ସତ କାରବାର ହେଲେ ମିଛ ଆପ୍ ! ସାବଧାନ, ଆପଣ ବ୍ୟବହାର କରୁଥିବା ପେଟିଏମ ଆପଟି ବି ହୋଇପାରେ ଏକ ଫେକ୍ ଆପ୍ଲିକେସନ, ଏଭଳି ଜାଣନ୍ତୁ ନକଲି ଓ ଅସଲି ଆପ୍ ମଧ୍ୟରେ ଫରକ

59

ଆଜିର ଦିନରେ ଲୋକଙ୍କୁ ଟଙ୍କା କାରବାର ପାଇଁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡୁନି । ମୋବାଇଲ ବ୍ୟାଙ୍କିଂ ଜରିଆରେ ଯିଏ ଯେତେବେଳେ ଚାହିଲା ଓ ଯେବେ ଚାହିଁଲା ଟଙ୍କା ଉଠାଇପାରିଲା, ରଖିପାରିବା ଆଉ ଟ୍ରାନ୍ସଫର ବି କରିପାରିଲା । ସେହିପରି ମୋବାଇଲ ବ୍ୟାଙ୍କିଂ ଭଳି ଇ-ୱାଲେଟ୍ ମଧ୍ୟ ବର୍ତମାନ ସମୟରେ ସକ୍ରିୟ ହୋଇଛି । ନିଜ ସ୍ମାର୍ଟଫୋନରେ ମୋବାଇଲ ଆପ ଜରିଆରେ ଲୋକେ ଟଙ୍କା ଜମା କରି ତାକୁ ଆବଶ୍ୟକୀୟ ସମୟରେ ବ୍ୟବହାର କରୁଛନ୍ତି । ବିଭିନ୍ନ ଜିନିଷପତ୍ର କିଣାବିକା ବି କରିପାରୁଛନ୍ତି । ଏଥିସହିତ ବନ୍ଧୁ ତଥା ପ୍ରିୟ ପରିଜନଙ୍କ ନିକଟକୁ ଟଙ୍କା ଟ୍ରାନ୍ସଫର ମଧ୍ୟ କରିପାରୁଛନ୍ତି । ତେବେ ଏହିସବୁ ଆପ୍ ମଧ୍ୟରୁ ଗୋଟିଏ ହେଲା ପେଟିଏମ ।

ବିମୁଦ୍ରାକରଣ ପରେ କ୍ୟାସଲେସ ଟ୍ରାଂଜାକସନ ପାଇଁ ଯେଉଁ ସବୁ ୱାଲେଟ୍ ଆପ୍ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ପେଟିଏମ । ଏହି ଆପଟି ଅଧିକ ଲୋକପ୍ରିୟତା ହାସଲ କରିବାର ପ୍ରମୁଖ କାରଣ ହେଉଛି ଡିଟିଏଚ ପେମେଂଟ, ଟାକ୍ସି ପେମେଂଟ, ମେଟ୍ରୋ କାର୍ଡ ରିଚାର୍ଜ, ମୁଭ ଟିକେଟ୍, ହୋଟେଲ ବୁକିଂ, ଟ୍ରେନ, ଫ୍ଲାଇଟ, ବସ ଟିକେଟ ଆଦି ବୁକିଂ, ମେଡିକାଲ ତଥା ଅନ୍ୟାନ୍ୟଦୋକାନମାନଙ୍କରେ ପେମେଂଟ କରିବା ଇତ୍ୟାଦି । ଏଥିସହିତ ହିଁ ଏହି ଆପରୁ ଗୋଟିଏ ଆକାଉଂଟରୁ ଅନ୍ୟ ଏକ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର ବି କରାଯାଇପାରୁଛି । ଯଦିଓ ଏଭଳି କିଛି ୟୁଜର୍ସ ଏବେବି ରହିଛନ୍ତି, ଯେଉଁମା ନେ କି ଏଯାବତ୍ ଏହି ଆପର ବ୍ୟବହାର କରିନାହାଁନ୍ତି କିମ୍ବା ଏବେ କରିବାକୁ ଚାହୁଛନ୍ତି ତେବେ ଏହି ଆପଟିକୁ ନିଜ ମୋବାଇଲରେ ଇନଷ୍ଟଲ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଗୁଗୁଲ ପ୍ଲେଷ୍ଟୋର ଅବିକଳ ପେଟିଏମ ଆପ ଭଳି ଦିଶୁଥିବା ଏକ ଫେକ୍ ପେଟିଏମ ଆପ ବି ଉପଲବ୍ଧ । ଯାହାକୁ ଆପଣ ପେଟିଏମ ଆପ ଭାବି ନଜି ଫୋନରେ ଇନଷ୍ଟଲ କରୁଛନ୍ତି ତାହା କୌଣସି ଫେକ୍ ଆପ ବି ହୋଇପାରେ ।

ତେବେ ପେଟିଏମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୟୁଜର୍ସ ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରୁଛନ୍ତି । ଏଭଳି ୟୁଜର୍ସ ଏକଥାକୁ ଗୁରୁତ୍ୱ ଦେବା ଦରକାର କି ଏଠାରେ ପେଟିଏମର ଓରିଜିନାଲ ଆପ ସହିତ ଫେକ୍ ଆପ ବି ଉପଲବ୍ଧ ରହିଛି । ଅର୍ଥାତ୍ ଯଦି ଆପଣ ଭୁଲ ବଶତଃ ଏଭଳି ଫେକ୍ ଆକାଉଂଟକୁ ଇନଷ୍ଟଲ କରିଦିଅନ୍ତି ତେବେ ଆପଣଙ୍କର ବ୍ୟାଙ୍କ ଆକାଉଂଟ ସମସ୍ତ ତଥ୍ୟ ଲିକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହିତ ହିଁ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡର ସମସ୍ତ ତଥ୍ୟ ମଧ୍ୟ ଚୋରି ହୋଇଯିବାର ଅଧିକ ଭୟ ରହିଛି । ତେବେ ଏଭଳି ଫେକ୍ ଆପର ନାଁ ମଧ୍ୟ ପେଟିଏମ ସହିତ ମେଳ ଖାଉଥିବା ଭଳି ରଖାଯାଇଛି ।

ତେଣୁ ଆପଣଙ୍କର ଆମର ଗୋଟିଏ ପରାମର୍ଶ ଆପଣ ଯେତେବେଳେ ବି ଗୁଗୁଲ ପ୍ଲେଷ୍ଟୋରରୁ କୌଣସି ଆପ ବିଶେଷ କରି ପେଟିଏମ ଆପ୍ ଇନଷ୍ଟଲ କରୁଛନ୍ତି ସେତେବେଳେ ବହୁ ବୁଝିସୁଝି ଡାଉନଲୋଡ କରନ୍ତୁ । ନଚେତ ଆପଣ କୌଣସି ବଡ ଅସୁବିଧାରେ ପଡିପାରନ୍ତି ।