ମାତ୍ର ୮୯୯ଟଙ୍କାରେ କିଣନ୍ତୁ ରେଡମି ନୋଟ୍-୪, ଏମଆଇ ଏ-୧ ! ଗ୍ରାହକଙ୍କୁ କଂପାନୀ ଦେଉଛି ଶସ୍ତାରେ ଆହୁରୀ ଅନେକ ସ୍ମାର୍ଟଫୋନ

69

ଇ-କମର୍ସ କଂପାନୀ ତଥା ଫ୍ଲିପକାର୍ଟରେ ଆରମ୍ଭ ହୋଇଯାଇଛି Flipkart New Pinch Days Sale  । ଏହି ସେଲରେ Xiaomi redmi Note 4 ଏବଂ Mi A1କୁ ୮୯୯ ଟଙ୍କାରେ କିଣିବାର ସୁଯୋଗ ଦିଆଯାଉଛି । ଏହାବ୍ୟତୀତ ସାମସଙ୍ଗ ଗୁଗଲ ପିକ୍ସଲ, ଇନଫିନିକ୍ସ, ଏଲଜି, ଲିନୋଭ, ଓପୋ, ହୋନୋର, ମୋଟୋରୋଲା ଏବଂ ଏଚଟିସିର ସ୍ମାର୍ଟଫୋନଗୁଡିକ ଉପରେ ସ୍ୱତନ୍ତ୍ର ରିତାହି ମଧ୍ୟ ଦିଆଯାଉଛି । ଏଥିସହିତ ଏଚଡିଏଫସି ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଅଫର ବି ରହିଛି । ସେଲ ସମୟରେ ଯଦି କେହି ସପିଂ ସମୟରେ ଏଚଡିଏଫସି ବ୍ୟାଙ୍କର ଡେଭିଟ୍ କିମ୍ବା କ୍ରେଡିଟ୍ କାର୍ଡରୁ ପେମେଂଟ କରନ୍ତି ତେବେ ତାଙ୍କୁ ୧୦ ପ୍ରତିଶତର ରିହାତି ଅଲଗା ଭାବେ ମିଳିବ ।

Redmi Note 4ର ୪ଜିବି ବାଲା ଫୋନ ଉପରେ ୨,୦୦୦ଟଙ୍କାର ଡିସକାଉଂଟ ପରେ ଏହାର ମୂଲ୍ୟ ରହିଛି ୧୦,୯୯୯ । ସେଲ ସମୟରେ ରେଡମି ନୋଟ୍ ୪ ସ୍ମାର୍ଟଫୋନ କିଣିବା ଉପରେ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ଅଫର ଦିଆଯାଉଛି । ଅର୍ଥାତ୍ ଯଦି ଆପଣ ଆପଣଙ୍କର ପୁରୁଣା ଫୋନ ଦେଇ ଫ୍ଲିପକାର୍ଟରୁ ନୂଆ ରେଡମି ନୋଟ ୪ କିଣୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରେ । ତେବେ କେଉଁ ଫୋନ ଉପରେ କେତେ ଟଙ୍କାର ରିହାତି ରହିଛି ଏହାର ସଂପୂର୍ଣ୍ଣ ସୂଚନା ଫ୍ଲିପକାର୍ଟର ୱେବସାଇଟରେ ଉପଲବ୍ଧ । ଯଦି ଏକ୍ସଜେଂଚ ଅଫର ଆଧାରରେ ୧୦,୦୦୦ଟଙ୍କାର ରିହାତି ମିଳିଯାଉଛି ତେବେ ଏହାର ମୂଲ୍ୟ ୯୯୯ଟଙ୍କା ହୋଇଯିବ । ସେହିପରି ଏଚଡିଏଫସି ବ୍ୟାଙ୍କର ଡେଭିଟ କିମ୍ବା କ୍ରେଡିଟ୍ କାର୍ଡରୁ ପେମେଂଟ କରିବା ଉପରେ ୧୦ ପ୍ରତିଶତର ଡିସକାଉଂଟ ଅଲଗା ରୂପେ ଦିଆଯାଉଛି । ଅର୍ଥାତ୍ ୯୯୯ଟଙ୍କାରେ ୧୦୦ଟଙ୍କାର ଡିସକାଉଂଟ ଅଧିକ ମିଳିବ । ଏଭଳି ଭାବେ ଫୋନ କେବଳ ୮୯୯ଟଙ୍କାରେ ମିଳିବ ।

ସେହିପରି ୨,୦୦୦ଟଙ୍କାର ଡିସକାଉଂଟ ପରେ ଏମଆଇ ଏ୧ର ଦାମ ରହିଛିି ୧୨,୯୯୯ଟଙ୍କା । ଏହି ଫୋନ ଉପରେ ୧୨,୦୦୦ଟଙ୍କାର ଏକ୍ସଚେଂଜ ଅଫର ମଧ୍ୟ ରହିଛି । ପୁରୁଣା ଫୋନ ବଦଳରେ ଏକ୍ସଜେଂଚ ଉପରେ ୧୨,୦୦୦ଟଙ୍କାର ରିହାତି ମିଳିବ । ଯାହାର ଦାମ ହେବ ମାତ୍ର ୯୯୯ଟଙ୍କା । ସେହିପରି ଏଚଡିଏଫସି ବ୍ୟାଙ୍କୁ ଡେଭିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରିବା ଉପରେ ମିଳିବ ଅତିରିକ୍ତ ୧୦୦ଟଙ୍କାର ଡିସକାଉଂଟ । ଯାହାକୁ ଆପଣ ମାତ୍ର ୮୯୯ଟଙ୍କା ବିନମୟରେ କିଣିପାରିବେ ।