ସବୁବେଳେ କିଛି ନା କିଛି ଘୋଷଣା କରି ଚର୍ଚ୍ଚାରେ ରହିଆସୁଛି ରିଲାଏନ୍ସ ଜିଓ । ପ୍ରଥମେ ମାଗଣା ଡାଟା ଓ ପରେ ଶସ୍ତା ଆକର୍ଷଣୀୟ ଅଫର ଲଂଚ କରି ସାରା ଟେଲିକମ ଜଗତରେ ଜିଓ ସୃଷ୍ଟି କରିଛି ଏକ ନୂତନ ଅଧ୍ୟାୟ । ସେହିପରି ଶସ୍ତା ୪ଜି ଫିଚର ଫୋନ ଲଂଚ କରି ବି ମୁକେଶ ଅମ୍ବାନୀ ଚର୍ଚ୍ଚାରେ ରହିଆସିଛନ୍ତି । ଇତି ମଧ୍ୟରେ ଖବର ଆସିଛି କି, ମୁକେଶ ଅମ୍ବାନୀ କାଳେ ମାତ୍ର ୧ ଟଙ୍କାରେ ଏସି ଲୋକଙ୍କୁ ଯୋଗାଇ ଦେଉଛନ୍ତି । ସୂଚନା ମୁତାବକ, ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ ରିଟେଲ ଚେନ ରିଲାଏନ୍ସ ଡିଜିଟାଲ ଏୟାର କଣ୍ଡିସନର ଉପରେ ବଡ ଅଫର ଲଂଚ କରିଛି ।

ରିଲାଏନ୍ସ ଡିଜିଟାଲରେ ବଡ ଅଫର ଆଧାରରେ ମାତ୍ର ୧ ଟଙ୍କାରେ ଏସି କିଣିପାରିବେ ଗ୍ରାହକ । ଏଠାରୁ ଆପଣଙ୍କୁ ଆକର୍ଷଣୀୟ ଫାଇନାଲ୍ସ ସ୍କିମ ସହିତ ଏୟାର କଣ୍ଡିସନର ଘରକୁ ନେଇଯିବାର ସୁଯୋଗ ଦିଆଯାଉଛି , ସେ ବି ମାତ୍ର ୧ ଟଙ୍କା ପେମେଂଟ କରି । ଆପଣଙ୍କ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛି କି, ଏହି ଅଫର ଡିଜିଟାଲ ବ୍ୟତୀତ ମାଇ ଜିଓ ଷ୍ଟୋର ଏବଂ ଜିଓ ଡିଜିଟାଲ ଲାଇପରେ ମଧ୍ୟ ଉପଲବ୍ଧ ।

ରିଲାଏନ୍ସ ଡିଜିଟାଲରେ କିଣାକିଣି କରୁଥିବା ଗ୍ରାହକଙ୍କ ପାଇଁ ଭଳି ଏକ ଶାନଦାର ଅଫର ଭେଟି ଦେଇଛି । ମାତ୍ର ୧ ଟଙ୍କାରେ ପ୍ରଡକ୍ଟକୁ ଘରକୁ ନେବା ବ୍ୟତୀତ ଆପଣ ଅନ୍ୟାନ୍ୟ ଅଫରଗୁଡିକର ଲାଭ ମଧ୍ୟ ଉଠାଇପାରିବେ । ଯେଉଁଥିରେ ଇଏମଆଇ ଉପରେ ୨୫୦୦ଟଙ୍କାର କ୍ୟାସବାକ୍ ମଧ୍ୟ ମିଳିବ । ଖାଲି ଏତିକି ନୁହେଁ ଆପଣଙ୍କୁ ଏସି କିଣିବା ପରେ ଏହାର ଇନଷ୍ଟଲେସନ ଏବଂ ଡେଲିଭରି ପାଇଁ ବି ଚିନ୍ତା କରିବାକୁ ପଡିବନାହିଁ । କାରଣ ଆପଣଙ୍କର ଏହି ସମସ୍ୟାର ବି ସମାଧାନ ରହିଛି । ଅର୍ଥାତ୍ ଆପଣଙ୍କୁ ଏଠାରେ ମାଗଣାରେ ଡେଲିଭର ଏବଂ ଇନଷ୍ଟଲନେସନର ସୁବିଧା ମଧ୍ୟ ଦିଆଯିବ ।

ରିଲାଏନ୍ସ ଡିଜିଟାଲରେ ଆପଣ ବ୍ଲୁଷ୍ଟାର, କ୍ୟାରିୟର, ଡାଇକିନ, ଇଲେକ୍ଟ୍ରୋଲକ୍ସ, ଗୋଦରେଜ, ହାୟର, ଏଲଜି, ପାନୋସନିକ୍ ସାମସଙ୍ଗ, ଭୋଲ୍ଟାଜ ଏବଂ ହ୍ୱାର୍ଲଫୁଲ ଭଳି ନାମୀଦାମୀ କଂପାନୀଗୁଡିକର ପ୍ରଡକ୍ଟ କିଣିପାରିବେ । ଏଚଡିଏଫସି ବ୍ୟାଙ୍କର ଉଭୟ ଡେବିଡ୍ ଏବଂ କ୍ରେଡିଟ୍ କାର୍ଡରୁ ପେମେଂଟ କରିବା ଉପରେ ଆପଣଙ୍କୁ ୫ ପ୍ରତିଶତର ଅତିରିକ୍ତ କ୍ୟାସବ୍ୟାକ୍ ମଧ୍ୟ ଜିତିବାର ଅଫର ମିଳିବ ।