ହୁସିଆର ! ବଜାରରେ ଘୂରି ବୁଲୁଛି ୫୦ ଟଙ୍କିଆ ନକଲି ନୋଟ୍, କେବଳ ନୋଟକୁ ଛୁଇଁ ଏଭଳି ଜାଣନ୍ତୁ ଅସଲି-ନକଲି ଭିତରେ ଫରକ

287

ସାବଧାନ୍ ! ଆପଣଙ୍କ ପକେଟରେ ଥିବା ୫୦ ଟଙ୍କିଆ ନୋଟ୍ ନକଲି ବି ହୋଇପାରେ । କାରଣ ବଜାରରେ ଏବେ ଘୂରି ବୁଲୁଛି ଅସଲି ଠାରୁ ଅଧିକ ନକଲି ୫୦ ଟଙ୍କିଆ ନୂଆ ନୋଟ୍ । ଯାହା ଦେଖିବାକୁ ଅବିକଳ ଅସଲି ନୋଟ ଭଳି । ତେବେ ଏହି ନକଲି ନୋଟଗୁଡିକ କୌଣସି ମେସିନରେ ଛପାଯାଇଥିବା ନୋଟ ନୁହେଁ ବରଂ ତାକୁ ସ୍କାନ କରି ତିଆରି କରାଯାଇଛି । ଯଦି ଆପଣ ଟିକିଏ ନିରିଖେଇ ଦେଖିବେ ତେବେ ଅସଲି ଓ ନକଲି ମଧ୍ୟରେ ଫରକ କଣ ବୁଝିପାରିବେ ।

ସେପଟେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏସଂକ୍ରାନ୍ତରେ ସମସ୍ତ ଶାଖାଗୁଡିକୁ ସତର୍କ କରାଯାଇଛି । ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି କି, ପ୍ରତିଟି ନୋଟକୁ ଅତି ସାବଧାନତାର ସହ ଯାଂଚ ପରଖୀ ଗ୍ରହଣ କରିବାକୁ ।

 

ଅସଲି-ନକଲି ମଧ୍ୟରେ ଫରକ

ଅସଲି ଏବଂ ନକଲି ନୋଟର କାଗଜରେ ବହୁତ ଫରକ ରହିଛି । ଅସଲି ନୋଟରେ ଚାନ୍ଦି ଭଳି ଚମକୁଥିବା ଲାଇନଗୁଡିକ ନଜର ଆସିଥାଏ, ମାତ୍ର ନକଲି ନୋଟରେ ତାହା ଫଟୋକପି ଭଳି ନଜର ଆସିଥାଏ । ତେବେ ପ୍ରକୃତ କଥା ହେଲା କି, ନକଲି ନୋଟ୍ ହେଉଛି ଅସଲି ନୋଟର ଏକ ଫଟୋକପି । ଯାହାକୁ ଦଲାଲମାନେ ସ୍କାନ କରି ତିଆରି କରିଥାନ୍ତି ।