‘ହ୍ୱାର୍ଟସଆପ’ ଆଣି ପାରେ ଆପଣଙ୍କ ପାଇଁ ବିପଦ ! ଜାଣନ୍ତୁ ଏହାର କାରଣ

38

ଲୋକପ୍ରିୟ ସୋସିଆଲ ମିଡିଆ ମେସେଜିଂ ଆପ୍ ହ୍ୱାର୍ଟସଆପରେ କିଛି ଦିନ ହେଲା ଏକ ଫେକ୍ ୟୁ.ଆର.ଏଲ୍ ଲିଙ୍କ ଭାଇରାଲ ହେବାକୁ ଲାଗିଛି । ଯେଉଁଥିରେ ହ୍ୱାର୍ଟସଆପକୁ ମଲ୍ଟି କଲରରେ ଡାଉନଲୋଡ କରିବାକୁ ଦର୍ଶାଯାଇଛି । ତେବେ ଭାଇରାଲ ହୋଇଥିବା ଏହି ଲିଙ୍କଟି ଏକ ମିଛ ତଥା ଫେକ୍ ଲିଙ୍କ୍ ଅଟେ ।

ସୂଚନା ମୁତାବକ, ମୋବାଇଲକୁ ଆସୁଥିବା ଏହି ଲିଙ୍କଟି ଉପରେ କ୍ଲିକ୍ କରିବାଦ୍ୱାରା ଏହା ସ୍ମାର୍ଟଫୋନର ବ୍ରାଉଜରରେ ଏକ ୱେବସାଇଟ୍ ଓପଲ ହୋଇଥାଏ । ତେବେ ଏଠାରେ ଆମେ କହି ରଖୁଛୁ କି ଏହି ୱେବସାଇଟଟି ହ୍ୱାର୍ଟସଆପର ଅଫିସିଆଲ ୱେବସାଇଟ୍ ନୁହେଁ । କାରଣ ଏହି ୱେବସାଇଟଟି ଖୋଲିବା କ୍ଷଣି ଉକ୍ତ ଲିଙ୍କଟି ଆପଣା ଛାଏଁ ବ୍ୟବହାରକାରୀଙ୍କ ମୋବାଇଲର କଂଟାକ୍ଟ ଲିଷ୍ଟରେ ଥିବା ସମସ୍ତ ନମ୍ବରକୁ ଆପେ ଆପେ ସେୟାର ହୋଇଯାଇଥାଏ ।

ତେବେ ଏହି ଲିଙ୍କଟି ମୋବାଇଲରେ ଥିବା କଂଟାକ୍ଟ ଲିଷ୍ଟରେ ସେୟାର ହୋଇଯିବା ପରେ ପରେ ଏକ ମେସେଜ ମଧ୍ୟ ଯାଇଥାଏ । ଯେଉଁଥିରେ ଲେଖାଥାଏ କି, ‘ଆଇ ଲଭ୍ ଦ ନ୍ୟୁ କଲର ଅଫ୍ ଦ ହ୍ୱାର୍ଟସଆପ୍’ । ଏଥିସହ ୱେବସାଇଟର ଫେକ୍ ଲିଙ୍କଟି ମଧ୍ୟ ସଂଯୋଗ ହୋଇ ଯାଇଥାଏ । ତେବେ ଏହି ୱେବସାଇଟ୍ ଉପରେ କ୍ଲିକ୍ କରିବା ଦ୍ୱାରା କିଛି ବ୍ୟବହାରକାରୀଙ୍କ ସ୍ମାର୍ଟଫୋନରେ ଏଣ୍ଡ୍ରୟଏଡ୍ ଆପ ଡାଉନଲୋଡ ହୋଇଯାଉଥିବା ଭଳି ଅଭିଯୋଗ ମିଳିଛି ।

ଏହି ଏଣ୍ଡ୍ରୟଏଡ୍ ଆପ ଡାଉନଲୋଡ ହେବା ପରେ ସୂଚନା ମିଳିଥାଏ କି, ହ୍ୱାର୍ଟସଆପର କଲର କେବଳ ହ୍ୱାର୍ଟସଆପ୍ ୱେବସାଇଟରେ ଉପଲବ୍ଧ ଅଟେ । ଏଥିପାଇଁ ଆପଣଙ୍କୁ ‘ବ୍ୟାକହ୍ୱାର୍ଟସ’ ନାମକ ଏକ ଆପକୁ ଡାଉନଲୋଡ କରିବାକୁ ପଡିବ । ତେବେ ଏହି ଫେକ୍ ଆପଟି ଭାଇରାଲ ହେବା ପରେ ଗୁଗଲ ଏହାକୁ ପ୍ଲେଷ୍ଟୋରରୁ ବ୍ୟାନ କରିଦେଇଛି ।