ଗୋଟିଏ ଦୁର୍ଘଟଣା ବଦଳାଇ ଦେଇଥିଲା ବାଜପେୟୀଙ୍କ ଜୀବନ ! ଜାଣନ୍ତୁ ଜଣେ ସାମ୍ବାଦିକରୁ ରାଜନେତା ହେବା ପଛର ବାସ୍ତବ କାରଣ

51

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ବ୍ୟକ୍ତିତ୍ୱ ନା ହିଁ କେବଳ ସତ୍ତାଧାରୀ ଭାରତୀୟ ଜନତା ପାର୍ଟି ପାଇଁ ବରଂ ବିରୋଧୀ ଦଳର ନେତାମାନଙ୍କ ପାଇଁ ବି ପ୍ରେରଣାର ସ୍ରୋତ ପାଲଟିଯାଇଛି । ବର୍ତ୍ତମାନ ସ୍ଥିତିରେ ଦେଶରେ ଯେପରି ରାଜନୈତିକ ବୟାନବାଜୀ କଟୁରତାର ରୂପ ଧାରଣ କରିଛି ଏବଂ ନେତାଙ୍କ ତୁଚ୍ଛ ବିଚାରଧାରା ହିଂସାର ରୂପ ଧାରଣ କରିଛି ତେବେ ଏଭଳି ପରିସ୍ଥିତିରେ ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ କଥା ବହୁତ ମନେ ପଡିଯାଏ । କାରଣ, ବାଜପେୟୀ, ଯାହାଙ୍କ ମଧ୍ୟରେ ରାଜନୈତିକ ବିରୋଧର ଆବାଜକୁ ବି ସମ୍ଭାଳିବାର ଏକ ଅଦଭୁତ ପୂର୍ବ କ୍ଷମତା ରହିଛି ଆଉ ଯେଉଁଥି ପାଇଁ ତାଙ୍କୁ ସଂସଦୀୟ ରାଜନୀତିରେ ବିରୋଧୀମାନଙ୍କଠାରେ ବି ସେତିକି ଲୋକପ୍ରିୟତା ମିଳିପାରିଛି, ଯେତିକି ଲୋକପ୍ରିୟତା ତାଙ୍କୁ ତାଙ୍କ ନିଜ ପାର୍ଟିରେ ମିଳିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରାଜନୀତିରେ ପାଦ ଦେବା ପୂର୍ବରୁ ବାଜପେୟୀ ଜଣେ ସାମ୍ବାଦିକ ଥିଲେ । ତେବେ ବାଜପେୟୀଙ୍କ ସାମ୍ବାଦିକତାରୁ ରାଜନୀତିର ମାର୍ଗ ଚୟନ କରିବା ପଛରେ ଏକ ବହୁତ ବଡ କାହାଣୀ ରହିଛି । ଯେଉଁ ଘଟଣା ବାଜପେୟୀଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।

ଜାତୀୟ ଗଣମାଧ୍ୟମର ଜଣାଶୁଣା ସାମ୍ବାଦିକ ତଥା ତବଲୀନ ସିଂହଙ୍କୁ ନିକଟରେ ଦେଇଥିବା ଏକ ଇଂଟରଭିୟୁରେ ବାଜପେୟୀ ଏହି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ବାଜପେୟୀ କହିଥିଲେ କି, ଏହି ଘଟଣାଟି ଘଟିଥିଲା ୧୯୫୩ରେ । ଯେତେବେଳେ ସେ ଦିଲ୍ଲୀରେ ଜଣେ ସାଧାରଣ ସାମ୍ବାଦିକ ଭାବେ କାମ କରୁଥିଲେ । ଆଉ ସେହି ସମୟରେ ଭାରତୀୟ ଜନସଂଘର ନେତା ଡା.ଶ୍ୟାମା ପ୍ରସାଦ ମୁଖାର୍ଜି ଜାମ୍ମୁ-କାଶ୍ମୀରକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯିବା ବିରୋଧରେ ଥିଲେ । ଡା. ଶ୍ୟାମା ପ୍ରସାଦ ମୁଖାର୍ଜି ଜାମ୍ମୁ-କାଶ୍ମୀରରେ ଲାଗୁ ହୋଇଥିବା ପରମିଟ୍ ସିଷ୍ଟମର ବିରୋଧ କରିବା ପାଇଁ ସେଠାକୁ ଯାଇଥିଲେ । ଆଉ ଏହି ଘଟଣାକୁ କଭର କରିବା ପାଇଁ ବାଜପେୟୀ ମଧ୍ୟ ତାଙ୍କ ସହ ସାମିଲ ହୋଇଥିଲେ । ଏଠାରେ ଆମେ କହି ରଖୁଛୁ କି, ପରମିଟ୍ ସିଷ୍ଟମ ମୁତାବକ, କୌଣସି ବି ଭାରତୀୟ ନାଗରିକଙ୍କୁ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିବାର ଅନୁମତି ନଥିଲେ । ଏହାବ୍ୟତୀତ ଜାମ୍ମୁ-କାଶ୍ମୀର ଯିବା ପାଇଁ ହେଲେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ନିକଟରେ ପରଚୟ ପତ୍ର ଥିବା ଜରୁରୀ ଥିଲା । ଯାହାକୁ ପ୍ରତିବାଦ କରିଥିଲେ ଡା. ଶ୍ୟାମା ପ୍ରସାଦ । ଆଉ ସେ ଏହି ନିୟମ ଭାଙ୍ଗି ଶ୍ରୀନଗରରେ ପ୍ରବେଶ କରିଥିଲେ ।ବାଜପେୟୀ କହିଥିଲେ କି, ଜଣେ ସାମ୍ବାଦିକ ଭାବରେ ସେ ତାଙ୍କ ସହ ସେଠାକୁ ଯାଇଥିଲେ । ଶ୍ୟାମା ପ୍ରସାଦଙ୍କୁ ପୁଲିସ ଗିରଫ ବି କରିନେଇଥିଲେ ଆଉ ଆମକୁ ବାଧ୍ୟ ହୋଇ ସେଠାରୁ ଫେରିବାକୁ ପଡିଥିଲା । ମାତ୍ର ବାଜପେୟୀ କୁହନ୍ତି କି, ଡା. ମୁଖାର୍ଜି ତାଙ୍କୁ କହିଥିଲେ କି ‘ବାଜପେୟୀ ଯାଅ ଆଉ ସାରା ଦୁନିଆକୁ ଜଣାଇଦିଅ କି ମୁଁ କାଶ୍ମୀରରେ ପ୍ରବେଶ କରିଦେଇଛି, ସେ ପୁଣି ବିନା ପରମିଟରେ’ ।

ବାଜପେୟୀ ପୁଣି କହିଥିଲେ କି, ଏହି ଘଟଣାର ମାତ୍ର କିଛି ଦିନ ପରେ ହିଁ କାଶ୍ମୀରରେ ନଜରବନ୍ଦୀ ପରିସ୍ଥିତିରେ ଏକ ସରକାରୀ ଡାକ୍ତରଖାନାରେ ଡା. ମୁଖାର୍ଜିଙ୍କର ମୃତ୍ୟୁ ଘଟିଥିଲା । ଯାହା ବାଜପେୟୀଙ୍କ ହୃଦୟକୁ ବହୁତ କଷ୍ଟ ଦେଇଥିଲା । ବାଜପେୟୀ ଖୋଦ ଏହି ଇଂଟରଭିୟୁରେ କହିଥିଲେ କି, ‘ମୁଁ ଡା. ମୁଖାର୍ଜିଙ୍କ ଅଧୁରା କାମକୁ ପୂରା କରିବାକୁ ଉଚିତ୍ ମନେକଲି’ । ଆଉ ଘଟଣା ପରେ ପରେ ହିଁ ସାମ୍ବାଦିକ ଅଟଳ ବିହାରୀ ବାଜପେୟୀ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତି ନେଇଥିଲେ ଏବଂ ୧୯୫୭ରେ ସେ ପ୍ରଥମ ଥର ପାଇଁ ସାଂସଦ ହୋଇ ଲୋକସଭାରେ ଆସିଥିଲେ । ଏହାପରେ ୧୯୯୬ରେ ସେ ଦେଶର ପ୍ରଧାନମନ୍ତ୍ରୀ ଗାଦି ଅଳଂକୃତ କରିଥିଲେ ଯଦିଓ ତାହା ମାତ୍ର ୧୩ ଦିନ ପାଇଁ ଥିଲା ହେଲେ ୧୯୯୮ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ ପର୍ଯ୍ୟନ୍ତ ରହିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ଜୀବନ ପାଖାପାଖି ଅଳ୍ପ ଦିନର ଥିଲା ।