ବିବାହ ପାଇଁ ବିନା ସୁଧରେ ମିଳିବ ୨୫ ଲକ୍ଷ ଟଙ୍କା । ୩ଟି ସନ୍ତାନ ଜନ୍ମ ହେବା ମାତ୍ରକେ ଲୋନ ସହ ସାରା ଜୀବନ ଆୟକର ଛାଡ । ମହିଳାଙ୍କୁ ମିଳିବ କାର ଉପହାର

5,174

ଭାରତ ଏବଂ ଚୀନ ଭଳି ଦେଶମାନଙ୍କରେ ଯେଉଁଠି ବର୍ଦ୍ଧିତ ଜନସଂଖ୍ୟା ଏକ ବଡ ସମସ୍ୟା ଭାବେ ଉଭା ହୋଇଛି, ସେଇଠି ବିଶ୍ୱରେ ଏଭଳି ବି କିଛି ଦେଶ ରହିଛି , ଯେଉଁମାନେ କି ନିଜ ଦେଶର କମୁଥିବା ଜନସଂଖ୍ୟାକୁ ନେଇ ବହୁତ ଚିନ୍ତାରେ ଅଛନ୍ତି । ୟୁରୋପୀୟ ଦେଶ ହଙ୍ଗେରୀ ବି ଏଭଳି ହିଁ ଏକ ସମସ୍ୟା ଭିତରେ ବୁଡି ରହିଛି । ଏହାକୁ ଦୃଷ୍ଟିରେ ରଖି ସେଠାକାର ସରକାର ଅଧିକ ପିଲା ଜନ୍ମ କରିଥିବା ମହିଳାଙ୍କୁ ଉପହାର ଦେବାକୁ ଘୋଷଣା କରିଛନ୍ତି । ସରକାରଙ୍କର କହିବା କଥା ହେଲା କି, ଜନ୍ମହାରରେ ହ୍ରାସତା ଏବଂ ପଳାୟନ ଭଳି ସମସ୍ୟାକୁ ଦୃଷ୍ଟିରେ ରଖି ଜନସଂଖ୍ୟା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି ।

ସାରା ଜୀବନ ଆୟକରରୁ ମିଳିବ ମୁକ୍ତି

ରାଷ୍ଟ୍ରକୁ ସମ୍ବୋନ୍ଧିତ କରିବାକୁ ଯାଇ ହଙ୍ଗେରୀର ପ୍ରଧାନମନ୍ତ୍ରୀ Victor Orban  ୭ଟି ଉପାୟ ଘୋଷଣା କରିଛନ୍ତି । ଏହା ଅନୁଯାୟୀ ଅତି କମରେ ୪ଟି ସନ୍ତାନ ଜନ୍ମ କରିଥିବା ମହିଳାଙ୍କୁ ସାରା ଜୀବନ ଆୟକର ତଥା ଇନକମ ଟ୍ୟାକ୍ସ ଛାଡ କରିଦିଆଯିବ ଏବଂ ବଡ ବଡ କାର କିଣିବାକୁ ସବସିଡି ମଧ୍ୟ ପ୍ରଦାନକରାଯିବ । ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଅପ୍ରବାସୀ ଲୋକମାନଙ୍କ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ଏବଂ ହଙ୍ଗେରୀର ଭବିଷ୍ୟତ ସୁଧାରିବା ପାଇଁ ଏହା ହେଉଛି ଏକମାତ୍ର ଉପାୟ । କାହିଁକି ନା ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦୀ ବିଶେଷ ରୂପରେ ମୁସଲିମ ଦେଶଗୁଡିକରୁ ଆସୁଥିବା ଅପ୍ରବାସୀଙ୍କ୍ୁ ବିରୋଧ କରିଥାନ୍ତି । ଉଲ୍ଲେଖ ଥାଉ କି, ହଙ୍ଗେରୀର ଜନସଂଖ୍ୟାରେ ପ୍ରତିବର୍ଷ ୩୨ ହଜାର ହ୍ରାସ ପାଉଛି ଏବଂ ୟୁରୋପୀୟ ୟୁନିୟନ ତୁଳନାରେ ଏଠିକାର ମହିଳାଙ୍କର ପିଲା ଜନ୍ମ କରିବାର ସଂଖ୍ୟା ମଧ୍ୟ ହ୍ରାସ ପାଉଛି ।

ପ୍ରଧାନମନ୍ତ୍ରୀଙ୍କ କହିବା କଥା ହେଲା କି, ଏହି ଉପାୟ ଦ୍ୱାରା ପ୍ରଥମ କରି ବିବାହ କରିଥିବା ଦଂପତିଙ୍କୁ ପାଖାପାଖି ୨୬ ଲକ୍ଷ ଟଙ୍କାର ଲୋନ ବିନା ସୁଧରେ ଦିଆଯିବ । ସେହିପରି ସେମାନଙ୍କର ୩ଟି ସନ୍ତାନ ହେବା କ୍ଷଣି ହିଁ ଏହି ଋଣକୁ ସଂପୂର୍ଣ୍ଣ ରୂପେ ଛାଡ କରିଦିଆଯିବ । ପ୍ରଧାନମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି, ଆମକୁ ସଂଖ୍ୟା ନୁହେଁ ବରଂ ନାଗରିକଙ୍କର ଆବଶ୍ୟକତା ରହିଛି ।

ଯୋଗ୍ୟତା

• ଆଗାମୀ ୩ ବର୍ଷ ମଧ୍ୟରେ ୨୧ ହଜାରରୁ ଅଧିକ ନର୍ସରୀ ନିର୍ମାଣ କରାଯିବ ।

• ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତିରିକ୍ତ ୨.୫ ଆରବ ଡଲାର ଖର୍ଚ୍ଚ କରାଯିବ ।

• ଘର ଉପରେ ସବସିଡି ପ୍ରଦାନ କରାଯିବ ।

• ସରକାର ସେମାନଙ୍କର ସହାୟତା କରିବେ , ଯେଉଁମାନେ କି ୭ଟି ସିଟ ବାଲା ଗାଡି କିଣିବେ । ସବସିଡି ମିଳବ ।