ସହଜରେ ମିଳିବନି ଆଉ ଡ୍ରାଇଭିଂ ଲାଇସେନ୍ସ ! ନୂଆ କଟକଣା ଜାରି କଲା ପରିବହନ ମନ୍ତ୍ରଣାଳୟ

57

ସଡକ ମନ୍ତ୍ରଣାଳୟ ତରଫରୁ ଏକ ନୂଆ ନିୟମ ଜାରି କରାଯାଇଛି । ଚଳିତ ମାସରୁ ଭାରି ବାହାନ ଚଲାଇବା ପାଇଁ ଇଚ୍ଛୁକ ଡ୍ରାଇଭର ମାନଙ୍କୁ ଡ୍ରାଇଭିଂ ପ୍ରମାଣ ପତ୍ର ବିନା ଲାଇସେନ୍ସ ମିଳିପାରିବ ନାହିଁ । ଏହି ସମ୍ବନ୍ଧରେ ସରକାରଙ୍କ ତରଫରୁ ଅଧିସୂଚନା ଜାରି କରାଯାଇଛି । ଅର୍ଥାତ ଲାଇସେନ୍ସ ପାଇବାକୁ ହେଲେ ଡ୍ରାଇଭିଂ ସାର୍ଟିଫିକେଟ ଥିବା ନିହାତି ଆବଶ୍ୟକ ।

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ତରଫରୁ ମେ ମାସ ୧୫ ତାରିଖ ୨୦୧୮ରେ ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ, ଚଳିତ ମାସରୁ ଯଦି କୌଣସି ବ୍ୟକ୍ତି ଭାରି ବାହାନ, ଯେପରିକି ଟ୍ରକ, ବସ ଇତ୍ୟାଦି ଚଳାଇବା ପାଇଁ ଲାଇସେନ୍ସ ଆବେଦନ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ପ୍ରଥମେ ଡ୍ରାଇଭିଂ ସାର୍ଟିଫିକେଟ ଦେବାକୁ ପଡିବ । ଏହି ଡ୍ରାଇଭିଂ ସାର୍ଟିଫିକେଟ କୌଣସି ଡ୍ରାଇଭିଂ ସ୍କୁଲ କିମ୍ବା କୌଣସି ସଂସ୍ଥାରୁ ପ୍ରାପ୍ୟ ହୋଇଥିବା ଦରକାର । ଡ୍ରାଇଭିଂ ସାର୍ଟିଫିକେଟ ଡିପୋଜିଟ କରିବା ପରେ ହିଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଇସେନ୍ସ ମିଳିପାରିବ ।