ଭୁବନେଶ୍ୱରରେ ବି ମିଳୁଛି ଫାୟାର ପାନ ।

130

ଭୁବନେଶ୍ୱରରେ ବି ମିଳୁଛି ଫାୟାର ପାନ । ରଜ ପାଇଁ ସ୍ୱତନ୍ତ୍ର ପାନର ସମ୍ଭାର ଭିତରେ ସମସ୍ତଙ୍କୁ ଆକର୍ଷିତ କରିଛି ‘ଫାୟାର ପାନ’ । ଏହି ପାନ କିଣିବାକୁ ବେଶ ଗ୍ରାହକଙ୍କ ଭିଡ଼ ଜମିଛି । ସିଆରପି ଛକରେ ଥିବା ‘ଗୌରା’ ପାନ ଦୋକାନୀ ଏଥର ରଜରେ ଏଭଳି କିଛି ସ୍ୱତନ୍ତ୍ର ପାନ ଗ୍ରାହକଙ୍କ ପାଇଁ ଆଣିଛି ।

ରଜ ପାଇଁ ସ୍ପେଶାଲ ପାନ ସେ ତାଙ୍କ ଘରେ ପ୍ରସ୍ତୁତି କରନ୍ତି । ଯେଉଁଥିପାଇଁ ୨୫ପ୍ରକାରର ଗୁଆ କରୁଥିବା ସେ ଦାବି କରିଛନ୍ତି । ଅନେକ ଗୁଆ ଓ ମସଲାକୁ ସେ ଘିଅରେ ଭାଜିଥାନ୍ତି । ରଜ ସମୟରେ ବର୍ତ୍ତମାନ ସାରା ସହରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପାନ ଓ ପିଠାର ପସରା ମେଲାଇଥିବାବେଳେ ଗୌରହରୀ ପ୍ରଧାନଙ୍କ ସ୍ୱତନ୍ତ୍ର ରଜ ପାନ ଖାଇବା ପାଇଁ ଗ୍ରାହକଙ୍କ ଭିଡ଼ ଜମିଛି ।