କିଣିବାକୁ ଚାହୁଁଛନ୍ତି କି ମୋବାଇଲ୍, ଟିଭି କିମ୍ବା ଅନ୍ୟ କୌଣସି ଜିନିଷ ? ତେବେ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବ ବ୍ୟାଙ୍କ

25

ପାର୍ବଣ ଋତୁ ଅବସରରେ ଯଦି ଆପଣ ଟିଭି, ଫ୍ରିଜ, ମୋବାଇଲ କିମ୍ବା କୌଣସି ବି ଏଭଳି ଜିନିଷ କିଣିବାକୁ ଚାହୁଁଛନ୍ତି, ଯାହା ଆପଣଙ୍କ ବଜେଟ୍ ବାହାରେ ରହିଛି ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାହିକିଁ ନା, ଏଚଡିଏଫଏସି ବ୍ୟାଙ୍କ ନିଜ ଗ୍ରାହକଙ୍କ ସହ ବାକି ସବୁ ବ୍ୟାଙ୍କର ଗ୍ରାହକମାନଙ୍କ ସପିଂ ପାଇଁ ଏକ ବିଶେଷ ଅଫର ଆଣିଛି । ଏହି ଅଫର ମାଧ୍ୟମରେ ବି ଜିନିଷ କିଣିବା ପାଇଁ ବ୍ୟାଙ୍କ ନିକଟରୁ ଟଙ୍କା ନେଇପାରିବେ । ଏହା ଏକପ୍ରକାରର ସର୍ଟ ଟର୍ମ ଲୋନ ଅଟେ । ଯାହାର ଫାଇଦା କୌଣସି ବି ବ୍ୟକ୍ତି ଉଠାଇପାରିବେ । ଏଚଡିଏଫସିର ସୂଚନା ମୁତାବକ, ବ୍ୟାଙ୍କ ତରଫରୁ ଲୋକଙ୍କୁ କନଜ୍ୟୁମର ଲୋନ ଉପଲବ୍ଧ କରାଯାଉଛି । ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ କିସ୍ତି ଜରିଆରେ ପରିଶୋଧ କରାଯାଇପାରିବ ।

କେଉଁ କେଉଁ ସାମଗ୍ରୀ ଉପରେ ମିଳିବ ଲୋନ?

ଏଚଡିଏଫସି ବ୍ୟାଙ୍କ କନଜ୍ୟୁମର ଡ୍ୟୁରେବୁଲ୍ସ, ଫର୍ଣ୍ଣିଚର, ଇଲୋକ୍ଟ୍ରୋନିକ ସାମଗ୍ରୀ ଏବଂ ଫ୍ୟାସନ ସମେତ ଅନେକ ଗୁଡିଏ ସାମଗ୍ରୀର ଖରିଦାରୀ ପାଇଁ କନଜ୍ୟୁମର ଲୋନ ଦେଉଛି । ଯଦି ଆପଣଙ୍କ ନିକଟରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନାହିଁ ଆଉ ଆପଣ କିସ୍ତି ଜରିଆରେ କୌଣସି ଜିନିଷ ପାଇଁ ପେମେଂଟ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ହେବ ।

କେତେ ଲାଗିବ ପ୍ରୋସେସିଂ ଫିସ୍?

ଏଚଡିଏଫସିର ଆଧିକାରୀକ େଓବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଆପଣଙ୍କୁ ପ୍ରୋସେସିଂ ଫିସ ବାବଦକୁ ମାତ୍ର ୩୯୯ ଟଙ୍କା ଦେବାକୁ ପଡିବ । ଏହାପରେ ଯେକୌଣସି ଜିନିଷ ଉପରେ ଲୋନ ନେବାକୁ ଚାହିଁବେ ତାର ପେମେଂଟ ୩ରୁ ୩୬ ମାସର କିସ୍ତିରେ କରିପାରିବେ ।

କି କି ଦସ୍ତାବିଜ ଲାଗିବ?

କନଜ୍ୟୁମର ଲୋନ ପାଇଁ ଆପଣଙ୍କୁ ଅଧିକ କିଛି ଦସ୍ତାବିଜ ବି ଦେବାକୁ ପଡିବ ନାହିଁ । ବରଂ ଏଥିପାଇଁ ଆପଣଙ୍କୁ କେବଳ ବ୍ରାଂଚକୁ ଯାଇ ପାନକାର୍ଡ ଏବଂ ଆଧାର କାର୍ଡ ଦେବାକୁ ହେବ । ସହୁଠାରୁ ବଡ କଥା ହେଲା କି, ଏଥିପାଇଁ ଆପଣଙ୍କୁ କୌଣସି ବି ପ୍ରକାର ଡାଉନ ପେମେଂଟ ଦେବାକୁ ପଡିବନି ।

କିଭଳି ନେବେ ଲୋନ?

ଯଦି ଆପଣ ଏଚଡିଏଫସି ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଆପଣ ଗଣଐଊୠଉକୁ ୫୬୭୬୭୧୨ରେ ଏସଏମଏସ କରି ଜାଣିପାରିବେ କି ଆପଣଙ୍କୁ ଏହି ଲୋନର ଫାଇଦା ମିଳିପାରିବ ନା ନାହିଁ ।