ଫ୍ଲିପକାର୍ଟର ଧମାକାଦାର ଅଫର ! ମାତ୍ର ୨୦ ହଜାର ଟଙ୍କା ରିହାତିରେ କିଣନ୍ତୁ ଆଇଫୋନ୍-୭ ମୋବାଇଲ୍ ଫୋନ

40

ଆପଣଙ୍କ ପାଇଁ ଖୁସିର ଖବର । କାରଣ ନିକଟରେ ଆସିଛି ଆଇଫୋନର ଏକ ଧମାକାଦାର ଅଫର । ତେବେ ଏହି ଅଫରଟିକୁ ନେଇ ଆସିଛି ଫିପ୍ଲକାର୍ଟ ନିଜର ଏକ ମେଗା ଅଫର ଜରିଆରେ । ଆପଣ ଶୁଣିଲେ ଚକିତ ହେବେ କି, ଏହି ଅଫରଟିରେ ଆପଲ ଆଇଫୋନ ଉପରେ ରଖାଯାଇଛି ପାଖାପାଖି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି । ତେବେ ଏହି ଅଫରଟି ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଏହାର ଶେଷ ଅବଧୀ ରହିଛି ଆସନ୍ତାକାଲି । ଖାଲି ଏତିକି ନୁହେଁ ଫ୍ଲିପକାର୍ଟର ଏହି ଅଫରଟିରେ ରହିଛି ମାକବୁକ୍ ପ୍ରୋ, ଆପଲ ଘଂଟା ଭଳି ଅନେକ ଉପକରଣ ।

ଏହାସହ ମଧ୍ୟ ପଢନ୍ତୁ-କେମିତି କରିବେ ନିଯୁକ୍ତିକର୍ତ୍ତାଙ୍କୁ ଆକର୍ଷିତ ! ଇଂଟରଭିୟୁ ସମୟରେ ପାଂଚଟି କଥା ଉପରେ ନିଶ୍ଚୟ ଦିଅନ୍ତୁ ଧ୍ୟାନ

ତାଜା ସୂଚନା ମୁତାବକ, ଏହି ସମସ୍ତ ଉପକରଣ ମଧ୍ୟରେ ରହିଛି ଆଇଫୋନ୍-୭ ୨୫୬ ଜିବି । ଯାହା ଉପରେ ରଖାଯାଇଛି ପାଖାପାଖି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି । ସେହିପରି ଆଇଫୋନ୍-୭ ୨୫୬ଜିବି ସିଲଭର,ବ୍ଲାକ୍,ଜେଟ୍ ବ୍ଲାକ୍ ଆଦି ମଡେଲର ମୋବାଇଲର ମୂଲ୍ୟ ରହିଛି ମାତ୍ର ୫୯ ହଜାର ୯୯୯ ଟଙ୍କା । ଏଥିସହ ଆଇଫୋନ-୭ ଏବଂ ଆଇଫୋନ-୭ ପ୍ଲସରେ ମଧ୍ୟ ଏହି ଅଫର ଲାଗୁ କରାଯାଇଛି । ତେବେ ଆଇଫୋନ-୬ ୧୬ଜିବି ସେଟ୍ ମାତ୍ର ୨୫ ହଜାର ୯୯୦ ଟଙ୍କାରେ ଉପଲବ୍ଧ ହେଉଛି । ତେବେ ଏସମସ୍ତ ଉପକରଣକୁ ଯଦି ଆପଣ ଆକ୍ସିସ ବ୍ୟାଙ୍କର କ୍ରେଡିଟ୍ କାର୍ଡ ମାଧ୍ୟମରେ କ୍ରୟ କରନ୍ତି ତେବେ ଅନେକ ସୁବିଧା ପାଇପାରିବେ । ଏହାଛଡା ସବୁଠାରୁ ବଡକଥା ହେଲା ଏଥିରେ ମଧ୍ୟ ଏକ୍ସଚେଞ୍ଜ ବ୍ୟବସ୍ଥା ରହିଛି । ଅର୍ଥାତ୍ ଯଦି ଫୋନରେ କୌଣସି ଅସୁବିଧା ହୁଏ ତେବେ ଆପଣ ଫୋନଟିକୁ ବଦଳାଇ ପାରିବେ ।

                                                                              ସୌଜନ୍ୟ:ହିନ୍ଦୁସ୍ଥାନ ଟାଇମସ୍