ଏହି ଆପ୍ ଡାଉନଲୋଡ୍ କରନ୍ତୁ ! ସାରା ବିଶ୍ୱରେ ମାଗଣାରେ କଥା ହୁଅନ୍ତୁ . . .

52

ଭାରତରେ ଜିଓ ଲଂଚ ହେବା ପରେ ଦେଶର ସମସ୍ତ ବଡ଼ ବଡ଼ ଟେଲିକମ୍ କଂପାନୀମାନେ ମାଗଣା କଲିଂ ଏବଂ ମାଗଣା ଡାଟା ଦେବା ପାଇଁ ଗୋଟିଏ ପରେ ଗୋଟିଏ ଅଫର ଭେଟି ଦେଉଛନ୍ତି ଗ୍ରାହକମାନଙ୍କୁ । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ କୌଣସି ଟେଲିକମ୍ କଂପାନୀର ଶସ୍ତା ଅଫର୍ ସଂପର୍କରେ ନୁହେଁ ବରଂ ଏକ ଏଭଳି ଆପ୍ଲିକେସନ୍ ସଂପର୍କରେ ଜଣାଇବାକୁ ଯାଉଛୁ ଯାହାଦ୍ୱାରା ଆପଣ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ମାଗଣାରେ କଥାବାର୍ତ୍ତା ହୋଇପାରିବେ ।

ଆଜ୍ଞା ହଁ ! ଏଥିପାଇଁ ଆପଣଙ୍କୁ ଆପଣଙ୍କ ସ୍ମାର୍ଟଫୋନରେ ଏହି ୱେବସାଇଟ ଏଚଟିଟିପିଏସ://ଗ୍ଲୋବଫୋନ ଡଟ୍ କମ୍/କଲ-ଫୋନ/କୁ ନିଜ ମୋବାଇଲରେ ଖୋଲିବାକୁ ପଡିବ । ଯାହାପରେ ଆପଣ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ମାଗଣାରେ କଥାବାର୍ତ୍ତା ହୋଇପାରିବେ । ଏଠାରେ ଆମେ କହି ରଖୁଛୁ କି, ଏଭଳି ମାଗଣା କଲିଂ ପାଇଁ ଏପରି ଅନେକ ୱେବସାଇଟ୍ ଆପଣଙ୍କୁ ଗୁଗଲରେ ମିଳିଯିବ । କିନ୍ତୁ ଏହି ୱେବସାଇଟରେ ଆପଣଙ୍କୁ ସିକ୍ୟୁୟର ରଖାଯାଇଥାଏ ।

ଅର୍ଥାତ୍ ଏହାଦ୍ୱାରା ଆପଣଙ୍କୁ କୌଣସି ପ୍ରକାର ବ୍ୟାଙ୍କ ସହ ଜଡିତ ତଥ୍ୟ ମଗାଯାଇନଥାଏ । କିନ୍ତୁ ଅନ୍ୟ ସମସ୍ତ ମାଗଣା କଲିଂ ୱେବସାଇଟମାନଙ୍କରେ ଯେତେବେଳେ ଆପଣ କଲ୍ କରିଥାନ୍ତି ସେତେବେଳେ ସେଥିରେ ଆପଣଙ୍କ ବ୍ୟାଙ୍କ ଆକାଉଂଟ୍ ସଂପର୍କରେ ସୂଚନା ଦେବାପାଇଁ କୁହାଯାଇଥାଏ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଏହାସହ ମଧ୍ୟ ପଢନ୍ତୁ- ମହିଳାଙ୍କ ପୋଷାକରେ କାହିଁକି ନଥାଏ ପକେଟ୍ ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟକର କାରଣ