ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ମିଳିବ ଫାଇଦା । ଉପକୃତ ହେବେ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ।

2,443

କନକ ବ୍ୟୁରୋ: ରାସ୍ତାକଡ ଦୋକାନୀଙ୍କ ପାଇଁ ବଡ ଘୋଷଣା । ମୋଦିଙ୍କ ମେଗା ପ୍ୟାକେଜରେ ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା । ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କା ଘୋଷଣା ହୋଇଛି । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ । ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ । ତେବେ ଲକଡାଉନ ପାଇଁ ପ୍ରଭାବିତ ହୋଇଥିବା ରାସ୍ତାକଡ ଦୋକାନୀମାନଙ୍କୁ ମାସେ ଭିତରେ ଏହି ଫାଇଦା ଯୋଗାଇ ଦିଆଯିବ । ତେବେ ମୋଟ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ଏଥିରେ ଲାଭବାନ ହେବେ ।

ସେପଟେ ପ୍ରବାସୀ ଶ୍ରମିକଙ୍କ ଉପରେ ନଜର ରଖିଛନ୍ତି ସରକାର । ପ୍ରବାସୀ ଶ୍ରମିକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ମନେରଗା ମାଧ୍ୟମରେ କର୍ମନିଯୁକ୍ତି ସୁବିଧା ଯୋଗାଇ ଦିଆଯାଉଛି । ରାଜ୍ୟମାନଙ୍କୁ କୁହାଯାଇଛି ପ୍ରବାସୀ ଶ୍ରମିକଙ୍କୁ କାମ ଦେବାକୁ ।

ଖାଲି ସେତିକି ନୁହେଁ ଶ୍ରମିକଙ୍କୁ ମାଗଣା ରାସନ ବି ଦେବେ କେନ୍ଦ୍ର ସରକାର । ଆଗାମୀ ଆଉ ୨ ମାସ ଯାଏଁ ଶ୍ରମିକଙ୍କୁ ମାଗଣାରେ ଦିଆଯିବ ରାସନ । କାର୍ଡ ନଥିଲେ ବି ସେମାନଙ୍କୁ ମାଗଣାରେ ରାସନ ମିଳିବ । ୫ କିଲୋ ଚାଉଳ, ୫ କିଲୋ ଗହମ ଏବଂ ୧ କିଲୋ ଡାଳି ମାଗଣାରେ କେନ୍ଦ୍ର ସରକାର ଯୋଗାଇ ଦେବେ । ତେବେ ମାଗଣା ରାସନ ପାଇଁ ୩୫୦୦ କୋଟି ଘୋଷଣା କରାଯାଇଥିବା ବେଳେ ଏଥିପାଇଁ ୮ କୋଟି ପ୍ରବାସୀ ଶ୍ରମିକଙ୍କୁ ଫାଇଦା ମିଳିବ ।

ଅନ୍ୟପଟେ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୩ କୋଟି ଚାଷୀଙ୍କୁ ଶସ୍ତାରେ ଲୋନ ଦିଆଯିବ । ୨୫ ଲକ୍ଷ ନୂଆ ଚାଷୀଙ୍କୁ କିଷାନ କାର୍ଡ ଦିଆଯିବ । ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ କୃଷି ପାଇଁ ୮୬, ୬୦୦ କୋଟି ଟଙ୍କା ଘୋଷଣା । ଏପ୍ରିଲ ୩୦ ପର୍ଯ୍ୟନ୍ତ ୬୩ ଲକ୍ଷ ଚାଷୀଙ୍କୁ ଋଣ ଦିଆଯାଇଛି

ସେହିପରି ସହରୀ ଗରିବଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ଘୋଷଣା । ସହରୀ ଗରିବଙ୍କୁ ଦିନକୁ ୩ ଥର ଖାଇବା ଦିଆଯାଉଛି । ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ।