ଫୋନ ହଜି ଗଲେ ବି ଆଦୌ ଚିନ୍ତା କରନ୍ତୁ ନାହିଁ ! କାରଣ, ଏଣିକି ଆପଣଙ୍କର ତାଳି ଆଉ ସିଟି ଶୁଣି ଚାଲି ଆସିବ ମୋବାଇଲ

45

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନକୁ ଏକ ଅତ୍ୟାବଶ୍ୟକୀୟ ଜିନିଷ ବୋଲି କହିଲେ ବୋଧହୁଏ କିଛି ଅତୃକ୍ତି ହେବା ନାହିଁ । ପିଲାଙ୍କଠାରୁ ଆରମ୍ଭ କରି ବୃ୍ଦ୍ଧା ପର୍ଯ୍ୟନ୍ତ ଲୋକଙ୍କ ପାଇଁ ମୋବାଇଲ ବର୍ତ୍ତମାନ ଜରୁରୀ ହୋଇପଡିଛି । ତେବେ ବ୍ୟସ୍ତବହୁଳ ଜୀବନରେ ଆମର ସାମାନ୍ୟମାତ୍ର ଅସାବଧାନତା କାରଣରୁ ଫୋନ ହଜି ଯିବାର ମଧ୍ୟ ଭୟ ରହିଛି । ଅନେକ ସମୟରେ ତ ଅଫିସ କିମ୍ବା ଦୋକାନ ଭିତରେ ବି ଆମେ ଆମର ଫୋନକୁ ଭୁଲି ଆସିଥାନ୍ତି ଆଉ ଏଭଳି ପରିସ୍ଥିତିରେ ଅଧିକାଂଶ ୟୁଜର ଅନ୍ୟ କୌଣସି ଫୋନ ଜରିଆରେ ରିଙ୍ଗ କରିଥାନ୍ତି ଏବଂ ସାଇଲେଂଟ ମୋଡରେ ଥିଲେ ଫୋନ ମିଳିବାରେ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କିଛି ଏଭଳି ମଜାଦାର ଆପ ରହିଛି । ଯାହାକୁ ଆପଣ ବ୍ୟବହାର କରି ଏଭଳି ଅସୁବିଧାରୁ ରକ୍ଷା ପାଇପାରିବେ । ଗୁଗଲ ପ୍ଲେଷ୍ଟୋରରେ ଉଲପବ୍ଧ ଥିବା ଉନ୍ନତମାନର ଆପ ଜରିଆରେ ଆପଣ ଏହି ସମସ୍ୟାର ସମାଧାନ ପାଇପାରିବେ । ଯାହାର ବ୍ୟବହାର ଆପଣ ସିଟି ଏବଂ ତାଳି ମାରି କରିପାରିବେ ।

Clap to Find & Clap to Find

ଯେଭଳି ନାଁରୁ ଅନୁମାନ ଲଗାଯାଇ ପାରେ କି ଏହି ଆପ ତାଳିର ଶଦ୍ଦ ଶୁଣି ଫୋନ ଖୋଜିବାରେ ପୂରା ପୁରି ସକ୍ଷମ । ଦାବି ରହିଛି କି, ଏହି ଆପ ୟୁଜରଙ୍କର ତାଳି ଦ୍ୱାରା ସକ୍ରିୟ ହୋଇଥାଏ ଏବଂ ଜଣା ପଡିଯାଇଥାଏ କି ଆପଣଙ୍କର ଫୋନଟି କେଉଁଠି ରହିଛି । ତେବେ ଅଫିସ ହେଉ କି ଦୋକାନ ହେଉଁ ଫୋନ ହଜି ଯାଇଥିବା ଦିଗରେ ୟୁଜରଙ୍କୁ ମାତ୍ର ୩ଟି ତାଳି ମାରିବାକୁ ପଡିବ । ଏଥିରେ ସାଉଣ୍ଡ, ଭାଇବ୍ରେଟ୍ ଏବଂ ଫ୍ଲାକ୍ସ ଆଲର୍ଟ ମୋଡ ଦିଆଯାଇଛି । ଯେତେବେଳେ ୟୁଜରଙ୍କ ଫୋନ ସାଇଲେଂଟ ମୋଡରେ ଥିବ ସେତେବେଳେ ଏହି ଆପ ଆପଣା ଛାଏଁ କାମ କରିବା ଆରମ୍ଭ କରିଦେବ । ଯଦି ଏହା ପୂବରୁ କେଉଁଠି ତାଳି ବାଜୁ ଥିବ ତେବେ ଆପଣ ଏହାର ସେଟିଂକୁ ଯାଇ ‘କ୍ଲାପ ପଜ’ କରିପାରିବେ ।

Whistle & Find – Phone Finder

ଏହି ଆପ ଜରିଆରେ ଆପଣ ସିଟି ମାରି ଆପଣଙ୍କର ହଜିଯାଇଥିବା ଫୋନଟିକୁ ଠାବ କରିପାରିବେ । ଆପଣ ଏହି ଆପ ଜରିଆରେ ଏକ ପସନ୍ଦିଆ ରିଙ୍ଗଟୋନ କିମ୍ବା ସାଉଣ୍ଡଫାଇଲ ବାଛି ନିଅନ୍ତୁ । ଫୋନ ହଜି ଗଲା ପରେ ଯେତେବେଳେ ଆପଣ ସିଟି ମାରିବେ ସେତେବେଳେ ଫୋନଟି ରିଙ୍ଗ କରିବ ଏବଂ ଆପଣଙ୍କର ଫୋନ ମିଳିଯିବ । ବଡକଥା ହେଲା କି, ମ୍ୟୁଟ୍ ହୋଇଥିବା ସତ୍ୱେ ବି ଏହି ଆପଟି କାମ କରିଥାଏ । ଏହି ଆପଟିକୁ ଇନଷ୍ଟଲ କରିବା ପରେ ଆପଣଙ୍କୁ ସବୁବେଳେ ହୁଇସିଲ୍ ଡିଟେକସନ ଅନ କରିବାକୁ ହେବ ଏବଂ ଗୋଟିଏ ରିଙ୍ଗଟୋନ ବାଛିବାକୁ ପଡିବ । ତେବେ ଏହି ଆପଟି ଗୁଗଲ ପ୍ଲେଟେଷ୍ଟାରେ ଉପଲବ୍ଧ ।