ଜାନୁଆରି ୩୧ରେ ଆକାଶରେ ଦିଶିବ ଦୁର୍ଲଭ ଚନ୍ଦ୍ର ! ଜାଣନ୍ତୁ ଏହି ‘ସୁପର ବ୍ଲଡ ମୁନ’କୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା

65

ଜାନୁଆରି ମାସ ଶେଷ ଅର୍ଥାତ୍ ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଏହାକୁ ବୈଜ୍ଞାନିକମାନେ ‘ସୁପର୍ ବ୍ଲଡ୍ ମୁନ୍’ବୋଲି କହୁଛନ୍ତି । ନାସା ପକ୍ଷରୁ ଏହି ସୂଚନା ମିଳିଛି । ନାସା ବୈଜ୍ଞାନିକମାନଙ୍କ ମୁତାବକ, ସୁପର ମୁନ୍ କାରଣରୁ ଚନ୍ଦ୍ର ପ୍ରତିଦିନ ଅପେକ୍ଷା ୧୪ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଚମକ ରହିବ। ଏହି ମାସର ପହିଲାରେ ବି ସୁପର ମୁନ୍ ଦେଖିବାକୁ ମିଳିଥିଲା । ଚଳିତମାସରେ ଦ୍ୱିତୀୟ ଥର ପୁଣି ଥରେ ଚନ୍ଦ୍ରର ଏକ ଭିନ୍ନ ରୁପ ଦେଖିବାକୁ ମିଳିବ ।

ଏହି ଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବି ପଡ଼ୁଛି । ଏଥିପାଇଁ ଏହାକୁ ‘ସୁପର ବ୍ଲୁ ମୁନ୍ ଗ୍ରହଣ’ବୋଲି କୁହାଯାଉଛି । ଭାରତୀୟ ସମୟ ଅନୁସାରେ ଜାନୁଆରି ୩୧ ତାରିଖ ସନ୍ଧ୍ୟା ୫ଟା ୧୮ମିନିଟରୁ ନେଇ ରାତି ୮ଟା ୪୨ମିନିଟ୍ ପର୍ଯ୍ୟନ୍ତ ଲୋକମାନେ ଚନ୍ଦ୍ରର ଏହି ଦୁର୍ଲଭ ଦୃଶ୍ୟକୁ ଦେଖି ପାରିବେ । ୨୦୧୮ର ଏହା ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣର ବିଶେଷ କଥା ହେଉଛି ଚନ୍ଦ୍ର କଳା ଦେଖାଯିବା ପରିବର୍ତ୍ତେ ଲାଲ ରଙ୍ଗର ଦେଖାଯିବ ।

ତେବେ ଏହି ଘଟଣାକୁ ନେଇ ଜବାହାର ଲାଲ ନେହେରୁ ପ୍ଲେନିଟୋରିୟମର ଅଫିସର ଡାକ୍ତର.ଏଚଆର ମଧୁସୁଦନଙ୍କ କହିବାନୁସାରେ, ଗ୍ରହଣ ସର୍ବଦା ଖାସ୍ ହୋଇଥାଏ । ସୁପରମୁନ୍ ସମୟରେ ଚନ୍ଦ୍ର ବଡ଼ ହୋଇ ନଥାଏ ବରଂ ପୃଥିବୀର ନିକଟବର୍ତ୍ତୀ ହୋଇଯାଇଥାଏ । ଏଥିପାଇଁ ଚନ୍ଦ୍ରର ଆକୃତି ବଡ଼ ଦେଖାଯାଇଥାଏ । ଚନ୍ଦ୍ର ପୃଥିବୀର ବିଭିନ୍ନ ପୃଷ୍ଠରୁ ବିଭିନ୍ନ ରଙ୍ଗ ଦେଖାଯିବ। ତେବେ ଲାଲ ରଙ୍ଗ ଦେଖାଯିବାର କାରଣ ବାତାବରଣରେ ଧୂଳିକଣା ଓ ପ୍ରଦୂଷଣ ଭରି ରହିଛି । କେଉଁ କେଉଁ ସ୍ଥାନରେ ରକ୍ତ ଭଳି ଲାଲ ଓ କେତେକ ସ୍ଥାନରେ କପର ରେଡ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ ।

ତେବେ ବ୍ଲଡ ମୁନକୁ ନେଇ ଲୋକମାନଙ୍କ ମଧ୍ୟରେ ରହିଛି କି ପ୍ରକାରର ଭ୍ରାନ୍ତ ଧାରଣା

୧. କେତେକ ଲୋକଙ୍କ କହିବାନୁସାରେ ‘ସୁପର ବ୍ଲଡ୍ ମୁନ୍’ପ୍ରଳୟର ଚିହ୍ନ । ଏଭଳି ହେବା ଅଶୁଭ ହୋଇପାରେ ।

୨. ଆଉ କେତେକ କହୁଛନ୍ତି, ଏହା ଭୂକମ୍ପ, ବନ୍ୟା, ଭୂସ୍ଖଳନ, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ ।

୩. ଏହି ଥରକ ଅସମାନ୍ୟ କଥା ହେଉଛି ‘ସୁପରମୁନ୍ ’ ସହିତ ଚନ୍ଦ୍ରଗ୍ରହଣ ବି ପଡ଼ିଛି ।

୪. ଏହି ପ୍ରକାର ଘଟଣା ୧୯୦୦ମସିହାରେ ପରେ ୬ଥର ୧୯୧୦,୧୯୨୮,୧୯୬୪,୧୯୮୨ ଓ ୨୦୧୫ରେ ଦେଖିବାକୁ ମିଳିଥିଲା ।