ଭୋକ ବିକଳରେ କାନ୍ଦୁଥିଲା ଶିଶୁଟି, ମାଆ ପାଖରେ ବି ନଥିଲା କୌଣସି ବିକଳ୍ପ । ଠିକ୍ ଏତିକି ବେଳେ ଏୟାରହୋଷ୍ଟେସ ସ୍ତନ୍ୟପାନ କରାଇ ବଂଚାଇଲେ ପିଲାଟିର ଜୀବନ

323

ଫିଲିପିନ୍ସର ଏକ ଏୟାରଲାଇନରେ କାର୍ଯ୍ୟରତ ଜଣେ ଏୟାର ହୋଷ୍ଟେସ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପତ୍ରିସା ଫିଲିପିନ୍ସ ଏୟାରଲାଇନ୍ସରେ ଏୟାରହୋଷ୍ଟେସ ରୂପେ କାମ କରନ୍ତି । ଗତ ୬ ତାରିଖରେ ପତ୍ରିସାଙ୍କୁ ଏକ ଅଜବ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ସେ ଡ୍ୟୁଟିରେ ଥିଲେ ଆଉ ଠିକ୍ ଏହି ସମୟରେ ଫ୍ଲାଇଟରେ ଏକ ଛୋଟ ପିଲା କାନ୍ଦିବାକୁ ଲାଗିଥିଲା । ତେବେ ଦୀର୍ଘ ସମୟ ଧରି ପିଲାଟିର କାନ୍ଦ ବନ୍ଦ ନହେବାରୁ ପତ୍ରିସା ଶିଶୁଟିର ମାଆଙ୍କ ନିକଟରେ ପହଂଚିଥିଲେ । ଏବଂ ତାଙ୍କୁ ପିଲାର କାନ୍ଦିବାର କାରଣ ସଂପର୍କରେ ପଚାରି ବୁଝିଥିଲେ । ଏହାପରେ ସେ ଜାଣିବାକୁ ପାଇଥିଲେ କି ଶିଶୁଟିର ଫର୍ମୂଲା ମିଲକ୍ ସରିଯାଇଛି ଏବଂ ଫ୍ଲାଇଟ ସପ୍ଲାଏ ନିକଟରେ ବି ମିଲକ ନାହିଁ । ଏଭଳି ପରିସ୍ଥିତିରେ ସେ ନିଜେ ଶିଶୁଟିକୁ ସ୍ତନ୍ୟପାନ କରାଇଥିଲେ ।

ବଡ କଥା ହେଲା କି, ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସେ ଇଭେଲ୍ୟୁଏଟର ପଦବୀରେ ପ୍ରମୋଶନ ପାଇଁ ଫିଲିପିନ୍ସ ଏୟାରଲାଇନର ଟେଷ୍ଟ ଫ୍ଲାଇଟରେ ଥିଲେ । ପତ୍ରିସା କହିଛନ୍ତି କି, ସବୁକିଛି ଠିକ୍ ଠାକ୍ ଚାଲିଥାଏ, ଠିକ୍ ଏତିକି ବେଳେ ହିଁ ଏକ ଶିଶୁର କାନ୍ଦିବା ଶଦ୍ଦ ସେ ଶୁଣିବାକୁ ପାଇଥିଲେ । ଆଉ ଏହାପରେ ସେ ଜାଣିବାକୁ ପାଇଥିଲେ କି ଶିଶୁଟିର ମାଆ ନିକଟରେ ଫର୍ମୂଲା ମିଲକ ସରିଯାଇଛି । ଫ୍ଲାଇଟ ସପ୍ଲାଏ ନିକଟରେ ବି ମିଲକ ନଥିଲା । ଏଭଳି ପରିସ୍ଥିତିରେ ଅନ୍ୟ କୌଣସି ବିକଳ୍ପ ନପାଇ ସେ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ଉଚିତ ମନେ କରିଥିଲେ ।

ପତ୍ରିସା କହିଛନ୍ତି କି, ସ୍ତନ୍ୟପାନ କରାଇବା ପରେ ଶିଶୁଟି ଶୋଇପଡିଥିଲା ଏବଂ ଶିଶୁଟିର ମାଆ ବି ବହୁତ ଖୁସି ହୋଇଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଗତ ତିନି ଦିନ ଭିତରେ ମହିଳାଙ୍କର ଏହି ପୋଷ୍ଟଟିକୁ ୩୪ ହଜାରରୁ ଅଧିକ ଥର ସେୟାର କରାଗଲାଣି । ଭଲ କଥା ହେଲା କି, ଏହି ଫ୍ଲାଇଟ ପରେ ପତ୍ରିସାଙ୍କର ପ୍ରମୋଶନ ମଧ୍ୟ ହୋଇ ଯାଇଥିଲା ।