ମିଳିଲା ସାଇବର ଆଟାକର ସମାଧାନ! ଫ୍ରାନ୍ସର ଗବେଷକମାନେ ଖୋଜି ବାହାର କଲେ ୱାନାକ୍ରାୟ ରାନସମୱେରଠାରୁ ରକ୍ଷା ପାଇବାର ଉପାୟ

36

ଫ୍ରାନ୍ସର ଗବେଷକମାନେ ୱାନାକ୍ରାୟ ରାନସମୱେର ଭାଇରସଠାରୁ ରକ୍ଷା ପାଇବା ପାଇଁ ଉପାୟ ବାହାର କରିଛନ୍ତି । ଯାହାର ନାଁ ‘ୱାନାକିବି’ ରଖା ଯାଇଛି । ତେବେ ଟେକନ୍ସିୟନ ଏହାଦ୍ୱାରା ୱିଡୋଜ୍ ଫାଇଲକୁ ଇନସ୍କ୍ରିପ୍ଟ ହେବାରୁ ରକ୍ଷା କରି ପାରିବେ । ସାରା ଦୁନିଆରେ ୱାନାକ୍ରାୟ ରାନସମୱେର ଭାଇରସ ଆତଙ୍କ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିଲା । ଯାହାକି ଏଯାବତ୍ ୧୫୦ଟି ଦେଶର ପାଖାପାଖି ତିନି ଲକ୍ଷ କମ୍ପ୍ୟୁଟରକୁ ନିଜର ଶିକାର କରିଛି ।

ହ୍ୟାକର୍ସ ଧମକ ଦେଇଛନ୍ତି କି ଯଦି ସେମାନଙ୍କୁ ୩୦୦ରୁ ୬୦୦ ଡଲାର ନ ଦିଆଯାଏ ତେବେ ସେମାନେ ଏହି ଭାଇରସ ଦ୍ୱାରା ଶିକାର ହୋଇଥିବା ସମସ୍ତ ସିଷ୍ଟମଗୁଡିକୁ ଏକ ସପ୍ତାହ ମଧ୍ୟରେ ବନ୍ଦ କରିଦେବେ ବୋଲି । ଏହାପରେ ଦୁନିଆର ସମସ୍ତ ଗବେଷକମାନେ ଏହି ଭାଇରସର ଉପଯୁକ୍ତ ସମାଧାନ ପାଇଁ ଲାଗି ପଡିଥିଲେ । କାରଣ ସେମାନଙ୍କୁ ଭୟ ଥିଲା କି ସମୟ ବିତିବା ସହିତ ଏହି ସମସ୍ୟାରୁ ରକ୍ଷା ମିଳିବା ବହୁତ କଷ୍ଟକର ହୋଇପାରେ ।

ଭାଇରସଠାରୁ ରକ୍ଷା କରିବ ଫ୍ରି ଟୁଲ୍

ଗବେଷକମାନଙ୍କ ଏହି ଦଳରେ ସିକ୍ୟୁରିଟି ଏକ୍ସପର୍ଟ ଏଡରିନ ଗୁନେଟ, ଅନ୍ତର୍ଜାତୀୟ ହ୍ୟାକର ମୈଥ୍ୟୁ ସୁସେ ଏବଂ ବେଜମିନ ଡିପ୍ଲେ ସାମିଲ ଥିଲେ । ସେମାନେ ଏହି ଭାଇରସର ସମାଧାନ ପାଇଁ ଦିନ ରାତି ଏକ କରି ଦେଇଥିଲେ । ଏବଂ ଶେଷରେ ସେମାନେ ଏହାର ସମାଧାନର ବାଟ ଖୋଜି ବାହାର କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ତାହା ଏକ ଫ୍ରି ଟୁଲ ଅଟେ । ଯାହା କି ୱାନାକ୍ରାୟ ରାନସମୱେର ଭଳି ଭାଇରସଠାରୁ ରକ୍ଷା କରିବ । ସେମାନଙ୍କ ମତରେ ଯେଉଁ କମ୍ପ୍ୟୁଟରଗୁଡିକ ୱାନାକ୍ରାୟ ଭାଇରସଦ୍ୱାରା ଶିକାର ହେବା ପରେ ଏଯାବତ ରିବୁଟ ହୋଇ ନାହିଁ । ଏବଂ ଯେଉଁ କମ୍ପ୍ୟୁଟରଗୁଡିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । ଏହି ଟୁଲଟି ସେଗୁଡିକ ଉପରେ କାମ କରିବ ।