ଭଉଣୀ ପାଇଁ ଭାଇ ଖୋଲିଲା ଫ୍ରି ମେଡିକାଲ । ଭଉଣୀକୁ ପାରିଲେନି ବଂଚାଇ ହେଲେ ଗରିବଙ୍କ ପାଇଁ ପାଲଟିଗଲେ ଦେବଦୂତ । ପଢନ୍ତୁ ଜଣେ ଭାଇର ହୃଦୟସ୍ପର୍ଶୀ କାହାଣୀ

34

କୋଲକତାର ପାଖାପାଖି ୫୫ କିଲୋମିଟର ଦୂରରେ ଅବସ୍ଥିତ ଦକ୍ଷିଣ ୨୪ ପରଗଣା ନାମକ ଜିଲ୍ଲାର ପୁନରି ଗାଁ । ଯାହାକି ବର୍ତ୍ତମାନ ବି ରହିଛି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ  । କିନ୍ତୁ ଏହି ଗାଁର ଜଣେ ଯୁବକ ଏଭଳି କିଛି କରିଦେଖାଇପାରିଛନ୍ତି ,ଯାହାଙ୍କରପ୍ରଂଶସା କରିବାକୁ ଦେଶର ପ୍ରଧାନମନ୍ତ୍ରୀ ବି ପଛେଇ ନଥିଲେ ।

ସୈଦୁଲ୍ ଲସ୍କର । ବୟସ ହେବ ପାଖାପାଖି ୪୦ । ପେଶାରେ ଜଣେ ଅଟୋ ଚାଳକ । ନିଜର ନିଷ୍ଠାପରତା ବଳରେ ସୈଦୁଲ ଗରିବଙ୍କ ପାଇଁ ପାଲଟିଯାଇଛନ୍ତି ମିଶାଲ । ସୈଦୁଲ ଗରିବ ଲୋକମାନଙ୍କ ପାଇଁ ଏକ ଡାକ୍ତରଖାନା ଖୋଲିଛନ୍ତି , ଯେଉଁଥିରେ ଚିକିତ୍ସା ଖର୍ଚ୍ଚ ରହିଛି ସଂପୂର୍ଣ୍ଣ ଭାବରେ ମାଗଣା ।

ସୂଚନା ମୁତାବକ, ୨୦୦୪ରେ ସୈଦୁଲ ତାଙ୍କ ଛୋଟ ଭଉଣୀ ମାରୁଫାଙ୍କୁ ହରାଇ ବସିଥିଲେ । ଯାହାଙ୍କ ବୟସ ଥିଲା ମାତ୍ର ୧୭ ବର୍ଷ ଏବଂ ସେ ଏକ ସଂକ୍ରମଣ ରୋଗରେ ଆକ୍ରାନ୍ତ ଥିଲେ । ଗରିବୀ କାରଣରୁ ସୈଦୁଲଙ୍କ ନିକଟରେ ନିଜ ଭଉଣୀର ଚିକିତ୍ସା ପାଇଁ ଟଙ୍କା ନଥିଲା । ଯେଉଁ କାରଣରୁ ହିଁ ତାଙ୍କ ଭଉଣୀର ମୃତ୍ୟୁ ଘଟିଥିଲା । ତେବେ ସାନ ଭଉଣୀର ମୃତ୍ୟୁ ସୈଦୁଲଙ୍କ ସଂପୂର୍ଣ୍ଣ ରୂପେ ଦୋହଲାଇ ଦେଇଥିଲା । କିନ୍ତୁ ଏଭଳି ପରିସ୍ଥିତିରେ ସୈଦୁଲ ନିଜକୁ ସମ୍ଭାଳିଥିଲେ ଏବଂ ନିଷ୍ପତି ନେଇଥିଲେ କି ତାଙ୍କ ଆଖପାଖରେ ରହୁଥିବା କୌଣସି ବି ଲୋକ ଯେପରି ବିନା ଚିକିତ୍ସାରେ ମୃତ୍ୟୁ ବରଣ ନକରନ୍ତୁ ।

ସୈଦୁଲ କହିଥିଲେ କି, ମୁଁ ନିଷ୍ପତି ନେଇଥିଲି କି ମୋତେ ଏଭଳି କିଛି କରିବାକୁ ହେବ , ଯାହାଦ୍ୱାରା କୌଣସି ଗରିବ ବ୍ୟକ୍ତିର ବିନା ଚିକିତ୍ସାରେ ପ୍ରାଣହାନୀ ନଘଟିବ । କୌଣସି ଭାଇ ମୋ ଭଳି ନିଜ ଭଉଣୀକୁ ନହରାଉଁ । ଏହାପରେ ମୁଁ ଗରିବଙ୍କ ପାଇଁ ନିଃଶୁଳ୍କ ମେଡିକାଲ ଖୋଲିବାକୁ ସ୍ଥିର କଲି । ସୈଦୁଲ କହିଥିଲେ, ଏହି ମିଶନରେ ମୋର ପତ୍ନୀ ମଧ୍ୟ ମୋର ସାଥ୍ ଦେଇଥିଲେ । ତାଙ୍କ ସମର୍ଥନ ବିନା ମୁଁ ବୋଧହୁଏ ଏହି ବଡ କାମ କେବେ କରିପାରିନଥାନ୍ତି । କାରଣ ଯେତେବେଳେ ମୁଁ ଏସଂପର୍କରେ ମୋର ବନ୍ଧୁ ପରିଜନଙ୍କ ସହ ଆଲୋଚନା କରିଥିଲେ ସେତେବେଳେ ସମସ୍ତେ ମୋତେ ପାଗଳ ବୋଲି କହିଥିଲେ କିନ୍ତୁ ମୋର ପତ୍ନ ସମିମା ଏକମାତ୍ର ଯିଏକି ମୋ ପାଇଁ ଠିଆ ହୋଇଥିଲେ । ଆଉ ମୋର ଏହି ଇଚ୍ଛାକୁ ପୁରଣ କରିବା ପାଇଁ ସେ ନିଜର ସମସ୍ତ ଅଳଙ୍କାର ବନ୍ଧା ପକେଇଦେଇଥିଲେ ।

ସୈଦୁଲ କୁହନ୍ତି କି, ମୋର ସୃଷ୍ଟି ଘୋଷ ନାମକ ଜଣେ ମହିଳାଙ୍କ ସହ ଭେଟ ହୋଇଥିଲା । ଆଉ ସେ ମୋର ସବୁ ଦୁଃଖ ଶୁଣି ସହାୟତାର ହାତ ବଢାଇଥିଲେ । ସେ ନିଜ ଦରମାର ସବୁ ଟଙ୍କା ଡାକ୍ତରଖାନା ଖୋଲିବାକୁ ଦାନ କରିଦେଇଥିଲେ । ସୃଷ୍ଟିଙ୍କ ଠାରେ ମୋତେ ମୋର ସାନ ଭଉଣୀ ନଜର ଆସିଥିଲା । ତେବେ ସୈଦୁଲଙ୍କ ଏହି ସ୍ୱପ୍ନ ୧୨ ବର୍ଷ ପରେ ତଥା ଚଳିତ ବର୍ଷ ଫେବୃଆରୀ ୧୭ ତାରଖିରେ ସାକାର ହୋଇଥିଲା । ଦୁଇ ମହଲା ବିଶିଷ୍ଟ ଏହି ଡାକ୍ତରଖାନାର ନାଁ ରଖାଯାଇଥିଲା ‘ମାରୁଫା ସ୍ମୃତି ୱେଲଫେୟାର ଫାଉଣ୍ଡେସନ’ । ସୈଦୁଲା ଏହି ଡାକ୍ତରଖାନାର ଉଦଘାଟନ ସୃଷ୍ଟିଙ୍କ ହାତରେ ହିଁ କରିଥିଲେ । ଏହି ମେଡିକାଲରେ ବର୍ତ୍ତମାନ ୮ ଜଣ ଡାକ୍ତର ରହିଛନ୍ତି, ଯେଉଁମାନେ କି ରୋଗୀଙ୍କର ଚିକିତ୍ସା ସଂପୂର୍ଣ୍ଣ ରୂପେ ମାଗଣାରେ କରିଛନ୍ତି ।