ସାବାଡ ହେବେ ଫେସବୁକ୍ ୟୁଜର୍ସ ! ବ୍ଲକ୍ ହେବା ପରେ ପୁଣି ଥରେ ଆକାଉଂଟ ଖୋଲିଲେ ମିଳିବ ଦଣ୍ଡ

28

ଦେଶରେ ସୋସିଆଲ ମିଡିଆର ବ୍ୟାପକ ଭାବେ ବୃଦ୍ଧି ପାଇବା କାରଣରୁ ଏହା ସହ ଜଡିତ ବିଭିନ୍ନ ଅପରାଧୀକ ମାମଲା ମଧ୍ୟ ବୃଦ୍ଧିବାରେ ଲାଗିଛି । ଯେଉଁଥିରେ ସର୍ବାଗ୍ରେ ରହିଛି ଫେସବୁକ୍ । ତେବେ ନିକଟରେ ଫେସବୁକ ସୋସିଆଲ ମିଡିଆରେ ହେଉଥିବା ବୁଲଇଂ ଏବଂ ଏହା ସହ ଜଡିତ ବିଭିନ୍ନ ଅପରାଧ ଉପରେ ଲଗାଇ ଲଗାଇବାକୁ ଏକ ବଡ ପଦକ୍ଷେପ ଉଠାଇଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଇବୁ । ତେବେ ଆସନ୍ତୁ ଜାଣିବା ସେସଂପର୍କରେ ।

ଅନାବଶ୍ୟକ ମେସେଜ ବା ଫ୍ରେଣ୍ଡ ରିକ୍ୱେଷ୍ଟରୁ ମିଳିବ ମୁକ୍ତି

ସୂଚନା ମୁତାବକ, ଫେସବୁକ୍ ଏହି ନୂଆ ଫିଚର ଜରିଆରେ ୟୁଜର୍ସ ଅଦରକାରୀ ମେସେଜ ଏବଂ ଫ୍ରେଣ୍ଡ ରିକ୍ୱେଷ୍ଟରୁ ୟୁଜର୍ସଙ୍କୁ ମୁକ୍ତି ମିଳିବ । ବିଶେଷ କରି ମହିଳାମାନେ ସୋସିଆଲ ମିଡିଆ ଅଦରକାରୀ ବା ଅଚିହ୍ନା ଫ୍ରେଣ୍ଡ ରିକ୍ୱେଷ୍ଟ ଦ୍ୱାରା ଚିନ୍ତିତ ରହିଥାନ୍ତି ଆଉ ଫେସବୁକର ଏହି ପଦକ୍ଷେପ ଦ୍ୱାରା ମହିଳାଙ୍କ ସହ ହେଉଥିବା ଅପରାଧକୁ ରୋକାଯାଇପାରିବ ।

ଫେକ୍ ଆକାଉଂଟ୍ ଉପରେ ଲାଗିବ ରୋକ୍

ଫେସବୁକ୍ ସୂଚନା ମୁତାବକ, କିଛି ଲୋକ ସୋସିଆଲ ମିଡିଆ ମହିଳାଙ୍କୁ କିମ୍ବା ଅନ୍ୟ ୟୁଜର୍ସଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିଥାନ୍ତି । ଏବଂ ସେମାନଙ୍କର ଆକାଉଂଟକୁ ବ୍ଲକ କରାଯିବା ପରେ ବି ସେମାନେ ଅଲଗା ଅଲଗା ଆକାଉଂଟ କ୍ରିଏଟ୍ କରି ଲୋକଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଫେସବୁକର ଏଭଳି ନିଷ୍ପତି ଦ୍ୱାରା ଫେକ୍ ଆକାଉଂଟ ଏବଂ ଏହା ଜରିଆରେ ଯାଉଥିବା ଅସାମୀଜିକ ଗତିବିଧିକୁ ରୋକାଯାଇପାରିବ ।

ସାବାଡ ହେବେ ଫେକ୍ ଆକାଉଂଟଧାରୀ

ସାଧାରଣତଃ ଥରେ ପେଜ୍ ବା ଆକାଉଂଟ ବ୍ଲକ କରାଯିବା ପରେ ଲୋକେ ଅଲଗା ଏକ ନୂଆ ଆକାଉଂଟ କ୍ରିଏଟ୍ କରି ପୁଣି ଥରେ ହଇରାଣ କରିବା ଆରମ୍ଭ କରିଦେଇଥାନ୍ତି । ମାତ୍ର ଫେସବୁକର ଏହି ନୂଆ ଟୁଲ୍ ସହାୟତାରେ ସେ ସମସ୍ତ ସନ୍ଦିଗ୍ଧ ଆକାଉଂଟଗୁଡିକ ଉପରେ ନଜର ରଖାଯିବ ।