ଆକାଶରୁ ବର୍ଷିଲା ୩ ହଜାର କିଲୋ ସୁନା ! ରନୱେ ପୁରିଗଲା ସୁନା ଓ ହୀରାରେ

30

ଆକାଶରୁ ହେଲା ସୁନାବର୍ଷା । ଏୟାରପୋର୍ଟ ରନୱେରେ ଅଜାଡ଼ି ହୋଇପଡ଼ିଲା ହୀରାପରି ମୂଲ୍ୟବାନ ଧାତୁ । କିଛି  ଏଭଳି ଘଟଣା ସାମ୍ନାକୁ ଆସିଛି  ଏକ ରୁଷୀୟ ବିମାନ ବନ୍ଦରରେ । ତେବେ କ’ଣ ଥିଲା କାରଣ ସୁନାବର୍ଷାର ? ପାଖାପାଖି ୩ ହଜାର କିଲୋ ସୁନାହୀରା ଓ ମୂଲ୍ୟବାନ ଧାତୁ ଆକାଶରୁ ବର୍ଷିଥିଲା ଏହି ରୁଷୀୟ ବିମାନ ବନ୍ଦରରେ ।

ସ୍ଥାନ ରୁଷର ୟାକୁସ୍କ ବିମାନବନ୍ଦର । କେହି କିଛି ବୁଝିବାପୂର୍ବରୁ ରନୱେରେ ଅଜାଡ଼ି ହୋଇଗଲା ସୁନା, ହୀରା ଓ ଅନ୍ୟ ମୂଲ୍ୟବାନ ଧାତୁ । ଗୋଟିଏ କି ଦୁଇ କିଲୋଗ୍ରାମ ନୁହଁ ପାଖାପାଖି ୩ ହଜାର କିଲୋଗ୍ରାମର ସୁନା ଆକାଶରୁ ବର୍ଷିଥିଲା ୟାକୁସ୍କରେ । ଏହି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣା ପଛର କାରଣକୁ ନେଇ ବି ଅନ୍ତର୍ଜାତୀୟ ଗଣମାଧ୍ୟମରେ ବ୍ୟାପକ ଆଲୋଚନା ହୋଇଛି । ଖସି ପଡ଼ିଥିବା ମୂଲ୍ୟବାନ ଧାତୁ ମଧ୍ୟରେ ସୁନା, ହୀରା ଓ ପ୍ଲାଟିନମ୍ ରହିଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ନିମ୍ବସ୍ ଏୟାରଲାଇନ୍ସର କାର୍ଗୋ ବିମାନ ୟାକୁସ୍କ ଯାଉଥିବା ବେଳେ ଏହାର ଏକ କବାଟ ଖୋଲିଯାଇଥିଲା । ଏହାର ଫଳସ୍ୱରୂପ ଭିତର ପାଶ୍ୱର୍ରେ ଥିବା ମୂଲ୍ୟବାନ କୋଷାଗାର ବାହାରକୁ ଅଜାଡ଼ି ହୋଇପଡ଼ିଥିଲା । ପାଖାପାଖି ୩ହଜାର କିଲୋଗ୍ରାମର ସୁନା, ହୀରା ଓ ପ୍ଲାଟିନମ୍ ରନୱେରେ ବିଛୁଡ଼ିହୋଇପଡ଼ିଥିଲା । ଘଟଣାରେ କେହି ହତାହତ ହୋଇନଥିଲେ ମଧ୍ୟ ମୂଲ୍ୟବାନ କୋଷାକାର ସମ୍ପୂର୍ଣ୍ଣରୂପେ ଖାଲି ହୋଇଯାଇଥିଲା । ଖସିପଡ଼ିଥିବା ମୂଲ୍ୟବାନ ଧାତୁର ଦାମ୍ ପାଖାପାଖି ୨୬୫ ମିଲିୟନ୍ ପାଉଣ୍ଡ ହେବା ଅନୁମାନ କରାଯାଉଛି । ଦୁର୍ଘଟଣା ଯୋଗୁ ଜରୁରୀକାଳୀନ ଅବତରଣ ହୋଇଥିଲେ ବି ଆକାଶରୁ ସୁନାବର୍ଷା ନେଇ ଆଲୋଚନା ଜାରି ରହିଛି ।