ଉତ୍କଳ ଦିବସ : ଏକ ଆନ୍ଦୋଳନର ପରିଭାଷା

237

ଉତ୍କଳ ଅର୍ଥାତ୍ ଉତ୍କଷ୍ଟ କଳାର ଦେଶ । ବିଶ୍ୱରେ, କେଉଁଠାରେ ବି ଏପରି ମନମୁଗ୍ଧକର ସୌନ୍ଦର୍ଯ୍ୟମୟୀ କଳା,ଭାଷା,ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟ୍ୟତାର ସମିଶ୍ରଣ ଦେଖିବାକୁ ମିଳିବ ନାହିଁ ଯାହା କେବଳ ଓଡିଶାରେ ଅନୁଭୂତ ।

ଓଡିଆ ଜାତିର ସ୍ୱତନ୍ତ୍ରତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଯୁଗାନୁକ୍ରମେ ଅନେକ ଅବଦାନ ଏହାର ଇତିହାସରେ ଲିପିବଦ୍ଧ । ଏପ୍ରିଲ ୧, ୧୯୩୬ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ଏହା ଭିତରେ ୮୧ବର୍ଷ ବିତିଯାଇଛି । ଓଡ଼଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ପ୍ରତ୍ୟେକ ଓଡ଼ିଆ ପାଇଁ ଏପ୍ରିଲ ୧ ତାରିଖ ଗର୍ବ ଓ ଗୌରବର ଦିନ । ଉତ୍କଳ ଦିବସ କେବଳ ଏକ ଉତ୍ସବ ପାଳିବାର ଦିବସ ନୁହେଁ ବରଂ ଏହା ଏକ ଆନ୍ଦୋଳନର ପରିଭାଷା । ଓଡ଼଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ଗାରିମା ବୃଦ୍ଧି ପାଇଁ ପ୍ରତିଜ୍ଞା ନେବାର ଦିନ ।