ମହିଳାଙ୍କ ପାଇଁ ମାଗଣା ବସଯାତ୍ରା ସେବା ! ରକ୍ଷାବନ୍ଧନ ଅବସରରେ ୩୬ ଘଂଟା ପାଇଁ ମିଳିବ ବସରେ ମାଗଣାରେ ଯାତ୍ରା କରିବାର ସୁବିଧା

66

ପ୍ରତିବର୍ଷ ଭଳି ଚଳିବ ବର୍ଷ ମଧ୍ୟ ରକ୍ଷାବନ୍ଧନ ଅବସରରେ ହରିୟାଣା ସରକାର ମହିଳାଙ୍କ ଏଭଳି ବ୍ୟବସ୍ଥା କରିଛନ୍ତି । ହରିୟାଣା ସରକାର ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା ସୁବିଧା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି । ଯେଉଁଥିରେ ଦୀର୍ଘ ୩୬ ଘଂଟା କାଳ ମାଗଣାରେ ବସରେ ଯାତ୍ରା କରିବାର ସୁବିଧା ମିଳିବ । ଏହି ସମୟ କାଳ ଭିତରେ ମହିଳାଙ୍କ ସହ ଯାତ୍ରା କରୁଥିବା ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବି ମାଗଣାରେ ବସରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯିବ । ତେବେ ହରିୟାଣା ସରକାରଙ୍କ ତରଫରୁ ଜେଲ୍ ନିୟମାବଳୀରେ ସଂଶୋଧନ କରିବା ପରେ ଜେଲଗୁଡିକରେ ରକ୍ଷାବନ୍ଧନର ପର୍ବ ପାଳନ କରାଯିବା ନେଇ ସ୍ୱୀକୃତି ମିଳିଛି ।

ହରିୟାଣାର ପରିବହନ ଏବଂ ଜେଲ ମନ୍ତ୍ରୀ କୃଷ୍ଣ ଲାଲ ପାୱାରଙ୍କ ଅନୁସାରେ, ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମାଗଣାରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯିବ । ୨୬ ଅଗଷ୍ଟ ରକ୍ଷାବନ୍ଧନ ଅବସରରେ ରାଜ୍ୟରେ ମହିଳାମାନଙ୍କୁ ୨୫ ଅଗଷ୍ଟ ଦିନ ୧୨ଟାରୁ ମାଗଣାରେ ଯାତ୍ରା କରିବାର ସୁବିଧା ପ୍ରଦାନ କରାଯିବ । ଆଉ ଏହି ସୁବିଧା ୨୬ ଅଗଷ୍ଟ ରାତି ୧୨ ପର୍ଯ୍ୟନ୍ତ ତଥା ୩୬ ଘଂଟା ପାଇଁ ରହିବ ।ପରିବହନ ମନ୍ତ୍ରୀଙ୍କ ସୂଚନା ମୁତାବକ, ରକ୍ଷାବନ୍ଧନ ଅବସରରେ ସରକାରୀ ବସଗୁଡିକର ରୁଟରେ କୌଣସି ବି ପ୍ରକାର ବିଡମ୍ବନା ଦେଖାଯିବ ନାହିଁ । ପ୍ରତ୍ୟେକ ବସ୍ ନିର୍ଧାରିତ ସମୟରେ ଏବଂ ନିର୍ଧାରିତ ମାର୍ଗରେ ହିଁ ଚାଲିବ ।

ସେ ଆହୁରୀ ମଧ୍ୟ କହିଛନ୍ତି କି ଜେଲ ମାନ୍ୟୁଆଲ ଅନୁସାରେ ରାଜ୍ୟର ଥିବା ଜେଲଗୁଡିକରେ ରବିବାର ଦିନ କଏଦୀମାନଙ୍କୁ ଭେଟିବାରେ କୌଣସି ପ୍ରକାରର ପ୍ରତିବନ୍ଧକ ରଖାଯିବ ନାହିଁ । ରବିବାର ଦିନ ଜେଲମାନଙ୍କରେ ଭଉଣୀ ମାନେ ନିଜ ଭାଇଙ୍କୁ ଦେଖାକରିପାରିବେ । ଏବଂ ରାକ୍ଷୀ ମଧ୍ୟ ବାନ୍ଧିପାରିବେ । ଅର୍ଥାତ୍ ମହିଳାମାନେ ଜେଲରେ ବନ୍ଦୀଥିବା ନିଜ ଭାଇକୁ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିବେ । ଏଥିପାଇଁ ସବୁ ଜେଲମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।