ଜନତାଙ୍କ ଉପରେ ମହଙ୍ଗା ମାଡ ! ଏଣିକି ଯେତେଟା ଟିଭି, ନେବାକୁ ହେବ ସେତେଟା କନେକ୍ସନ, ନଚେତ୍ ପକେଟରୁ ଚାଲିଯିବ ଶହ ଶହ ଟଙ୍କା

168

୧ ଫେବୃଆରୀରୁ ଆପଣଙ୍କ ଘରେ ଯେତିକି ବି ଟିଭି ଲାଗିଛି ଆପଣଙ୍କୁ ସେତିକି ହିଁ ନୂଆ କନେକ୍ସନ ନେବାକୁ ପଡିବ । ଖାଲି ଏତିକି ନୁହେଁ ପ୍ରତ୍ୟେକ କେବୁଲ କିମ୍ବା ଡିଟିଏଚ କନେକ୍ସନ ପାଇଁ ଆପଣଙ୍କୁ ପ୍ରତି ମାସ ଅଧିଳ ଟଙ୍କା ଖର୍ଚ୍ଚ କରିବାକୁ ହେବ । ତେବେ ଯେଉଁ ଲୋକମାନେ ଲମ୍ବା ସମୟ ପାଇଁ ଚ୍ୟାନେଲ ପ୍ୟାକେଜ୍ ନେଇ ରଖିଛନ୍ତି ତାଙ୍କୁ ଟ୍ରାଇ ପକ୍ଷରୁ ଆସ୍ୱସ୍ତି ମିଳିଛି ।

କଣ ରହିଛି ନିୟମ

ବର୍ତ୍ତମାନ ଯେଉଁ ଘରମାନଙ୍କରେ ୧ରୁ ଅଧିକ କେବୁଲ କନେକ୍ସନ ରହିଛି, ତାଙ୍କୁ କେବୁଲ ଅଲଗା ସେଟଅପ ବକ୍ସ ଲଗାଇବାକୁ ପଡୁଥିଲା । ଗୋଟିଏ ହିଁ ପ୍ଲାନରେ ଆପଣ ୨ରୁ ୩ଟି ଟିଭି ଚଲାଇପାରୁଥିଲେ । ତେବେ ୧ ଫେବୃଆରୀରୁ ଆପଣଙ୍କୁ ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଅର୍ଥାତ୍ ନିଜ ଘରେ କିମ୍ବା ଅନ୍ୟ କୌଣସି ଜାଗାରେ ୧ ରୁ ଅଧିକ ଲାଗିଥିବା ଟିଭି ପାଇଁ ଆପଣଙ୍କୁ ପୃଥକ ପୃଥକ କନେକ୍ସନ ନେବାକୁ ହେବ । ଏଥିସହିତ ହିଁ ପ୍ରତ୍ୟେକ ଟିଭି ପାଇଁ ଅଲଗା ପ୍ୟାକେଜ ନେବାକୁ ପଡିବ । ଏହାଦ୍ୱାରା ଲୋକଙ୍କ ପକେଟ ଉପରେ ଗଭୀର ପ୍ରଭାବ ପଡିବ ।

ଲମ୍ବା ପ୍ୟାକେଜ ପାଇଁ ଲୋକଙ୍କୁ ମିଳିଲା ଆସ୍ୱସ୍ତି

ତେବେ ଟ୍ରାଇ ତରଫରୁ ବର୍ତ୍ତମାନ ସେ ସମସ୍ତ ଲୋକଙ୍କୁ ଆସ୍ୱସ୍ତି ଦିଆଯାଇଛି, ଯେଉଁମାନେ କି ୩,୬,୯,୧୨ ମାସିଆ ପ୍ୟାକେଜ ନେଇଛନ୍ତି । ଏଭଳି ଲୋକଙ୍କର ପ୍ଲାନ ସରିବା ପର୍ଯ୍ୟନ୍ତ ଟିଭି ପୂର୍ବ ଭଳି ହିଁ ଚାଲୁ ରହିବ । ଆଉ ଯେତେବେଳେ ଏହି ପ୍ଲାନ ସରିଯିବ, ସେତେବେଳଠାରୁ ତାଙ୍କୁ ୧ ଫେବୃଆରୀରୁ ଲାଗୁ ହୋଇଥିବା ନିୟମ ଅନୁସାରେ ଟଙ୍କା ଦେବାକୁ ହେବ ।

ପେ ଚ୍ୟାନେଲ ପାଇଁ ଦେବାକୁ ପଡିବ ନେଟଓର୍କ କାପାସିଟି ଫିସ

ପ୍ରତ୍ୟେକ ପେ ଚ୍ୟାନେଲ ପାଇଁ ଗ୍ରାହକଙ୍କୁ ୧ ଫେବୃଆରୀରୁ ନେଟୱର୍କ କାପାସିଟି ଫିସ ବି ଦେବାକୁ ହେବ । ଏହି ଫିସ୍ ପେ ଚ୍ୟାନେଲର ଦାମ ବ୍ୟତୀତ ରହିବ । ୧୦୦ ଏସଡି ଚ୍ୟାନେଲ ବ୍ୟତୀତ ୨୫ ଏସଡି ଚ୍ୟାନେଲ ପାଇଁ ଅତିରିକ୍ତ ୨୦ ଟଙ୍କା ଅଧିକ ଦେବାକୁ ହେବ ।

୧ ଫେବୃଆରୀରୁ ଚାଲୁରହିବ ଏଫଡିଏ ଚ୍ୟାନେଲ

ଯେଉଁ ଗ୍ରାହକମାନେ ୩୧ ଜାନୁଆରୀ ସୁଦ୍ଧା ବି ନିଜ ଟିଭି ଚ୍ୟାନେଲ ବାଛି ନଥିବେ, ସେମାନଙ୍କ ଟିଭିରେ ୧ ଫେବୃଆରୀ ପରଠୁ ସମସ୍ତ ଫ୍ରି ଟୁ ଏୟାର ତଥା ଏଫଟିଏ ଚ୍ୟାନେଲଗୁଡିକର ପ୍ରସାରଣ ଜାରି ରହିବ । ତେବେ ପେଡ ଚ୍ୟାନେଲଗୁଡିକର ପ୍ରସାରଣ ବର୍ଧିତ ହୋଇଯିବ ।