ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ: ମାତ୍ର ୨୮୫ ଟଙ୍କାରେ ବିକ୍ରି ହେଉଛି ଆପଣଙ୍କ ଫେସବୁକ୍ ଆକାଉଂଟ, ୭୧ ହଜାରରେ ମିଳୁଛି ଅନଲାଇନର ପୂରା ଇତିହାସ

63

ଲୋକଙ୍କୁ ଯଦି ପଚରାଯାଏଁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟର ମୂଲ୍ୟ କେତେ? ସମସ୍ତେ କହିବେ ବହୁ ମୂଲ୍ୟବାନ । କିନ୍ତୁ କିଛି ହ୍ୟାକରଙ୍କ ପାଇଁ ଏହି ସବୁ ତଥ୍ୟ କେବଳ ବ୍ୟବସାୟର ଏକ ମାର୍ଗ ମାତ୍ର । ଆପଣଙ୍କୁ ଏଠାରେ କହିରଖୁଛୁ ଆପଣଙ୍କ ଫେସବୁକ ପାସଓାର୍ଡକୁ ମାତ୍ର ୨୮୫ ଟଙ୍କାରେ କଳା ବଜାରରେ ବିକ୍ରି କରାଯାଉଛି ।

ବର୍ତ୍ତମାନ ଫେସବୁକ ଡାଟା ଲିକକୁ ନେଇ ଚହଳ ସୃଷ୍ଟି ହୋଇଥିବାବେଳେ ଏକ ରିସର୍ଚ୍ଚରେ ଦାବି ହୋଇଛି କି, ଲୋକଙ୍କର ବ୍ୟାଙ୍କ ଖାତା, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଇମେଲ ସଂପର୍କିତ ତଥ୍ୟକୁ ମାମୁଲି ଦରରେ ବିକ୍ରି କରାଯାଉଛି । ଏହି କଳା ବଜାରରେ ଫେସବୁକ୍ ପାସଓାର୍ଡ ଦାମ ମାତ୍ର ୨୮୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ମାତ୍ର ୭୧ ହଜାର ଟଙ୍କାରେ ପୂରା ଅନଲାଇନ ଇତିହାସ ବିକ୍ରି ହେଉଛି । ଏହାର ଦାମ ଏତେ ଶସ୍ତା ରହିଛି କାରଣ ଫେସବୁକରେ ଅନ୍ୟସବୁ ଥାର୍ଡ ପାର୍ଟି ଯେମିତି କି ଗେମ ଆପ,କ୍ୱିଜ ଆପ ଭଳି ଆପ ସବୁ ଥିବାରୁ ହ୍ୟାକର ସହଜରେ ଏହାକୁ ହ୍ୟାକ କରିନେଉଛନ୍ତି ।

୭୧ ହଜାରରେ ବିକ୍ରି ହେଉଛି ପୂରା ଅନଲାଇନ ଇତିହାସ

ହ୍ୟାକର ଡାର୍କ ୱେବରେ ସମ୍ପୁର୍ଣ୍ଣ ଅନଲାଇନ ଇତିହାସକୁ ୭୧ ହଜାରରେ ବିକ୍ରି ହେଉଛି । ଏଥିରେ ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ ସମ୍ବନ୍ଧୀୟ ସୁଚନା ମଧ୍ୟ ରହିଅଛି । ଜି ମେଲ ୟୁଜର ନାଁ ଏବଂ ପାସୱାର୍ଡ ୧ ଡଲାରରେ ମିଳୁଥିବା ବେଳେ ଉବର ଲଗଇନ ଡିଟେଲ ୭ ଡଲାରରେ ମିଳୁଥିବା ସୁଚନା ମିଳିଛି ।

ଇଣ୍ଟରନେଟ ଅଣ୍ଡରୱାର୍ଲଡ ଡାର୍କ ୱେବ

ଇଣ୍ଟରନେଟର ଏହି କଳା ଦୁନିଆରେ ଡ୍ରଗ୍ସ,ପର୍ଣ୍ଣ,ହତିଆର ସବୁର କାରବାର ହେଉଛି । ବିଶେଷଜ୍ଞଙ୍କ କହିବାନୁସାରେ ଟାରର ଆବିଷ୍କାର ରକ୍ଷା ସେବା ପାଇଁ ହୋଇଥିଲା ଯାହାଦ୍ୱାରା ପରିଚୟ ଗୁପ୍ତ ରଖାଯାଇ ଇଣ୍ଟରନେଟ ଚଲାଯାଇ ପାରିବ । କିନ୍ତୁ ପରେ ଏଠାକୁ ଅପରାଧି ପଶିଆସିଥିଲେ । ଟାରର ସାଇଟଗୁଡିକ ଡଟକମ ବଦଳରେ ଡଟ ଆନିୟନ ଏକ୍ସଟେନସନରେ ଖୋଲିଥାଏ । ଏହି ସାଇଟ କେବଳ ଟାରରେ ହିଁ ଦେଖାଯାନ୍ତି ଗୁଗଲରେ ନୁହଁ । ସୁଚନା ମିଳୁଛି କି ଡାର୍କ ନେଟର ଦୁନିଆ ଇଣ୍ଟରନେଟ ଠାରୁ ଦୁଇଗୁଣା ବଡ । ଏହି ସାଇଟରେ ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକ ଲଗ ଇନ କରନ୍ତି କିନ୍ତୁ ତାଙ୍କ ପରିଚୟ ଗୁପ୍ତ ରହିଥାଏ ।