ବିନା କାର୍ଡ ଏବଂ ପିନରେ ବି ଏଟିଏମ ମେସିନରୁ ଉଠାଇପାରିବେ ଟଙ୍କା । ଜାଣନ୍ତୁ କିପରି

32

ଏଟିଏମରୁ ଟଙ୍କା କାରବାର କରିବା ପାଇଁ ଆପଣଙ୍କୁ ଆଉ କୌଣସି କାର୍ଡ କିମ୍ବା ପିନର ଆବଶ୍ୟକତା ପଡିବନି । କାରଣ ଗ୍ରାହକଙ୍କର ସୁବିଧା ପାଇଁ ଭାରତର ଏକ ବ୍ୟାଙ୍କ ଖୁବ ଶୀଘ୍ର ଏଭଳି ଏକ ସୁବିଧା ଯୋଗାଇ ଦେବାକୁ ଯାଉଛି । ଯେଉଁଥିରେ ଲୋକେ ବିନା କାର୍ଡ ଏବଂ ବିନା ପିନରେ ବି ଏଟିଏମ ମେସିନରୁ ଅର୍ଥ କାରବାର କରିପାରିବେ । ଆଶ୍ଚର୍ଯ୍ୟ ଲାଗୁଛି ନା । ହେଲେ ଏହା ସଂପୂର୍ଣ୍ଣ ସତ୍ୟ ଅଟେ ।

ତେବେ ୟେସ୍ ବ୍ୟାଙ୍କ ପକ୍ଷରୁ ଏବେ ଏଭଳି ସୁବିଧାର ଲାଭ ଉଠାଇପାରିବେ ଗ୍ରାହକ । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ଦେଶର ପ୍ରତ୍ୟେକ ନାଗରିକଙ୍କରୁ ଆଧାର ଜରିଆରେ ଏଟିଏମ ସର୍ଭିସ ଉପଲବ୍ଧ କରାଇବା । ଯାହାଦ୍ୱାରା ଟଙ୍କା ଉଠାଇବା ପାଇଁ ଏଟିଏମ କାର୍ଡ କିମ୍ବା ପିନର ଆବଶ୍ୟକତା ପଡିବ ନାହିଁ । ଗ୍ରାହକମାନେ ରିଟେଲରଙ୍କ ନିକଟରେ ଅତି ସହଜରେ ନିଜର ଟଙ୍କାକୁ ଜମା ରଖିପାରିବେ ଏବଂ ଯେତେବେଳେ ଚାହିଁବେ ଉଠାଇ ମଧ୍ୟ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ସେବା ସଂପର୍କରେ . . . ।

ସୂଚନା ମୁତାବକ, ସ୍ମାର୍ଟଫୋନରେ ପେ-ନିୟରବାୟ ମୋବାଇଇଲ ଆପ୍ଲିକେସନର ଜରିଆରେ ରିଟେଲର ଗ୍ରାହରଙ୍କ ପାଇଁ ଏଟିଏମ-ଆଧାର ବ୍ୟାଙ୍କ ଶାଖା ଭାବରେ କାମ କରିପାରିବେ । ଏବଂ ଗ୍ରାହକଙ୍କୁ ନଗଦ ଟଙ୍କା ଉଠାଇବା ଏବଂ ଜମା କରିବାର ସୁବିଧା ମଧ୍ୟ ପ୍ରଦାନ କରିବେ । ତେବେ ୟେସ୍ ବ୍ୟାଙ୍କ ଏବଂ ନିୟରବାୟ ଏହି ସେବାର ଆରମ୍ଭ କରିବା ପାଇଁ ନ୍ୟାସନାଲ ପେମେଂଟ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ସହିତ ହାତ ମିଳାଇଛନ୍ତି ।

ସେହିପରି ପେ-ନିୟରବାୟ ଆଧାର ଏଟିଏମ ୟେସ ବ୍ୟାଙ୍କ ଏବଂ ବିଜନେସ କର୍ପୋରେସନ ଜରିଆରେ ଉପଲବ୍ଧ କରାଇବ । ଯାହାର ନେଟୱର୍କରେ ପାଖାପାଖି ୪୦ ହଜାର ଟଚ ପଏଂଟ ରହିବ । ଗ୍ରାହକମାନେ ନିଜ ନିଜର ଆଧାର ନମ୍ବର ଏବଂ ଫିଙ୍ଗର ପ୍ରିଂଟ ବ୍ୟବହାର କି ଏହି ସବୁ ସ୍ଥାନରୁ ନିଜ ଟଙ୍କା ଉଠାଇବା ସହିତ ଜମା ମଧ୍ୟ କରିପାରିବେ । ଏଠାରେ ଆମେ କହି ରଖୁଛୁ କି, ନିୟରବାୟ , ଆଧାର ସେବାର ଜାଗରୁକତା ଏବଂ ଏହାର ଲୋକପ୍ରିୟତା ବଜାୟ ରଖିବା ପାଇଁ ରିଟେଲର୍ସ ଆସୋସିଏସନ ଅଫ ଇଣ୍ଡିଆ ସହ ଏକ ଚୁକ୍ତି ସ୍ୱାକ୍ଷରିତ କରିଛି ।