ପରୀକ୍ଷା ଖାତାରେ ୟୁପି ଛାତ୍ରଙ୍କ ଅଦ୍ଭୁତ ଉତ୍ତର ! ପ୍ରେମରେ ପଡିଗଲି, ପଢିପାରିଲିନି ପାଠ

62

ରୋମାନ୍ସ୍ ଯୋଗୁଁ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ନ ପାରିବା ଠାରୁ ଆରମ୍ଭ କରି ବାପାଙ୍କୁ ହରାଇବା ଆଦି ଅନେକ କଥା ଉତ୍ତର ଖାତାରେ ଲେଖିଛନ୍ତି ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାର ପରୀକ୍ଷାର୍ଥୀ। କେତେକ ଉତ୍ତର ଖାତାରେ ଟଙ୍କା ମଧ୍ୟ ଷ୍ଟାପଲ୍ କରିଛନ୍ତି ଛାତ୍ରଛାତ୍ରୀ ।

ଉତ୍ତର ପ୍ରଦେଶ ବୋର୍ଡର ଯୁକ୍ତ ଦୁଇ ପରୀକ୍ଷାର କେମେଷ୍ଟ୍ରି ପେପରରେ ଜଣେ ପରୀକ୍ଷାର୍ଥୀ ଲେଖିଛନ୍ତି: ‘‘ଆଇ ଲଭ୍ ମାଇଁ ପୂଜା। ୟେ ମୋହବତ୍ ଭି କ୍ୟା ଚିଜ୍ ହୈ, ନା ଜିନେ ଦେତି ହୈ ଔର୍ ନା ମରନେଟ୍ଟ ସାର୍ ଇସ୍ ଲଭ୍ ଷ୍ଟୋରି ନେ ପଢ଼ାଇ ସେ ଦୂର୍ କର୍ ଦିୟା ଓ୍ଵରନାଟ୍ଟ। ତା’ପରେ ପରୀକ୍ଷାର୍ଥୀ ଘଟଣାର ବିସ୍ତୃତ ବିବରଣୀ ଦେଇଛନ୍ତି । ବଢ଼ିଆ କରି ଅଙ୍କା ଯାଇଥିବା ଏକ ତୀରବିଦ୍ଧ ହୃଦୟର ଚିତ୍ର ଛଡ଼ା ଉତ୍ତର ଖାତାଟି ସମ୍ପୂର୍ଣ୍ଣ ଫାଙ୍କା ।

ସେମିତି ମୁଜାଫର୍ ନଗର ଜିଲ୍ଲା ସ୍କୁଲ୍ ଇନ୍ସପେକ୍ଟର୍ ମୁନେଶ କୁମାର କହନ୍ତି: ଆମେ ବି ଟଙ୍କା ଗୁନ୍ଥା ଓ ବିଚିତ୍ର ବାର୍ତ୍ତା ଥିବା ଉତ୍ତର ଖାତା ପାଇଛୁ । ଜଣେ ଲେଖିଛି: ଖାତା ଦେଖିବା ପୂର୍ବରୁ ଗୁରୁଜୀଙ୍କୁ ପ୍ରଣାମ। ଦୟା କରି ମତେ ପାସ୍ କରାଇ ଦିଅନ୍ତୁ । ହେ ମୋର ଚିଠି, ତୁ ଉଡ଼ି ଉଡ଼ି ସାରଙ୍କ ପାଖକୁ ଯିବୁ। ମତେ ପାସ୍ କରାଇବେ କି, ଫେଲ୍ କରାଇବେ ତାଙ୍କ ଇଚ୍ଛା । ଜଣେ ଛାତ୍ର ଅତି ଭାବାକୁଳ ହୋଇ ଲେଖିଛି: ମୋର ମାଆ ନାହିଁ । ଯଦି ଆପଣ ମତେ ଫେଲ୍ କରି ଦେବେ ବାପା ମତେ ମାରିପକାଇବେ । ଯଦି ଫେଲ୍ ହୁଏ ଆତ୍ମହତ୍ୟା କରିବ ବୋଲି ଆଉ ଜଣେ ଛାତ୍ର ଧମକ ଦେଇଛି ।

ମିରଟର ଜଣେ ସରକାରୀ ଶିକ୍ଷକ କହନ୍ତି: ଅଧିକାଂଶ ବାର୍ତ୍ତା ସହାନୁଭୂତି ଉଦ୍ରେକ କରିବା ଭଳି ଲିଖିତ। ତା’ଛଡ଼ା ଟଙ୍କା ଗୁନ୍ଥା ଯିବା କଥା ତ କିଛି ବର୍ଷ ହେବ ଏକ ସାଧାରଣ ଘଟଣା ପାଲଟି ଯାଇଛି । ତେବେ ମାର୍ଚ ୧୭ ତାରିଖ ଠାରୁ ଖାତ ଦେଖା ଆରମ୍ଭ ହୋଇଛି।