ଖୁସିଖବର: ଏଣିକି ୨୪ ଘଂଟା ମାଗଣାରେ କରିପାରିବେ ୧୦୦ ପ୍ରକାରର ପାଥୋଲୋଜି ଟେଷ୍ଟ, ଜାଣନ୍ତୁ କେଉଁଠି

17

ସର୍ବ ପ୍ରଥମେ ଏଠାରେ ଆମେ କହିରଖୁଛୁ କି, ଏହି ସୁବିଧା କେବଳ କାନପୁରବାସୀଙ୍କୁ ହିଁ ମିଳିବ । କାନପୁରରେ ଥିବା Hallett Hospital ତଥା ଏଲଏଲଆର ଆଧାରରେ ଏଣିକି ଉର୍ସଲା ନାମକ ହସ୍ପିଟାଲରେ ବି ରୋଗୀଙ୍କ ପାଇଁ ୨୪ ଘଂଟିଆ ପାଥୋଲୋଜି ଟେଷ୍ଟର ସୁବିଧା ମିଳିବ । ଏହି ସୁବିଧା ଓପିିଡି, ଏମରଜେନ୍ସି ଏବଂ ୱାର୍ଡରେ ଭର୍ତି ହୋଇଥିବା ରୋଗୀଙ୍କୁ ମିଳିବ । ଏଠାରେ ୧୦୦ ପ୍ରକାରର ଟେଷ୍ଟ ପୂରା ମାଗଣାରେ କରାଯିବ । ତେଣୁ ଏଥିପାଇଁ ପାଥୋଲୋଜିରେ ତିନୋଟି ସିଫ୍ଟରେ ଲ୍ୟାବ ଟେକ୍ନିସିଆନଙ୍କୁ ଦାୟିତ୍ୱ ଦିଆଯାଇଛି ।

ସୂଚନା ମୁତାବକ, ଉର୍ସଲାର ନ୍ୟୁ ଓପିଡି ବ୍ଲକ ସ୍ଥିତ ପାଥୋଲୋଜିରେ ପ୍ରଥମେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହିଁ ଏହି ଟେଷ୍ଟ କରାଯିବ । ଏହି ସମୟରେ ରୋଗୀମାନଙ୍କର ସାମ୍ପୁଲ ନିଆଯିବ ଏବଂ ଯାଂଚ ରିପୋର୍ଟ ତା ପର ଦିନ ଦିଆଯିବ । ଓପିଡିରେ ଏକ ଘରୋଇ ପାଥୋଲୋଜି ମାଧ୍ୟମରେ ମଧ୍ୟ ରୋଗୀମାନଙ୍କର ଯାଂଚ କରାଯାଉଛି , କିନ୍ତୁ ଏହି ପାଥୋଲୋଜି କାଉଂଟରରେ ମଧ୍ୟ ଏହି ସୁବିଧା ଅପରାହ୍ନ ୨ଟା ପର୍ଯ୍ୟନ୍ତ ହିଁ ମିଳିବ । ତେବେ ରୋଗୀଙ୍କ ଯାଂଚ ରିପୋର୍ଟ ସେହିଦିନ ନମିଳିବା କାରଣରୁ ରୋଗୀଙ୍କ ଚିକିତ୍ସା ଉପରେ ଗଭୀର ପ୍ରଭାବ ପଡିଥାଏ । ଯାହାକୁ ଦୃଷ୍ଟିରେ ରଖି ଏନେଇ ମେଡିକଲା କର୍ତ୍ତୃପକ୍ଷଙ୍କୁ ଓପିଡି ପାଥୋଲୋଜିକୁ ୨୪ ଘଂଟା ଚଲାଇବାକୁ ପ୍ରସ୍ତାବ ଦିଆଯାଇଛି ।

ମେଡିକାଲ ପାଥୋଲୋଜି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ମେଡିକାଲ ପ୍ରଶାସନଙ୍କ ତରଫରୁ ଏହି ପ୍ରସ୍ତାବ ଉପରେ ଅନୁମତି ମିଳିବା କ୍ଷଣି ହିଁ ଏହି ସୁବିଧାକୁ ତୁରନ୍ତ ଲାଗୁ କରିଦିଆଯିବ । ତେବେ ଏହି ପାଥୋଲୋଜିରେ ହିମୋଗ୍ଲୋବିନ, ଟିଏଲସି, ଡିଏଲସି, ସିରମ କ୍ରିଏଟିନିନ, ସୋଡିୟମ, ପୋଟାସିୟମ, ଏସଜିପିଟି, ଏସଜିଓଟି ସମେତ ପାଖାପାଖି ୧୦୦ ପ୍ରକାରର ଟେଷ୍ଟ ସଂପୂର୍ଣ୍ଣ ଭାବରେ ମାଗଣାରେ କରାଯିବ ।