ମାଗଣାରେ ଏଲପିଜି ସିଲିଣ୍ଡର ପାଇଁ ଏଭଳି କରନ୍ତୁ ଆବେଦନ: ଆବଶ୍ୟକ ମାତ୍ର ଏହି ଗୋଟିଏ ଦସ୍ତାବିଜ, ତେବେ ଯାଇ ମିଳିବ ଗ୍ୟାସ କନେକ୍ସନ

261

ପ୍ରଧାନମନ୍ତ୍ରୀ ମୋଦିଙ୍କର ଉଜ୍ଜ୍ୱଳା ଯୋଜନା ଅନୁସାରେ ମାଗଣାରେ ଏଲପିଜି ସିଲିଣ୍ଡର ପ୍ରଦାନ କରାଯାଉଛି । ସାରା ଦେଶରେ ଏଯାବତ୍ ୬କୋଟି ଲୋକଙ୍କୁ ଏଲପିଜି ସିଲିଣ୍ଡର ବଂଟାଯାଇସାରିଛି । ତେବେ ଯେଉଁମାନଙ୍କୁ ଏଯାବତ୍ ଏହି ଯୋଜନାର ଲାଭ ପହଂଚିପାରିନି , ସେମାନଙ୍କୁ ଆମେ କହିରଖୁଛୁ କି, ଯଦି ଆପଣଙ୍କ ନିକଟରେ ଜରୁରୀ ଦସ୍ତାବିଜ ରହିଛି ଏବଂ ଆପଣ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମ ପରିସରରେ ଆସୁଛନ୍ତି ତେବେ କୌଣସି ବି ଗ୍ୟାସ ଏଜେନ୍ସି ଆପଣଙ୍କୁ ଏଲପିଜି ସିଲିଣ୍ଡର ଦେବାକୁ ମନା କରିପାରିବେ ନାହିଁ ।

କିଭଳି ମିଳିବ ଯୋଜନାର ଲାଭ?

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨୦୧୧ରେ ଜନଗଣନା ହିସାବରେ , ଯେଉଁ ପରିବାର ବିପିଏଲ କାଟାଗୋରୀରେ ଆସୁଛନ୍ତି , ତାଙ୍କୁ ଏହି ଯୋଜନାର ଫାଇଦା ମିଳିବ । ତେବେ ଆବେଦକ ମହିଳା ହୋଇଥିବା ଉଚିତ୍, ଯାହାଙ୍କର ବୟସ ୧୮ବର୍ଷରୁ କମ୍ ହୋଇନଥିବା ଜରୁରୀ । ମହିଳା ଜଣକ ବିପିଏଲ ପରିବାରର ହୋଇଥିବା ଉଚିତ । ମହିଳାଙ୍କର କୌଣସି ବି ରାଷ୍ଟ୍ରାୟତ ବ୍ୟାଙ୍କରେ ଏକ ସଂଚୟ ଖାତା ଥିବା ଦରକାର । ସେହିଭଳି ଆବେଦକଙ୍କ ଘରର କୌଣସି ବି ପରିବାର ସଦସ୍ୟଙ୍କର ନାଁ ପୂର୍ବରୁ ଏଲପିଜି କନେକ୍ସନରେ ରହିନଥିବା ଜରୁରୀ । ଆବେଦକଙ୍କ ନିକଟରେ ବିପିଏଲ କାର୍ଡ ଏବଂ ବିପିଏଲ ରାସନ କାର୍ଡ ଥିବା ନିହାତି ଆବଶ୍ୟକ ।

କିଭଳି କରିବେ ଆବେଦନ?

• ଏଲପିଜି ଗ୍ୟାସ କନେକ୍ସନ ନେବା ପାଇଁ ବିପିଏଲ ପରିବାରର କୌଣସି ବି ମହିଳା ଆବେଦନ କରିପାରିବେ ।

• ଏଥିପାଇଁ ଆପଣଙ୍କୁ କେୱାଇସି ଫର୍ମ ଭରି ନିକଟସ୍ଥ ଏଲପିଜି କେନ୍ଦ୍ରକୁ ଯାଇ ଜମା କରିବାକୁ ପଡିବ ।

• ଯୋଜନାରେ ଆବେଦନ ପାଇଁ ୨ ପେଜର ଫର୍ମ, ଜରୁରୀ ଦସ୍ତାବିଜ, ନାଁ, ଠିକଣା, ବ୍ୟାଙ୍କ ଆକାଉଂଟ ନମ୍ବର, ଆଧାର ନମ୍ବର ଇତ୍ୟାଦିର ଆବଶ୍ୟକତା ରହିଛି ।

• ଆବେଦନ ସମୟରେ ଆପଣଙ୍କୁ ଜଣାଇବାକୁ ହେବ କି ଆପଣ ୧୪.୨ କିଲୋଗ୍ରାମର ସିଲିଣ୍ଡର ନେବାକୁ ଚାହୁଁଛନ୍ତି ନା ୫ କିଲୋଗ୍ରାମର ସିଲିଣ୍ଡର ।

ଆବଶ୍ୟକୀୟ ଦସ୍ତାବିଜ

• ପଂଚାୟତ ଅଧିକାରୀ କିମ୍ବା ନଗରନିଗମ ପାଳିକା ଅଧ୍ୟକ୍ଷଙ୍କ ତରଫରୁ ଅଧିକୃତ ବିପିଏଲ କାର୍ଡ

• ବିପିଏଲ ରାସନ କାର୍ଡ

• ଫଟୋ ଆଇଡ(ଆଧାର କିମ୍ବା ଭୋଟର ଆଇଡି)

• ପାସପୋର୍ଟ ସାଇଜ୍ ଫଟୋ

• ରାସନ କାର୍ଡର କପି

• ଜୀବନ ବୀମା ପଲିସି , ବ୍ୟାଙ୍କ ଷ୍ଟେଟମେଂଟ

• ବିପିଏଲ ତାଲିକାରେ ଆବେଦନକାରୀଙ୍କର ନାଁ ଥିବାର ଏକ ପ୍ରିଂଟ ଆଉଟ୍