦେଶ

50

ଖୋଲାରେ ପରିସ୍ରା କଲେ ଅଧିକାରୀ ମାରିବେ ସିଟି । ତେବେ ଖୋଲାରେ ପରିସ୍ରା କରୁଥିବା ବ୍ୟକ୍ତିବିଶେଷଙ୍କୁ ରୋକିବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ହାଇଦ୍ରବାଦ ନଗରପାଳିକା ପରିଷଦ । ନଗରପାଳିକା ପରିଷଦ ନିଜର କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି କି ସେମାନେ ସିଟି ମାରି ଏବଂ ତଳେ ଠେଙ୍ଗାକୁ ବାଡେଇ ବାଡେଇ ଲୋକଙ୍କୁ ଏଭଳି କାର୍ଯ୍ୟରୁ ହତୋତ୍ସାହିତ କରିବାକୁ ।

ଏହି ନୂଆ ପଦକ୍ଷେପ ବା ବ୍ୟବସ୍ଥାର ନାଁ ରହିଛି ‘ଲାଠି, ସିଟି’ । କୌଣସି ବ୍ୟକ୍ତିକୁ ଖୋଲାରେ ବା ସାର୍ବଜନୀନ ସ୍ଥାନରେ ପରିସ୍ରା କରୁଥିବାର ନଜର ଆସିଲେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ଜିଏଚଏମସିର କର୍ମଚାରୀମାନେ ସିଟି ବଜାଇ ଏବଂ ଠେଙ୍ଗାକୁ ତଳେ ବାଡେଇ ବାଡେଇ ଲୋକଙ୍କର ଧ୍ୟାନ ପରିସ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଆକର୍ଷିତ କରିବେ । ଖାଲି ସେତିକି ନୁହେଁ ଖୋଲାରେ ପରିସ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଜରିମାନା ଏବଂ ତାଙ୍କୁ ଫୁଲହାର ମଧ୍ୟ ପିନ୍ଧାଇବାର ବ୍ୟବସ୍ଥା ରହିଛି ।

ଏଠାରେ ଆମେ କହି ରଖୁଛୁ କି, ଜନତା ସୁବିଧା ପାଇଁ ସରକାର ୧୦୯ ସାର୍ବଜନୀକ ଶୌଚାଳୟ, ୪୬ ଶୁଲଭ ଶୌଚାଳୟ ଏବଂ ୨୦ଟି ସାମୂଦାୟିକ ଶୌଚାଳୟ ନିର୍ମାଣ କରିଛନ୍ତି । ଏହାବ୍ୟତୀତ, ପେଟ୍ରୋଲ ପମ୍ପ, ହୋଟେଲ ଏବଂ ରେଷ୍ଟୁରାଂଟ ଆଦି ମାନଙ୍କରେ ବି ଲୋକଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି ।

ସୌଜନ୍ୟ: ନ୍ୟୁଜ୍ ୧୮