ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! ଏବେ ଫେସବୁକ୍ ଜରିଆରେ ପାଇ ପାରିବେ ଚାକିରି

66

ସୋସିଆଲ ମିଡିଆରେ ୱେବସାଇଟ ଫେସବୁକ୍ ଏବେ ଧିରେ ଧିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାର ଉଦାହରଣ ନିକଟରେ ଲଂଚ ହୋଇଥିବା ଏହାର ନୂଆ ଜବ୍ ଫିଚର । ଲିଙ୍କଡ ଇନ ବିଷୟରେ ସାଧାରଣତଃ ଆପଣ ଜାଣିଥିବେ ତେବେ ଆପଣଙ୍କୁ ଜଣାଥିବ କି ଚାକିରି ଖୋଜିବା ଓ ଦେଉଥିବା ବିଭିନ୍ନ କଂପାନୀମାନଙ୍କ ପାଇଁ ଏହା ସବୁଠାରୁ ଭଲ ପ୍ଲାଟଫର୍ମ ଅଟେ ଯାହାକୁ ମାଇକ୍ରୋସଫ୍ଟ କିଣିଛି । ଏବେ ଫେସବୁକ ସିଧାସଳଖ ଭାବରେ ନୂଆ ଫିଚର ସହିତ ଲିଙ୍କଡ ସହିତ କଡା ମୁକାବିଲା

ପୂର୍ବରୁ କିଛି ମାସ ହେଲା ଲଗାତର ଭାବରେ ଏହାକୁ ଟେଷ୍ଟିଙ୍ଗ୍ କରିବା ପରେ ଫେସବୁକ୍ ଏହି ଜବ ପୋଷ୍ଟ କରୁଥିବା ଫିଚରର ଆରମ୍ଭ କରିଛି । ଯଦିଓ ଏହାକୁ ଆମେରିକା ଓ କାନାଡାର କିଛି କଂପାନୀମାନଙ୍କ ପାଇଁ ଆରମ୍ଭ କରାଯାଇଛି । ତେବେ ଚାକିରି ପାଇଁ ଆଶାୟୀ ଯୁବକ ଓ ଯୁବତୀମାନେ ଫେସବୁକରେ ଥିବା କଂପାନୀମାନଙ୍କ ଏହି ପେଜକୁ ଯାଇ ଆବେଦନ କରିପାରିବେ ।

ତେବେ ଫେସବୁକ ମାଧ୍ୟମରେ ନା କେବଳ ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ ତାହା ନୁହେଁ । ଏହା ମାଧ୍ୟମରେ ଆପଣ ମଧ୍ୟ ଚାକିରି ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବେ ।