ଏକ ଅସାଧାରଣ ଶିଶୁର କାହାଣୀ: ନବଜାତକର ଲିଙ୍ଗ ଜାଣି ନାହାଁନ୍ତି ଡାକ୍ତର

71

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଶୁଣିବାକୁ ମିଳିଛି କାନାଡାର ଏକ ସହରରେ । ଜାତୀୟ ଗଣମାଧ୍ୟମ ବିବିସିରେ ପ୍ରକାଶିତ ଖବର ମୁତାବକ, କାନାଡାରେ ଏକ ଏଭଳି ଶିଶୁ ଜନ୍ମ ହୋଇଛି ଯିଏ କି ଅନ୍ୟ ଶିଶୁଙ୍କ ଭଳି ସାଧାରଣ ନୁହେଁ । ଅର୍ଥାତ୍ ଶିଶୁଟିର ଲିଙ୍ଗକୁ ନା ପୁରୁଷରେ ଦର୍ଶା ଯାଇଛି ନା ନାରୀରେ ନା ତୃତୀୟ ଲଙ୍ଗରେ ବରଂ ଶିଶୁର ଜେଣ୍ଡର ରଖାଯାଇଛି ‘ୟୁ’ ଅର୍ଥାତ୍ ‘ଅନନୋନ୍’ ।

ବର୍ତ୍ତମାନ ଶିଶୁଟିକୁ ୮ ବର୍ଷ । ତାର ନାଁ ସୈରଲି ଅଲତି । ତେବେ ସୈରଲି ହେଉଛି ବିଶ୍ୱର ପ୍ରଥମ ଶିଶୁ ଯାହାର କୋଣସି ଲିଙ୍ଗ ନାହିଁ । ନିକଟରେ ସୈରଲିର ବ୍ରିଟିସ୍ କୋଲୋମ୍ବିଆ ହେଲଥ କାର୍ଡ ତିଆରି ହୋଇଛି ଯେଉଁଥିରେ ତାର ଲିଙ୍ଗ ୟୁ ଦର୍ଶାଯାଇଛି ।

ସୂଚନା ମୁତାବକ, ସୈରଲିର ପିତାମାତା ମଧ୍ୟ ନନ-ବାଇନରି ଟ୍ରାନ୍ସଜେଣ୍ଡର ଅଟନ୍ତି । ସେମାନେ ନା ପୁରୁଷ ଅଟନ୍ତି ନା ନାରୀ ଅଟନ୍ତି । ଏପରି ପରିସ୍ଥିତରେ ମଧ୍ୟ ତାଙ୍କ ଜନ୍ମିତ ଶିଶୁ ମଧ୍ୟ ବିନା କୌଣସି ଜେଣ୍ଡରରେ ଜନ୍ମ ହୋଇଛି । ଯଦିଓ ଶିଶୁଟିର ଜନ୍ମ ନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ସୈରଲିର ପରିବାରଲୋକଙ୍କ ମତରେ, ସେମାନେ ସୈରଲିର ପାଳନ ପୋଷଣ ଏକ ଭିନ୍ନ ଢଙ୍ଗରେ କରିବେ । ସେମାନେ ତାକୁ ଜେଣ୍ଡର ଅପେକ୍ଷା କେବଳ ଏକ ଶିଶୁ ରୂପରେ ଚିହ୍ନିଛନ୍ତି । ତାକୁ ପୁଅ କିମ୍ବା ଝିଅ ଭଳି ପ୍ରତିବନ୍ଧକଠାରୁ ଦୂରେଇ ରଖିବେ ବୋଲି ସୈରଲିର ପରିବାର ଲୋକେ କହିଛନ୍ତି ।

ଅନ୍ୟପଟେ ବିଟ୍ରିସ୍ କୋଲମ୍ବିଆ ସୈରଲିର ଜନ୍ମତିଥି ଜାରି କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଗତମାସ ସୈରଲିର ସ୍ୱାସ୍ଥ୍ୟ କାର୍ଡକୁ ଲିଙ୍ଗ ସ୍ଥାନରେ ‘ୟୁ’ ଦର୍ଶାଇ ପଠାଇବା ପରେ ମଧ୍ୟ ତାର ଜନ୍ମତିଥି ଜାରି କରିବାକୁ ମନା କରିଦେଇଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ- ସୋସିଆଲ୍ ମିଡିଆରେ ଏହି ଗୋଟିଏ ପୋଷ୍ଟ ପାଇଁ ଆପଣ ଯାଇପାରନ୍ତି ଜେଲ୍ !