କିଏ ଲୁଟିଲା ଗୁଗଲ ଓ ଫେସବୁକକୁ? ଜାଲ୍ ୱେବସାଇଟ୍ ନାଁରେ ଚଳୁ କରିନେଲା ୬୪୨ କୋଟି ଟଙ୍କା

19

ବିଶ୍ୱର ନାମିଦାମି ସାଇବର କଂପାନୀମାନେ ଯେ ସାଇବର ଅପରାଧୀଙ୍କ ଶିକାର ହୋଇ ପାରିବେ ତାର ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ଫର୍ଚୁନ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ସୋସିଆଲ ମିଡିଆ କଂପାନୀ ଫେସବୁକ୍ ଏବଂ ଇଂଟରନେଟ୍ ସଂସ୍ଥା ଗୁଗଲ୍ ପାଖାପାଖି ୬୪୨ କୋଟି ଟଙ୍କା ତଥା ୧୦୦ମିଲିୟନ ଆମେରିକୀୟ ଡଲାରର ସାଇବର ସ୍କାମର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଘଟିଥିଲା ପାଖାପାଖି ବହୁ ଦିନ ପୂର୍ବରୁ । ଯାହାକୁ ଫେସବୁକ୍ ଓ ଗୁଗଲ ଗୋପନୀୟ ରଖିବାକୁ ଚାହୁଁ ଥିଲେ । ମାତ୍ର ର୍ଦୁଭାଗ୍ୟବଶତଃ ଏହା ଏବେ ମିଡିଆରେ ଲିକ୍ ହୋଇ ଯାଇଛି । ଆପଣ ଜାଣିଲେ ଚକିତ ହେବେ କି ଏହି କାରନାମା ଘଟାଇଥିବା ବ୍ୟକ୍ତିର ବୟସ ମାତ୍ର ୨୫-୩୦ ବର୍ଷ ମଧ୍ୟରେ । ତେବେ ୨୦୧୩ରୁ ୨୦୧୫ ମଧ୍ୟରେ ଇଭାଲଡାସ୍ ରିମାସୋସକାସ ନାମକ ଜଣେ ବ୍ୟକ୍ତି ଗୁଗଲ ଏବଂ ଫେସବୁକ୍ ବ୍ୟତୀତ ଅନ୍ୟ ୩ଟି କଂପାନୀକୁ ମଧ୍ୟ ଟୋପି ପିନ୍ଧାଇ ଦେଇଥିଲା । ଏହି ବ୍ୟକ୍ତି ଜଣଙ୍କ ସେମାନଙ୍କଠାରୁ ଅନଲାଇନ୍ ଠକେଇ ବା ଜାଲ୍ ୱେବସାଇଟ୍ ନାଁରେ ପାଖାପାଖି ୬୪୨ କୋଟି ଟଙ୍କା ଚଳୁ କରି ନେଇଥିଲା ।

ତେବେ ଅର୍ଥନୈତିକ ଇମେଲ୍ ମାଧ୍ୟମରେ ଗୁଗଲ୍ ଓ ଫେସବୁକର କର୍ମଚାରୀମାନଙ୍କ ନିକଟରୁ କାମ ବଦଳରେ ଟଙ୍କାକୁ କାଂଟା କମ୍ପ୍ୟୁଟର କଂପାନୀ ନାଁରେ ଟଙ୍କା ହଡପ୍ କରିଥିଲା । ଏଥିସହ ଗୁଗଲ ଓ ଫେସବୁକର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଜାଲ୍ ଦସ୍ତଖସ୍ତ କରି ରିମାସୋସକାସ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଉଠାଣ ମଧ୍ୟ କରିଥିଲା । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ଭଳି ରିମାସୋସକାସଙ୍କ ଅପରାଧ ଲୁଚି ରହି ନଥିଲା । ତାର ସମସ୍ତ କାରନାମା ଜଣାପଡି ଯାଇଥିଲା ଏବଂ ନ୍ୟାୟ ଏବଂ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସନ୍ଦିଗ୍ଧ ରିମାସୋସକାସକୁ ଗତ ମାର୍ଚ୍ଚ ମାସରେ ଗିରଫ କରାଯାଇଛି ।

ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି । କିନ୍ତୁ ସବୁଠାରୁ ବଡ କଥା ହେଲା ସନ୍ଦିଗ୍ଧ ଜଣଙ୍କ ଏଯାବତ୍ ନିଜ ଦୋଷକୁ ସ୍ୱୀକାର କରିନାହିଁ ବୋଲି ମିଳିଥିବା ସୂଚନାରୁ ଯାହା ଜଣା ପଡିଛି ।