ବିନା ବ୍ୟାଙ୍କ ଯାଇବି ନିଜ ବ୍ୟାଙ୍କ ଆକାଉଂଟକୁ କରିପାରିବେ ଆଧାର ସହ ଲିଙ୍କ ! ଅପଡେଟ୍ କରିବା ପାଇଁ ୫ଟି ସହଜ ଉପାୟ

49

କେନ୍ଦ୍ର ସରକାର ବ୍ୟାଙ୍କ ସେବାଗୁଡିକ ପାଇଁ ମଧ୍ୟ ଆଧାରକାର୍ଡକୁ ବାଧ୍ୟତାମୂଳକ ଭାବେ ଘୋଷଣା କରିଛନ୍ତି । ଯଦିଓ ଏଥିପାଇଁ ସରକାର ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ତେବେ କର୍ମଜୀବୀ ଲୋକମାନଙ୍କ ପାଇଁ ଏହା କୌଣସି ସମସ୍ୟାରୁ ମଧ୍ୟ କମ ନୁହେଁ । କାରଣ, ଏଥିପାଇଁ ଦରକାର ସମୟ, ଯାହାକି ସେମାନଙ୍କଠାରେ ଘୋର ଅଭାବ ରହିଛି । ହେଲେ ଏଣିକି ଆପଣଙ୍କୁ ଆଉ ଏଥିପାଇଁ ଆଦୌ ଚିନ୍ତା କରିବାକୁ ପଡିବ ନାହିଁ କାରଣ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ, କିପରି ଆପଣ ବିନା ବ୍ୟାଙ୍କ ଯାଇ ନିଜର ଖାତାକୁ ଆଧାର ନମ୍ବର ସହ ଲିଙ୍କ କରିପାରିବେ ଏବଂ କିପରି ଆପଣ ଘରେ ବସି ନିଜର ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଂଟ ସହିତ ସଂଯୋଗ କରିପାରିବେ । ତେବେ ଆସନ୍ତୁ ଜାଣିବା ।

ମୋବାଇଲ ଆପ

• ଆପଣ ଆପଣଙ୍କ ବ୍ୟାଙ୍କ (ଯେଉଁ ବ୍ୟାଙ୍କରେ ଆପଣ ଆକାଉଂଟ ଖୋଲିଥିବେ) ର ମୋବାଇଲ ଆପରେ ସର୍ବ ପ୍ରଥମେ ଲଗ ଇନ କରନ୍ତୁ ।

• ଏହାପରେ ଇଂଟରନେଟ୍ ବ୍ୟାଙ୍କିଂ ଆଇଡି ଏବଂ ପାସୱାର୍ଡ କିମ୍ବା ୪ ଡିଜିଟ୍ ଥିବା ପିନ କୋର୍ଡ ଦିଅନ୍ତୁ ।

• ଏହାପରେ ସର୍ଭିସେସକୁ ଯାଇ ଇନଷ୍ଟା ବ୍ୟାଙ୍କିଂ ସର୍ଭିସ ଉପରେ କ୍ଲିକ୍ କରନ୍ତୁ । ସେଥିରେ ଅପଡେଟ୍ ଆଧାରର ଅପସନ ଆସିବ ।

• ଯେଉଁଥିରେ କି ୧୨ ଡିଜିଟର ନିଜ ଆଧାର ନମ୍ବରକୁ ଦିଅନ୍ତୁ ଏବଂ ତାକୁ ସବମିଟ୍ କରି ଦିଅନ୍ତୁ ।

• ଏବେ ଆପଣଙ୍କର ଆଧାର ନମ୍ବର ଆପଣଙ୍କର ବ୍ୟାଙ୍କ ଆକାଉଂଟ ସହିତ ସଂଯୋଗ ହୋଇଯିବ ଏବଂ ଆପଣଙ୍କ ଚିନ୍ତାମୁକ୍ତ ବି ହୋଇଯିବେ ।

ଏଟିଏମ

ଯଦି ଆପଣଙ୍କ ମୋବାଇଲରେ ଆପଣଙ୍କ ବ୍ୟାଙ୍କର ଆପ ନାହିଁ ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ । ଆପଣ ଯେତେବେଳେ ସମୟ ପାଇବେ ଘର ପାଖରେ ଥିବା କିମ୍ବା ଆଖପାଖ ଅଂଚଳରେ ଥିବା ଏଟିଏମ (ଯେଉଁ ବ୍ୟାଙ୍କରେ ଆପଣ ଆକାଉଂଟ ଖୋଲିଥିବେ)କୁ ଯାଇ ସେଠାରେ ନିଜ ଆକାଉଂଟକୁ ଆଧାର ନମ୍ବର ସହ ଲିଙ୍କ କରିପାରିବେ ।

• ଏଥିପାଇଁ ଆପଣଙ୍କୁ ପ୍ରଥମେ ନିଜ କାର୍ଡକୁ ଏଟିଏମରେ ସ୍ୱାଇପ୍ କରନ୍ତୁ ।

• ଏହାପରେ ଭାଷାର ଚୟନ କରନ୍ତୁ , ଯାହା ସ୍କ୍ରିନ ଉପରେ ଡିସପ୍ଲେ ହୋଇଥିବ ।

• ନିଜର ଡେଭିଟ୍ କାର୍ଡର ପିନ ଦେଇ ଏହାକୁ ଲଗ ଇନ କରନ୍ତୁ ।

• ଏହାପରେ ସ୍କ୍ରିନରେ ନଜର ଆସୁଥିବା ଅପସନରେ ଆପଣ ମୋର ଅପସନ ଉପରେ କ୍ଲିକ୍ କରନ୍ତୁ ।

• ଏଥିରେ ନଜର ଆସୁଥିବା ଆଧାର ଅପଡେଟ୍ ମେନୁ ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡିବ ।

• ମେନୁ ଖୋଲିବା କ୍ଷଣି ଆପଣଙ୍କୁ ୧୨ ଡିଜିଟର ଆଧାର ନମ୍ବର ମାଗିବ । ଆଉ ଯାହା ଆପଣଙ୍କୁ ତୁରନ୍ତ ଦେବାକୁ ପଡିବ । ତେବେ ଏହାକୁ ଆପଣଙ୍କୁ ଦୁଇ ଥର ଦେବାକୁ ପଡିବ ଏବଂ ଏହାପରେ ଏହାକୁ ସବମିଟ୍ କରିଦିଅନ୍ତୁ ।

ଇଂଟରନେଟ୍ ବ୍ୟାଙ୍କିଂ

• ଏଥିପାଇଁ ଆପଣ ଇଂଟରନେଟ୍ ବ୍ୟାଙ୍କିରେ ଲଗ ଇନ କରନ୍ତୁ ।

• ୟୁଜର ଆଇଡି ଏବଂ ପାସୱାର୍ଡ ଦିଅନ୍ତୁ ।

• ଏହାପରେ ସେଠାରେ ଥିବା ସର୍ଭିସ ମେନ୍ୟୁରେ ଅପଡେଟ୍ ଆଧାର ଆଇକନ ଉପରେ କ୍ଲିକ୍ କରନ୍ତୁ ଏବଂ ସେଥିରେ ୧୨ ଡିଜିଟର ଆଧାର ନମ୍ବର ଦିଅନ୍ତୁ ।

• ଏହାପରେ ଆପଣଙ୍କୁ ପୁଣି ଥରେ ଆପଣଙ୍କର ଆଧାର ନମ୍ବର ଦେବାକୁ ପଡିବ । ଏଭଳି କରିବା ପରେ ଏହାକୁ ସବମିଟ୍ କରି ଦିଅନ୍ତୁ ।

ଫୋନ ବ୍ୟାଙ୍କିଂ ବା ଆଇଭିଆର

• ଆପଣ ଫୋନ ବ୍ୟାଙ୍କିଂ ଅଧିକାରୀଙ୍କର ସହ ମଧ୍ୟ ଆଲୋଚନା କରି ନିଜର ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଂଟ୍ ସହତ ସଂଯୋଗ କରିପାରିବେ ।

• ଏଥିପାଇଁ ଆପଣ କଷ୍ଟମର କେୟାର ନମ୍ବରକୁ କଲ କରନ୍ତୁ ।

• ଏହାପରେ ଆପଣ ଯେଉଁ ଭାଷାରେ କଥା ହେବାକୁ ଚାହୁଁଛନ୍ତି, ତାକୁ ଚୟନ କରନ୍ତୁ ।

• ବ୍ୟାଙ୍କ ଆକାଉଂଟ ପାଇଁ ଦର୍ଶାଯାଇଥିବା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

• ଏହାପରେ ୧୬ ଡିଜିଟର ନିଜ ଡେଭିଟ୍ କାର୍ଡ ନମ୍ବରକୁ ସେଠାରେ ଡାଏଲ୍ କରନ୍ତୁ । ଏବଂ ପରେ ପିନ ନମ୍ବର ଦିଅନ୍ତୁ ।

• ଏହାପରେ ଫୋନ ବ୍ୟାଙ୍କିଂ ଅଧିକାରୀଙ୍କ ସହିତ କଥା ହୋଇ ତାଙ୍କୁ ଆପଣଙ୍କର ବ୍ୟାଙ୍କ ଆକାଉଂଟକୁ ଆଧାର ସହ ଅପଡେଟ୍ କରିବାକୁ କୁହନ୍ତୁ

ନିକଟସ୍ଥ ଶାଖାକୁ ଯାଇ

ଉପରିସ୍ଥ ଚାରୋଟି ପ୍ରକ୍ରିୟା ବ୍ୟତୀତ ଆପଣ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ମଧ୍ୟ ନିଜ ଆଧାର ନମ୍ବରକୁ ବ୍ୟାଙ୍କ ଆକାଉଂଟ ସହ ଲିଙ୍କ କରିପାରିବେ ।