ଯଦି କୌଣସି ବ୍ୟକ୍ତି ବିଦ୍ୟୁତ୍ ସଂସ୍ପର୍ଶରେ ଚାଲିଆସନ୍ତି, ତେବେ ତୁରନ୍ତ କରନ୍ତୁ ଏହି କାମ । ବଞ୍ଚି ଯାଇପାରେ ଜୀବନ..

1,930

ଅଧିକାଂଶ ଦୁର୍ଘଟଣା ଅସାବଧାନତା କାରଣରୁ ହିଁ ଘଟିଥାଏ । ଏସବୁ ଭିତରେ ଗୋଟିଏ ହେଲା ଇଲେକ୍ଟ୍ରି କରେଂଟ ବା ବିଦ୍ୟୁତ୍ ଝଟକା ଲାଗିବା । ଇଲେକ୍ଟ୍ରି କରେଂଟ ବହୁତ ଶକ୍ତିଶାଳୀ ଏବଂ ଭୟଙ୍କର ହୋଇଥାଏ । ଯଦି କେହି ଏହାର ସସ୍ପର୍ଶରେ ଚାଲିଆସନ୍ତି ତେବେ ତାର ମୃତ୍ୟୁ ଏକପ୍ରକାରେ ସୁନିଶ୍ଚିତ । ଏହାଦ୍ୱାରା ଅଧିକାଂଶ ମୃତ୍ୟୁ କରେଂଟ ଲାଗିବାର ତୁରନ୍ତ ବାଦ୍ କିଛି ସାବଧାନତା ଅବଲମ୍ବନ ନକରିବା  ଏବଂ ପୀଡିତଙ୍କୁ ତତକାଳ ଫାଷ୍ଟ ଆର୍ଡ ବା ପ୍ରାଥମିକ ଚିକିତ୍ସା ନ ମିଳିବା କାରଣରୁ ହିଁ ହୋଇଥାଏ । ହେଲେ ଯଦି କରେଂଟ ଲାଗିବା ସମୟରେ  କିଛି ସାଧାରଣ ଟିପ୍ସ ଆପଣ ଗ୍ରହଣ କରନ୍ତି ତେବେ ଏହାଦ୍ୱାରା ଆପଣ କାହାର ଜୀବନ ବଂଚାଇ ପାରିବେ ।

କହିବାକୁ ଗଲେ ତ ଏହା ବହୁତ ସାଧାରଣ କଥା ହୋଇଥାଏ, ହେଲେ ଅନେକ ସମୟରେ କରେଂଟର ସିଧା ପ୍ରଭାବ ମଣିଷର ହୃଦୟ ବା କଲିଜା ଉପରେ ପଡିଥାଏ । ଯାହାଦ୍ୱାରା ମଣିଷ ଅଚେତ ହୋଇଯାଇଥାଏ । ଏହାଛଡା ଅନେକ ସମୟରେ ବିଦ୍ୟୁତ ଝଟକା  ଏତେ ଜୋର ହୋଇଥାଏ କି , ବିଦ୍ୟୁତ ସସ୍ପର୍ଶରେ ଆସିବା କ୍ଷଣି ବ୍ୟକ୍ତିଟି ଦୂରକୁ ଛିଟିକି ହୋଇପଡିଯାଇଥାଏ ।  ଏଭଳି ସ୍ଥିତିରେ ଯଦି ବ୍ୟକ୍ତିର ପ୍ରାଥମିକ ଚିକିତ୍ସା କରାଯାଏ ତେବେ ତାଙ୍କର ବହୁ ମୂଲ୍ୟ ଜୀବନ ବଂଚି ଯାଇପାରେ । ଆସନ୍ତୁ ଜାଣିବା କରେଂଟ ଲାଗିବାର ତୁରନ୍ତ ବାଦ୍ କଣ କରିବା ଉଚିତ ।

• ସହାୟତା ପାଇଁ ପୀଡିତଙ୍କ ନିକଟକୁ ଯିବା ପୂର୍ବରୁ ଆପଣ ନିଶ୍ଚିତ ହୋଇଯିବା ଦରକାର କି ସେଠାରେ ଅନ୍ୟ କୌଣସି କରେଂଟ ଲାଗିବା ଭଳି ଜିନିଷ ପଡିନାହି ତ ।  ଏଠାରେ ଆମେ କହି ରଖୁଛୁ କି ,  ପାଣି ଏବଂ ଲୁହା ଆଦି ଜିନିଷରେ କରେଂଟ ବହୁତ ଖୀଘ୍ର ତଥା ଦ୍ରୁତ ଗତିରେ  ପାସ୍ ହୋଇଥାଏ ।  ଯଦି ଏଭଳି କୌଣସି ଜିନିଷ ପୀଡିତଙ୍କ ଆଖପାଖରେ ରହିଛି ତେବେ ତାକୁ କୌଣସି ଶୁଖିଲା କାଠ ସାହାର୍ଯ୍ୟରେ ସେଠାରୁ ହଟାଇ ଦିଅନ୍ତୁ ।

• ପୀଡିତ ବ୍ୟକ୍ତିଙ୍କୁ କରେଂଟ ଲାଗିଥିବା ଜିନିଷରୁ ଦୂର ବା ଛଡାଇବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ସର୍ବ ପ୍ରଥମେ ସ୍ୱିଚ୍ ଅଫ କରନ୍ତୁ । କାହିକି ନା ସ୍ୱିଚ ଅନ ରହିବା ଦ୍ୱାରା ଆପଣଙ୍କୁ ବି କରେଂଟ ଲାଗିବାର ସମ୍ଭାବନା ରହିଛି ।  ବ୍ୟକ୍ତିଙ୍କୁ ଭୁଲରେ ବି ଛୁଇଁବାକୁ ଚେଷ୍ଟା କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ବି ବିପଦର କାରଣ ହୋଇପାରେ ।

• କରେଂଟରୁ ଅଲଗା କରିବା ପରେ ବ୍ୟକ୍ତିଙ୍କୁ ରିକଭରୀ ପୋଜିସନରେ ଶୁଆଇ ଦିଅନ୍ତୁ । ଏହି ପୋଜିସନରେ ବ୍ୟକ୍ତି କୌଣସି ଗୋଟିଏ ପଟକୁ ଢଳି ହୋଇ ରହିଥାନ୍ତି । ଏବଂ ତାଙ୍କର ଗୋଟିଏ ହାତ ମୁଣ୍ଡ ତଳେ ଏବଂ ଅନ୍ୟ ହାତଟି ସାମ୍ନା ପଟକୁ ବା ଆଗ ପଟକୁ ରଖନ୍ତୁ ।  ସେହିପରି ତାଙ୍କର ଗୋଟିଏ ଗୋଡ  ସିଧା ଏବଂ ଅନ୍ୟ ଗୋଡଟିକୁ ଭାଙ୍ଗିକି ରଖନ୍ତୁ । ଏହାପରେ ଆପଣ ଯାଂଚ କରନ୍ତୁ କି ସେ ନିଶ୍ୱାସ ପ୍ରଶ୍ୱାସ ନେଉଛନ୍ତି କି ନାହିଁ ।

• ଯଦି ବ୍ୟକ୍ତି ଜଣକ ନିଶ୍ୱାସପ୍ରଶ୍ୱାସ ସଠିକ୍ ଭାବରେ ନେଉନାହାଁନ୍ତି ଏବଂ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି ତେବେ ଆଘାତ ଲାଗିଥିବା ସ୍ଥାନକୁ ପାଣିରେ ଟିକେ ଧୋଇ ଦିଅନ୍ତୁ ।

• ଯଦି ଜଳିଯାଇଥିବା ଜାଗାରୁ ରକ୍ତଶ୍ରାବ ହେଉଛି ତେବେ  ସେହି ଜାଗାକୁ  କୌଣସି ସଫା ଏବଂ ଶୁଖିଲା କପଡାରେ ଭଲ ଭାବରେ ବାନ୍ଧି ଦିଅନ୍ତୁ । ଯଦି ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର ଗତିବିଧି ନଜର ଆସୁନି  ତେବେ ଏଭଳି ପରିସ୍ଥିତିରେ ଆପଣ ସିପିଆର ତଥା (cardio plyometrics resistance)ଆରମ୍ଭ କରିପାରିବେ ।