ମାଗଣା ୱାଇଫାଇ ବ୍ୟବହାର କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ . . .

29

ସାଧାରଣତଃ ମାଗଣାର ପରିମାଣ ସବୁବେଳେ ବିପଦକୁ ଟାଣିଆଣି ଥାଏ । ତେବେ ସେ ମାଗଣା ୱାଇଫାଇ ବ୍ୟବସ୍ଥା ହେଉ ଅବା ଅନ୍ୟ କିଛି । ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକ ମାଗଣା ୱାଇଫାଇର ବ୍ୟବହାର ଖୁବ୍ ମଜାରେ ଉଠାଉଥିବେ ନିଶ୍ଚୟ । କାରଣ ଏନେଇ ସରକାରଙ୍କ ପକ୍ଷରୁ ମଧ୍ୟ ଗ୍ରିନ୍ ସିଗନାଲ୍ ମିଳିସାରଛି । ଠିକ୍ ସେହିପରି କହିବାକୁ ଗଲେ ସାଧାରଣ ସ୍ଥାନ ତଥା ଦୋକାନ,ବିଭିନ୍ନ ସପିଂ ମଲ୍ ଓ ହୋଟେଲ ଆଦିରେ ମଧ୍ୟ ଏବେ ଏହି ବ୍ୟବସ୍ଥା ଉପଲବ୍ଧ । କିନ୍ତୁ ଆପଣ ଜାଣନ୍ତି କି ଏହି ବ୍ୟବସ୍ଥା ଆପଣଙ୍କ ପାଇଁ କେତେ ଭାରି ପଡିପାରେ । ଏକଥା ଆମେ କହୁନାହୁଁ ବରଂ ଏକ ଅଧ୍ୟୟନରୁ ଏଭଳି ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି ।

• ପ୍ରାଇଭେଟୱାଇଫାଇ ଡଟ୍ କମ୍ ଦ୍ୱାରା ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି, ଦେଶର ପାଖାପାଖି ୩-୪ ପ୍ରତିଶତ ଲୋକ ମାଗଣା ୱାଇଫାଇ ବ୍ୟବହାର କରି ହ୍ୟାକିଂର ଶିକାର ହୋଇଛନ୍ତି । ରିପୋର୍ଟରେ ଆଉ ମଧ୍ୟ ଦର୍ଶାଯାଇଛି କି, ଅଧିକାଂଶ ମାଗଣା ୱାଇଫାଇ ବ୍ୟବସ୍ଥା ନିରାପଦ ନୁହେଁ । ତେବେ ଏଥିରେ ଶୀର୍ଷରେ ରହିଛି ‘ପବ୍ଲିକ ୱାଇଫାଇ’ ।

• ଅନେକ ସ୍ଥାନରେ ୱାଇଫାଇ ସଂଯୋଗ କରିବାପାଇଁ କୌଣସି ପାସୱାର୍ଡର ଦରକାର ପଡି ନଥାଏ । ଯେବେକି ଅନେକ ସ୍ଥାନରେ ସଂଯୋଗ ପାଇଁ କେବଳ ଆପଣଙ୍କ ଇମେଲ୍ ଆଇଡି ଦ୍ୱାରା ହିଁ ଏହା ଲଗଇନ୍ ହୋଇଯାଇଥାଏ । କିନ୍ତୁ ଏହା କରିବା ପରେ ଅଧିକାଂଶ ସମୟରେ ଏପରି ହୋଇଥାଏ କି ଆପଣ ଯାହାକୁ ଖୋଲିବାକୁ ଚାହୁଁଥିବେ ତାହା ନଖୋଲି ଅନ୍ୟ ୱେବସାଇଟ୍ ଖୋଲିଯାଇଥାଏ । ଆଉ ଏଥିପାଇଁ ଆପଣଙ୍କୁ ପୁଣି ଥରେ ଲଗଇନ୍ କରିବାକୁ କୁହାଯାଇଥାଏ । ତେବେ ଏପରି ହେବାଦ୍ୱାରା ଆପଣଙ୍କ ଫୋନ୍ ହ୍ୟାକରଙ୍କ କବଜାରେ ଚାଲି ଆସିଥାଏ ।

• ଏହାଛଡା, ଅନେକବାର ହ୍ୟାକର ଆପଣଙ୍କ ଫୋନରେ ଆପ୍ ଇନଷ୍ଟଲ କରିବାକୁ ଚେଷ୍ଟା କରିଥାଏ । ଏଥିପାଇ ଆପଣଙ୍କ ଫୋନରେ ଭାଇରସ ଭଳି ପାମ୍ପ ଅପ୍ ଦେଖିବାକୁ ମିଳିଥାଏ ଏବଂ ଏଥିରେ କ୍ଲିକ୍ କରିବାଦ୍ୱାରା ଫୋନରେ ଆପଟି ଡାଉନଲୋଡ୍ ହୋଇଯାଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏହି ଆପ୍ ଜରିଆରେ ହ୍ୟାକର ଆପଣଙ୍କ ଫୋନରୁ ସହଜରେ ସମସ୍ତ ତଥ୍ୟ ଚୋରାଇ ନେବାରେ ସଫଳ ହୋଇଥାଏ ।

ବେଳେବେଳେ ଏଭଳି ପରିସ୍ଥିତି ମଧ୍ୟ ଆସିଥାଏ କି ଆପଣ ଚାହୁଁ ନଥିଲେ ମଧ୍ୟ ଆପଣଙ୍କୁ ମାଗଣା ୱାଇଫାଇ ବ୍ୟବାହର କରିବାକୁ ପଡିଥାଏ । ତେବେ ଏଥିପାଇଁ ଆମେ କିଛି ତରିକା ଆପଣଙ୍କୁ ଜଣାଇବୁ ଯାହାକୁ ବ୍ୟବହାର କଲେ ଆପଣ ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିପାରିବେ । ଆସନ୍ତୁ ଜାଣିବା ।

• ନିଜ ଡିଭାଇସ ବା ମୋବାଇଲ୍ ଫୋନରେ ଆଂଟି ଭାଇରସ ଆପ୍ ଅପଡେଟ୍ କରାନ୍ତୁ ।

• ଆବଶ୍ୟକ ନଥିଲେ ନିଜ ଡିଭାଇସ ବା ମୋବାଇଲ୍ ଫୋନର ୱାଇଫାଇକୁ ବନ୍ଦ କରି ରଖନ୍ତୁ ।

• କୌଣସି ବି ୱେବସାଇଟ୍ ସଂପର୍କରେ ଜଣା ନଥିଲେ ତାକୁ ସଙ୍ଗେ ସଙ୍ଗେ ଲଗଇନ୍ କରନ୍ତୁ ନାହିଁ ।

• ମାଗଣା ୱାଇଫାଇରେ ଅନଲାଇନ୍ ସପିଂ କିମ୍ବା ବ୍ୟାଙ୍କିଂ କାରବାର କରନ୍ତୁ ନାହିଁ ।

• ନିଜ ଫୋନର ବ୍ଲୁଟୁଥକୁ ସବୁବେଳେ ବନ୍ଦ ରଖନ୍ତୁ ।

ଏହାସହ ମଧ୍ୟ ପଢନ୍ତୁ-ଆପଣଙ୍କର ଏହି ଗୋଟିଏ ଭୁଲ ପାଇଁ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଂଟ !