ଜନତାଙ୍କ ଉପରେ ସରକାରଙ୍କ ଜୁଲୁମ୍ ! ଏପ୍ରିଲ ପହିଲାରୁ ଆକାଶ ଛୁଆଁ ହେବ ଗ୍ୟାସର ଦର

43

ଆଗାମୀ ସପ୍ତାହରୁ ଘରୋଇ ପ୍ରାକୃତିକ ଗ୍ୟାସ୍ ଦର ପୂର୍ବାପେକ୍ଷା ଦୁଇଗୁଣା ବଢାଇ ପାରନ୍ତି ସରକାର । ତେବେ ଗ୍ୟାସ ଦର ବୃଦ୍ଧି ପାଇବା ଦ୍ୱାରା ସିଏନଜି, ପିଏନଜି, ବିଜୁଳି ଏବଂ ୟୁରିଆ ଇତ୍ୟାଦିର ଦରଦାମରେ ମଧ୍ୟ ପରିବର୍ତ୍ତନ ଦେଖାଦେଇପାରେ ।

 

ମିଳିଥିବା ସୂଚନା ଅନୁସାରେ, ଘରୋଇ ଗ୍ୟାସ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସ ଉପରେ ଧାର୍ଯ୍ୟ କରାଯାଇଥିବା ଦାମକୁ ଏପ୍ରିଲ ପହିଲାରୁ ୟୁନିଟ ପିଛା ବର୍ତ୍ତମାନର ଡଲାର ହିସାବରେ ବୃଦ୍ଧି କରିଦିଆଯାଇପାରେ । କାରଣ ଆମେରିକା, ଋଷ ଏବଂ କନାଡା ଭଳି ଦେଶରେ ପ୍ରାକୃତିକ ଗ୍ୟାସର ଦାମ ପ୍ରତି ଛଅ ମାସରେ ଥରେ ନିର୍ଦ୍ଧାରଣ କରାଯାଇଥାଏ । ଯାହାକୁ ଏବେ ଭାରତରେ ବି ଲାଗୁ କରାଯିବ ।

ଖାଲିଯେ, ପ୍ରାକୃତିକ ଗ୍ୟାସର ଦାମରେ ପରିବର୍ତ୍ତନ ଆସିବ ତାହା ନୁହେଁ । ଏହାଦ୍ୱାରା ଉଭୟ ସିଏନଜି ଓ ପିଏନଜି ପାଇଁ ଆବଶ୍ୟକ ପଡୁଥିବା କଂଚାମାଲ ମଧ୍ୟ ମହଙ୍ଗା ହୋଇପାରେ । ଯାହାଦ୍ୱାରା ବିଜୁଳି ଉତ୍ପାଦନ ଏବଂ ପେଟ୍ରୋକେମିକାଲ ପାଇଁ ଫିଡଷ୍ଟକ ମଧ୍ୟ ବୃଦ୍ଧି ପାଇବ । ତେବେ ଗ୍ୟାସ ମୂଲ୍ୟରେ ଅହେତୂକ ବୃଦ୍ଧି ପାଇବା ଦ୍ୱାରା ଏହାର ବେଶି ଲାଭ ଓଏନଜିସି ଭଳି ଗ୍ୟାସ ଉତ୍ପାଦକ କଂପାନୀମାନଙ୍କୁ ମିଳିବ ।