ଜନତାଙ୍କ ମଧ୍ୟରେ ସଂପର୍କ ବଜାୟ ରଖିବାରେ ମାହିର ବୋଲି କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ସାରାର ଲୋକେ ଭେଟିବାକୁ ଇଚ୍ଛା ରଖିଥାନ୍ତି । କିନ୍ତୁ ଅଧିକାଂଶ ଲୋକେ ଅଜ୍ଞ ଅଟନ୍ତି କି ମୋଦିଙ୍କ ନିକଟରେ ନିଜର ଭାବନା ତଥା କୌଣସି ବି ଅଭିଯୋଗ ସଂପର୍କରେ କିଭଳି ପହଂଚାଇହେବ । ତେଣୁ ଆପଣଙ୍କର ଏହି ସମସ୍ୟାର ସମାଧାନ ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ତରିକା ସଂପର୍କରେ ଜଣାଇବାକୁ ଯାଉଛୁ , ଯାହାଦ୍ୱାରା କି ଆପଣ ସିଧାସଳଖ ଭାବରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନିଜ ଅଭିଯୋଗ ତଥା ସମସ୍ୟାକୁ ପହଂଚାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ୫ଟି ତରିକା, ଯାହା ଜରିଆରେ ଆପଣ ସିଧାସଳଖ ପ୍ରଧାନମନ୍ତ୍ରଙ୍କ ସସ୍ପର୍ଶରେ ଆସିପାରିବେ ।

ଡିଜିଟାଇଲାଇଜେସନ ଉପରେ ଅଧିକ ପ୍ରାଥମିକତା ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କ ସହିତ ସଂପର୍କ ସ୍ଥାପିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଅନେକ ଅନଲାଇନ ଏବଂ ଅଫଲାଇନ ମାଧ୍ୟମଗୁଡିକର ଶୁଭାରମ୍ଭ କରାଯାଇଛି ।କିନ୍ତୁ ବଡ ଦୁର୍ଭାଗ୍ୟର ବିଷୟ କି ଏସଂପର୍କରେ ଏଯାବତ୍ ଜନତାଙ୍କୁ ସାମାନ୍ୟତମ ଖବର ହିଁ ନାହିଁ । କିନ୍ତୁ ଏବେ ସମୟ ବଦଳିଛି ।କେବଳ ପିଏମଓ ନୁହେଁ ଆହୁରି ଅନେକ ଉପାୟରେ ଏବେ ମୋଦିଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରି ହେଉଛି । ଆସନ୍ତୁ ଜାଣିବା ଅନ୍ୟ କେଉଁ ଉପାୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରି ପାରିବେ ।

ୱେବସାଇଟ : ପ୍ରଧାନମନ୍ତ୍ରୀଙ୍କ ସହ ସର୍ମ୍ପକ ସ୍ଥାପନ କରିବାର ଏକ ପ୍ରମୁଖ ମାଧ୍ୟମ ହେଲା ୱେବସାଇଟ । ସାଧାରଣ ଲୋକଙ୍କୁ ଏଥିପାଇଁ ସାଇଟରେ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ପଡିଥାଏ । ଏହା ଖୁବ ସରଳ ପ୍ରକିୟା । ଏହା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଧାସଳଖ ସର୍ମ୍ପକ ବାର୍ତ୍ତଳାପ କରାଯାଇପାରିବ । ଏହା ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟ । ଏଠାରେ ଆପଣ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ମେସେଜ ଦେଇପାରିବେ । ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ୱେବସାଇଟ ହେଉଛି http://www.pmindia.gov.in/en/interact-with-honble-pm/

ଚିଠି : ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରିବାର ଆଉ ଏକ ମାଧ୍ୟମ ହେଲା ଚିଠି । ମୋବାଇଲ ନଥିବା ସମୟରୁ ହିଁ ଏହି ଉପାୟରେ ପ୍ରଧାନମନ୍ତ୍ରୀଙ୍କ ଯୋଗାଯୋଗ କରାଯାଉଛି । ଏହି ଚିଠି ପ୍ରଧାନମନ୍ତ୍ରୀଙ୍କ ସରକାରୀ ଅଫିସକୁ ଯାଇଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଅଫିସର ଠିକଣା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ ଅଫିସର ଠିକଣା ହେଲା Prime Minister’s Office South Block, Raisina Hill, New Delhi-110011

ଟ୍ୱିଟର : ଏବେ ସୋସିଆଲ ମିଡିଆର ଯୁଗ । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ଓତଃପ୍ରୋତ ଭାବେ ସୋସିଆଲ ମିଡିଆ ସହ ଜଡିତ । ଅଧିକାଂଶ ସମୟରେ ମୋଦି ଟ୍ୱିଟ୍ କରୁଥିବା ଆପଣ ଶୁଣିଥିବେ ।ତତକ୍ଷଣାତ କିଛି ମେସେଜ ଦେବା ପାଇଁ ଏବେ ଟ୍ୱିଟରର ବହୁଳ ବ୍ୟବହାର କରାଯାଉଛି । ଏପରିକି ମୋଦି ମଧ୍ୟ ଏହା ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ଯୋଗସୁତ୍ର ସ୍ଥାପନ କରି ପାରୁଛନ୍ତି । ତେଣୁ ଏହି ଟ୍ୱିଟର ମାଧ୍ୟମରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ନିଜର ଅସୁବିଧା ଜଣାଇପାରିବେ । ଏଥିପାଇଁ @PMOIndia  ବା  ବା @Narendramodi ଆକାଉଣ୍ଟରେ ମେସେଜ ପଠାଇ ମୋଦିଙ୍କ ସହ ଯୋଗାଯୋଗ କରିହେବ । ପୂର୍ବରୁ ଅନେକ ଲୋକଙ୍କର ଅସୁବିଧା ଟ୍ୱିଟର ମାଧ୍ୟମରେ ସମାଧାନ ହୋଇଛି ।

ଫେସବୁକ: ଭାରତର ଅଧିକାଂଶ ଲୋକ ଏବେ ଫେସବୁକ ବ୍ୟବହାର କରୁଛନ୍ତି । ଯୋଗାଯୋଗ ଓ ଭାବ ବିନିମୟର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଫେସବୁକ । ଏପରିକି ୨୦୧୪ ନିର୍ବାଚନୀ ପ୍ରଚାର ଫେସବୁକ ମାଧ୍ୟମରେ କରିଥିଲେ ମୋଦି । ଏଥିରେ ସଫଳ ମଧ୍ୟ ହୋଇଥିଲେ । ଏହି ଫେସବୁକ ମାଧ୍ୟମରେ ଯୁବଗୋଷ୍ଠୀ ନିକଟରେ ବେଶ ସହଜରେ ପହଞ୍ଚି ପାରିଥିଲେ ମୋଦି । ସୋସିଆଲ ମିଡିଆରେ ବେଶ ସକ୍ରିୟ ରହିଥାନ୍ତି ମୋଦି । ତେଣୁ ସାଧାରଣ ଲୋକ ଫେସବୁକରେ ମଧ୍ୟ ମୋଦିଙ୍କ ସହ ଭାବ ବିନିମୟ କରିପାରିବେ । ଏଥିପାଇଁ https://www.facebook.com/narendramodi ଲିଙ୍କରେ ମେସେଜ କରିବାକୁ ପଡିବ । ଏହାଛଡା ପ୍ରଧାନମନ୍ତ୍ରୀ ଅଫିସ ବା ପିଏମଓର ଫେସବୁକ ଆଇଡି ରେ ମଧ୍ୟ ନିଜର ମତାମତ ଦେଇପାରିବେ ।

ଇମେଲ: ଅନ୍ୟ ସୋସିଆଲ ମିଡିଆ ଭଳି ଇମେଲ ଆକାଉଣ୍ଟରୁ ମଧ୍ୟ ମୋଦିଙ୍କ ସହ ସର୍ମ୍ପକ ସ୍ଥାପନ କରି ପାରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିଜସ୍ୱ ଇମେଲ ଆଇଡି [email protected] ରେ ଏବଂ ପିଏମଓର ଅଫିସିଆଲ ଇମେଲ ଆଇଡି [email protected]  ରେ ଯୋଗାଯୋଗ କରିପାରିବେ ।

ଫୋନ କିମ୍ବା ଫ୍ୟାକ୍ସ : ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାର ଆଉ ଏକ ମାଧ୍ୟମ ହେଉଛି ଫୋନ । ପିଏମଓର ଅଫିସିଆଲ ନମ୍ବର ୯୧ ୧୧ ୨୩୦୧୨୩୧୨ରେ କଲ କରି ନିଜର ମତାମତ ଦେଇପାରିବେ ।ସେହିଭଳି କୌଣସି ବିଷୟରେ ଫ୍ୟାକ୍ସ କରିବାକୁ ଚାହୁଁଥିଲେ ପିଏମଓର ଅଫିସିଆଲ ନମ୍ବର ୯୧ ୧୧ ୨୩୦୧୯୫୪୫, ୨୩୦୧୬୮୫୭ରେ ଫ୍ୟାକ୍ସ କରି ନିଜର କଥା ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ପାରିବେ ।

ୟୁଟ୍ୟୁବ ଚ୍ୟାନେଲ : ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ଆଉ ଏକ ମାଧ୍ୟମ ହେଉଛି ୟୁଟ୍ୟୁବ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସ୍ୱତନ୍ତ୍ର ୟୁଟ୍ୟୁବ ଚ୍ୟାନେଲ ରହିଛି । ଏଥିପାଇଁ ଏକ ଲିଙ୍କରେ କ୍ଲିକ କରିବାକୁ ପଡିବ । ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଲିଙ୍କ ହେଉଛିhttps://www.youtube.com/user/narendramodi/feature। ଏହା ମାଧ୍ୟମରେ ଆପଣ ନିଜର ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇପାରିବେ ।

ନମୋ ଆପ : ନମୋ ଆପ ଡାଉନଲୋଡ କରି ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରି ପାରିବେ । ଏହି ଆପରେ ପିଏମଓରୁ ଏକ ଇମେଲ ଆପଣଙ୍କ ମୋବାଇଲକୁ ଆସିବ । ଏହି ଆପର ନାଁ ନମୋ ଆପ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗାଯୋଗ କରିବା ପ୍ରକ୍ରିୟାକୁ ଆହୁରୀ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟେକନିକ୍ ଟିମ ଦ୍ୱାରା ଆଣ୍ଡ୍ରଏଡ, ୱଣ୍ଡୋଜ ଏବଂ ଆଇଓଏସି ଭଳି ତିନୋଟି ମାଧ୍ୟମରେ ମୋବାଇଲ ଆପ୍ଲିକେସନ ବିକଶିତ କରାଯାଇଛି । ଆପଣ ଆପଣଙ୍କ ମୋବାଇଲ ଫୋନରେ ଏସବୁ ଆପକୁ ଇନଷ୍ଟଲ କରି ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ସଂପର୍କିତ ସୂଚନା ଏବଂ ଅପଡେଟ ନେଇପାରିବେ । ଏହି ଆପ ଜରିଆରେ ଆପଣ ପ୍ରଧାନମନ୍ତ୍ରୀଙ୍କ ବ୍ଲଗକୁ ମଧ୍ୟ ପଢିପାରିବେ । ଆପଣ ଏଠାରେ ଆପଣଙ୍କର କୌଣସି ବି ଅଭିଯୋଗ କରିପାରିବେ ଆଉ ଯାହାର ଉତର ଆପଣଙ୍କୁ ମାତ୍ର ୩ ମିନିଟ ଭିତରେ ମିଳିଯିବ ।

ଆରଟିଆଇ : ଏହାବାଦ୍ ଆରଟିଆଇ ବା ସୂଚନା ଅଧିକାର ନିୟମ ଆଧାରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିହେବ । ଏଥିପାଇଁ ଆପଣଙ୍କୁ ମୋଟ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହାର ପୂରା ବିବରଣୀ ପିଏମଓର ଆରଟିଆଇ ପେଜରେ ଉପଲବ୍ଧ ରହିଛି । ଏହାର ଲିଙ୍କ ହେଉଛି http://www.pmindia.gov.in/en/right-to-information-act/