ଆସନ୍ତା ୨୪ ଘଂଟା ଭିତରେ ୟୁଜର୍ସଙ୍କ ଫଟୋ ଓ ଭିଡିଓ ଗାଏବ କରିଦେବ ଫେସବୁକ୍ ! ଜାଣନ୍ତୁ ପୂରା ମାମଲା

29

କଥା କଣ କି, ଫେସବୁକ୍ ନିଜ ଷ୍ଟୋରେଜରେ ନୂଆ ଫିଚର ଯୋଡିବାକୁ ଯାଉଛି , ଯାହାଦ୍ୱାରା ଅଧିକରୁ ଅଧିକ ୟୁଜର୍ସଙ୍କ ସହ ଇଂଟରାକ୍ସନ କରାଯାଇପାରିବ । ଏଠାରେ ଆମେ କହି ରଖୁଛୁ କି, ଏହି ନୂଆ ଫିଚରକୁ ଫେସବୁକ ଆପରେ ଯୋଡି ଦିଆଯାଇଛି । ଫେସବୁକ ନିଜ ଷ୍ଟୋରେଜ ଫିଚରରେ ଗ୍ରୁପ ଚାର୍ଟ ଏବଂ ରିଆକ୍ସନ ଫିଚରକୁ ଆଡ କରିଛି ।

ମିଳିଥିବା ସୂଚନା ମୁତାବକ, ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ ତଥା ଫେସବୁକ ନିକଟରେ କିଛି ନୂଆ ଫିଚର ସଂପର୍କରେ ଘୋଷଣା କରିଛି । ଯେଉଁଥିରେ ଫେସବୁକରେ ପୋଷ୍ଟ ହେଉଥିବା ଫଟୋ, ଭିଡିଓ ଏବଂ ଷ୍ଟୋରି ଆପଣା ଛାଏଁ ୨୪ ଘଂଟା ପରେ ଗାଏବ ହୋଇଯିବ । ଯଦି କୌଣସି ୟୁଜର କୌଣସି ଷ୍ଟୋରି ଉପରେ ରିପ୍ଲାଏ କରନ୍ତି ତେବେ ତାହା ଅନ୍ୟ ୟୁଜର୍ସଙ୍କୁ ରିପ୍ଲାଏର ଅପସନ ନଜର ଆସିବ । ଅର୍ଥାତ୍ ଯଦି କୌଣସି ବ୍ୟକ୍ତି ଆପଣଙ୍କ ପୋଷ୍ଟ ଉପରେ କମେଂଟ କରନ୍ତି ତେବେ ଏକ ନୂଆ ଗ୍ରୁପ କ୍ରିଏଟ ହୋଇଯିବ , ଯାହାକି ଅନ୍ୟ ୟୁଜର୍ସଙ୍କୁ ବି ସେହି ଷ୍ଟୋରି ଉପରେ କମେଂଟ କରିବାର ସୁବିଧା ପ୍ରଦାନ କରିବ ।