କେରଳରେ ଦେଖିବାକୁ ମିଳିଥିବା ପ୍ରକୃତିର କରାଳ ରୂପ । ଲଗାଣ ବର୍ଷା ସାଙ୍ଗକୁ ବନ୍ୟାର ପ୍ରଖର ସ୍ରୋତରେ ଚାଲିଯାଇଥିଲା ହଜାର ହଜାର ଲୋକଙ୍କ ଜୀବନ । ଏଥି ସହିତ ହିଁ ଲକ୍ଷାଧିକ ଲୋକ ହୋଇଯାଇଛନ୍ତି ବାସହରା । ତେବେ କେରଳରେ ଆସିଥିବା ବନ୍ୟାରୁ ଲୋକଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ ଅନେକ ସଂସ୍ଥା ଓ ସଙ୍ଗଠନ । ଯେଉଁମାନଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ହେଲେ ଏହି ସମୟରେ ଅନେକ ଲୋକଙ୍କ ଜୀବନ ବଂଚାଇଥିବା ୨୩ ବର୍ଷୀୟ ଜିନେଶ ଜେରୋନ ତାମିଲନାଡୁର କନ୍ୟାକୁମାରୀ ନିଟକରେ ଗତ ୨୮ ତାରିଖରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ବଡ କଥା ହେଲା, ଦୁର୍ଘଟଣାର ଶିକାର ହୋଇ ଜିନେଶ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ କେହି ଜଣିଏ ହେଲେ ବି କେହି ତାଙ୍କୁ ସହାୟତା କରିବାକୁ ଆଗେଇ ଆସିନଥିଲେ । ଜିନେଶ ସେହିଭଳି ଛଟପଟ ହୋଇ ଜୀବନ ହାରିଦେଇଥିଲେ ।

ସୂଚନା ମୁତାବକ, ଜିନେଶ କନ୍ୟାକୁମାରୀ ନିକଟସ୍ଥ କୋଲ୍ଲାନଗୋଡୁରୁ ନିଜ ବନ୍ଧୁଙ୍କ ସହ ଏକ ବାଇକ ଯୋଗେ କୌଣସି କାମରେ ବଜାରକୁ ଯାଉଥିଲେ । ଠିକ୍ ଏହି ସମୟରେ ତାଙ୍କ ଗାଡିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ଯାକ ଗୁରୁତର ଭାବରେ ଆହତ ହୋଇ ସେଠାରେ ପଡିଯାଇଥିଲେ । ହେଲେ ଦୁର୍ଭାଗ୍ୟର କଥା ହେଲା କି, ଦୁର୍ଘଟଣା ପରେ ଜିନେଶ ପାଖାପାଖି ଅଧା ଘଂଟା କାଳ ସେହିଭଳି ବିଚ୍ ରାସ୍ତାରେ ପଡି ଛଟପଟ ହେଉଥିଲେ, ତାଙ୍କ ବନ୍ଧୁ ମଧ୍ୟ ଜୀବନ ରକ୍ଷା ପାଇଁ ବାରମ୍ବାର ଚିକ୍ରାର କରିଥିଲେ । ହେଲେ ଦଃଖର କଥା ହେଲା କି ଲୋକେ ସେଇ ବାଟ ଦେଇ ଯାଉଥିଲେ ଆଉ ଆସୁଥିଲେ କିନ୍ତୁ କେହି ଜଣିଏ ହେଲେବି ତାଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିନଥିଲେ । ବହୁ ସମୟ ଧରି ରାସ୍ତାରେ ପଡି ରହିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଯନ୍ତ୍ରଣାପେ ଛଟପଟ ହୋଇ କେରଳର ଏହି ହିରୋଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଏବଂ ତାଙ୍କ ବନ୍ଧୁ ଚେତାଶୂନ୍ୟ ହୋଇପଡିଥିଲେ ।

ଦୁର୍ଘଟଣା ଖବର ପାଇବା ପରେ ବହୁ ସଂଖ୍ୟକ ଲୋକେ ତାଙ୍କୁ ଦେଖିବାକୁ ମେଡିକାଲରେ ଭିଡ ଜମିଥିଲା । ରବିବାର ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । କେରଳ ବନ୍ୟାର ‘ନାୟକ’ ଜିନେଶ ଏବେ ଅଫେରା ଦୁନିଆକୁ ଚାଲିଯାଇଛି । ବନ୍ୟା ସମୟରେ ଜିନେଶ ନିଜର ଜୀବନକୁ ପାଣି ଛଡେଇ ଅନେକ ଲୋକଙ୍କର ଜୀବନ ବଂଚାଇଥିଲେ । ଗଣମାଧ୍ୟମରେ ବି ତାଙ୍କ ଦ୍ୱାରା କରାଯାଇଥିବା ଏହି ମହତ କାର୍ଯ୍ୟକୁ ବି ଅନେକ ବାର ପ୍ରସାରଣ କରାଯାଇଥିଲା । ତାଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ମଧ୍ୟ ବହୁ ସଂଖ୍ୟକ ସେୟାର କରାଯାଇଛି । ତେବେ କେରଳର ପୋନଭୁରାରେ ଭଡାରେ ରହୁଥିବା ଜିନେଶଙ୍କ ପରିବାର ଲୋକେ ଏବେ ତାଙ୍କ ସ୍ମ୍ମୃତିକୁ ମନେ ପକାଇ ଦୁଃଖରେ ଭାଙ୍ଗିପଡିଛନ୍ତି ।