ପୁଣି ଥରେ ହୋଇପାରେ ବିମୁଦ୍ରାକରଣ । ବ୍ୟାଙ୍କରେ ସଂଚିଥିବା ଧନ ହୋଇଯିବ ଗାଏବ

94

ନିଜର କାର୍ଯ୍ୟକାଳ ମଧ୍ୟରେ ମୋଦି ସରକାର ଦେଶର ଆର୍ଥିକ ଜଗତରେ ଅନେକ ବଡ ବଡ ନିଷ୍ପତି ନେଇଛନ୍ତି । ଆଉ ନିଷ୍ପତି ମଧ୍ୟରେ ରହିଛି ବିମୁଦ୍ରାକରଣ ଭଳି ମହାନ ପଦକ୍ଷେପ । ଏଥିସହିତ ଏହି ଯୁଗାନ୍ତକାରୀ ନିଷ୍ପତି ଆଧାରରେ ଦେଶର ୮୬ ପ୍ରତିଶତ ମୁଦ୍ରାକୁ ବନ୍ଦ କରାଯିବା ଏବଂ ତା ସ୍ଥାନରେ ନୂଆ ନୋଟ୍ ପ୍ରଚଳନ ଆରମ୍ଭ କରିବା, ୱାନ୍ ନେସନ ୱାନ୍ ଟାକ୍ସର ପରିକଳ୍ପନା ଜରିଆରେ ଜିଏସଟି ଭଳି ଐତିହାସିକ ବ୍ୟବସ୍ଥା ଲାଗୁ କରିବା ଏବଂ ବ୍ୟାଙ୍କମାନଙ୍କର ଏନପିଏ ଭଳି ସଂକଟକୁ ଦୁର କରିବା ପାଇଁ ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ କୋଟିର ପେମେଂଟ କରିବା ଆଦି ସାମିଲ ରହିଛି । ତେବେ ଏହି କ୍ରମରେ ମୋଦି ସରକାର ବ୍ୟାଙ୍କିଂ ବ୍ୟବସ୍ଥାରେ ପୁଣି ଏକ ନିୟମ ପ୍ରଚଳନ କରିବାକୁ ଯୋଜନା ଚଳାଇଛନ୍ତି । ଯାହାଦ୍ୱାରା କେବଳ ବ୍ୟାଙ୍କ ନୁହେଁ ବରଂ ବ୍ୟାଙ୍କରେ ସଂଚୟ ଖାତାଗୁଡିକରେ ଟଙ୍କା ଜମା ରଖିଥିବା ପ୍ରତ୍ୟେକଟି ବ୍ୟକ୍ତିବିଶେଷ ଏହି ନିୟମ ପରିସରରେ ଆସିବେ ଏବଂ ଏହି ନିୟମ ସେମାନଙ୍କ ପାଇଁ ଏକ ପର୍ମାନେଂଟ୍ ନୋଟବନ୍ଦୀର ନୂଆ ଆର୍ଥିକ ଢାଂଚା ଠିଆ କରିବ ।

ପର୍ମାନେଂଟ୍ ନୋଟବନ୍ଦୀ କଣ ?

କେନ୍ଦ୍ର ସରକାର ଫାଇନାନ୍ସିଆଲ ରିଜୋଲ୍ୟୁସନ ଆଣ୍ଡ ଡିପୋଜିଟ୍ ଇନସ୍ୟୁରାନ୍ସ ବିଲ (ଏଫଆରଡିଆଇ) ବିଲକୁ ୨୦୧୭ରେ ଜୋରଦାରରେ ପ୍ରସ୍ତୁତ କରି ଆଗାମୀ ଶୀତକାଳୀନ ଅଧିବେଶନରେ ସଂସଦ ଗୃହରେ ଉପସ୍ଥାପନା କରିବାକୁ ଯାଉଛନ୍ତି । ସଂସଦ ଗୃହର ଉଭୟ ସଦନରେ ଏହା ଉପରେ ବହୁମତ ମିଳିବା କାରଣରୁ ଏହି ବିଲଟି ଅତି ସହଜରେ ପାରିତ ହୋଇ ନୂଆ ନିୟମ ହୋଇଯିବ ଅନୁମାନ କରାଯାଇଛି । କାରଣ ପୂର୍ବରୁ ଏହି ବିଲଟିକୁ କେନ୍ଦ୍ର ସରକାର ସାଧାରଣ ଅଧିବେଶନ ସମୟରେ ସଂସଦ ଗୃହରେ ଉପସ୍ଥାପନ କରିଥିଲେ ଏବଂ ସେତେବେଳେ ଏହାକୁ ଜଏଂଟ ପାର୍ଲିଆମେଂଟ କମିଟି ନିକଟକୁ ମଂଜୁରୀ ପାଇଁ ପଠାଯାଇଥିଲା । ଏବେ ପୁଣି ଥରେ କେନ୍ଦ୍ର ସରକାର ଜଏଂଟ ପାର୍ଲିଆମେଂଟ କମିଟିର ପରାମର୍ଶକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ସଂସଦ ଗୃହରେ ଉପସ୍ଥାପନା କରିବେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୂଆ ନିୟମ ଜରିଆରେ ଉଭୟ ସରକାରୀ ଏବଂ ଘରୋଇ ବ୍ୟାଙ୍କ, ଇନସ୍ୟୁରାନ୍ସ କଂପାନୀ ଏବଂ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନର ଦୁର୍ବଳ ପରିସ୍ଥିତି ଭଳି ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ଏକ ନୂଆ ଢାଂଚା ପ୍ରସ୍ତୁତ କରାଯିବ । ସରକାରଙ୍କର ଦାବୀ ରହିଛି କି ଏହି ନିୟମ ଦେଶରେ ବ୍ୟାଙ୍କିଂ ଏବଂ ଇନସ୍ୟୁରାନ୍ସ କୋଡ, ସରକରାରୀ ବ୍ୟାଙ୍କର ରିକାପିଟଲାଇଜେସ ପ୍ଲାନ ଏବଂ ଇନସ୍ୟୁରାନ୍ସ ସେକ୍ଟରରେ ବିଦେଶୀ ନିବେଶର ମଂଜୁରୀ ପରେ ଫାଇନାନ୍ସିଆଲ ସେକ୍ଟର ଏକ ଲ୍ୟାଣ୍ଡମାର୍କ ରିଫର୍ମ ହେବ ।

ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କ ଏହି ଏଫଆରଡିଆଇ ନିୟମଦ୍ୱାରା ପ୍ରଚଳିତ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଂଟି କର୍ପୋରେସନକୁ ବନ୍ଦ କରିଦିଆଯିବ । ବର୍ତ୍ତମାନ ସମୟରେ ଭିନ୍ନ ଭିନ୍ନ ବ୍ୟାଙ୍କ ଗୁଡିକରେ ଜମା ରହିଥିବା ଆପଣଙ୍କ ଟଙ୍କାର ଗ୍ୟାରେଂଟି ଏହି ନିୟମ ଆଧାରରେ ମିଳିବା ଏହି ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଭିଜନ ଆଧାରରେ ଯଦି କୌଣସି ବ୍ୟାଙ୍କକୁ ଦେବାଳିଆ ଘୋଷିତ କରାଯାଏ ତେବେ ଉକ୍ତ ବ୍ୟାଙ୍କର ସମସ୍ତ ଗ୍ରାହକଙ୍କର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ ବ୍ୟାଙ୍କକୁ ଫେରାଇବାକୁ ପଡିବ ।

ସୌଜନ୍ୟ: ଆଜତକ୍