ଯବାନଙ୍କୁ ମିଳିବ ଏସି ଜ୍ୟାକେଟ୍ : ସୂଚନା ଦେଲେ, ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର

29

ଯବାନଙ୍କୂୁ ମିଳିବ ଏସି ଜ୍ୟାକେଟ୍ । ଖୁବ ଶୀଘ୍ର ସାରା ଦେଶରେ କାର୍ଯ୍ୟରତ ସ୍ୱତନ୍ତ୍ର ଫୋର୍ସର ଯବାନଙ୍କୁ ଏସି ଜ୍ୟାକେଟ୍ ଯୋଗାଇ ଦିଆଯିବ । ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ପାଣାଜିର ଏକ ଛାତ୍ର ସଂସ୍ଥାନରେ ଛାତ୍ରଙ୍କୁ ଏନେଇ ସୂଚନା ଦେଇଛନ୍ତି । ଏବେ ଏହି ଜ୍ୟାକେଟର ପରୀକ୍ଷଣ ଚାଲିଛି ବୋଲି ସେ କହିଛନ୍ତି । ଖୁବ ଶୀଘ୍ର ସ୍ପେସାଲ ଫୋର୍ସର ସମସ୍ତ ଯବାନଙ୍କୁ ଏହି ଜ୍ୟାକଟେର ସୁବିଧା ମିଳିବ ।

ପାରିକର କହିଛନ୍ତି, ସୈନ୍ୟବଳ ଅନେକ କଠିନ ପରିସ୍ଥିତି ଦେଇ ଅପରେସନ ଚାଲୁ କରନ୍ତି ଏବଂ ସେହିି ସମୟରେ ସେମାନଙ୍କ ଶରୀରର ତାପମାତ୍ରା ଖୁବ ଅଧିକ ବଢ଼ିଯାଏ । ଯେଉଁଥିପାଇଁ ଯବାନମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼େ । ଯବାନଙ୍କୁ ଏବେ ଯେଉଁ ଜ୍ୟାକେଟ୍ ଉପଲବ୍ଧ ରହିଛି, ସେଥିରେ ଶରୀରର ତାପମାତ୍ରାକୁ କମାଇବା ପାଇଁ କୌଣସି ସୁବିଧା ନାହିଁ ।

ପାରିକରଙ୍କୁ ଟାର୍ଗେଟ କଲେ ଶିବସେନା-
ଉଦ୍ଧବ ଠାକରେ କହିଛନ୍ତି, ଗୋଆର ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ଲଢ଼ିବେ । ମୁଁ ତାଙ୍କ ବୟାନ ପଢ଼ିଛି ଯେଉଁଠି ସେ କହିଛନ୍ତି, ଯଦି ସେ ଉପନିର୍ବାଚନ ହାରିଯାଅନ୍ତି ତେବେ ପୁଣି ଥରେ ରକ୍ଷାମନ୍ତ୍ରାଳୟର ଦାୟିତ୍ୱ ନେବେ । ଯଦି ରକ୍ଷାମନ୍ତ୍ରାଳୟ ଭାରକୁ ଏପରି ହାଲୁକା ଭାବରେ ନିଆଯାଏ, ତେବେ ପୁରା ଦେଶରେ ଅରାଜକତା ସୃଷ୍ଟି ହେବ । ଉଦ୍ଧବ ଠାକରେଙ୍କ ମୁତାବକ, ପାରିକର ଜିତନ୍ତୁ କିମ୍ବା ହାରନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରକ୍ଷା ମନ୍ତ୍ରାଳୟକୁ ଗମ୍ଭୀରତା ସହ ନେବା ଉଚିତ୍ । ସୂଚନାଯୋଗ୍ୟ ଏହା ପ୍ରଥମ ଥର ନୁହଁ ଯେତେବେଳେ ଉଦ୍ଧବ ଠାକରେ ମୋଦି ସକରାରଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରାୟ ସବୁ ସମୟରେ ଶିବସେନା ମୋଦି ସରକାରଙ୍କୁ ଟାର୍ଗେଟ କରିଆସୁଛି ।
                                    ସୌଜନ୍ୟ-ଅମର ଉଜାଲା