ଫେସବୁକ ଫ୍ରେଣ୍ଡ ତାଲିକାରେ ନାହାଁନ୍ତି ତ ଏହି ୧୩ ଜଣ ଲୋକ? ଯଦି ହଁ ତେବେ ଜେଲ ଯାଇପାରନ୍ତି ଆପଣ

9,712

ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସବୁ ହାସଲ କରିବା ପାଇଁ ପାକିସ୍ତାନ ଏବେ ଫେସବୁକର ସାହାରା ନେଉଛି । ଯଦି ଆପଣଙ୍କ ଫେସବୁକରେ କୌଣସି ପାକିସ୍ତାନି ଯୁବକ କିମ୍ବା ଯୁବତୀ ବନ୍ଧୁ ରହିଛନ୍ତି ତେବେ ତୁରନ୍ତ ତାଙ୍କୁ ଅନଫ୍ରେଣ୍ଡ କରି ଦିଅନ୍ତୁ । ଫେସବୁକରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ସଂଚାଳିତ ୧୩ ଫେସବୁକ ଆଇଡି ଭାରତୀୟ ସୁରକ୍ଷା ସଂସ୍ଥାମାନଙ୍କ ହସ୍ତଗତ ହୋଇଛି । ଏଥି ମଧ୍ୟରୁ ୧୧୦୦ରୁ ବି ଅଧିକ ଲୋକଙ୍କ ଲିଙ୍କ ରହିଛି । ଯେଉଁମାନଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ନିଜ ତଦନ୍ତ ପରିସରକୁ ବି ଆଣିଛି ।

ସୂଚନା ମୁତାବକ, ବ୍ରହ୍ମୋସ ଇଂଜିନିୟର ନିଶାନ୍ତ ଅଗ୍ରୱାଲ ଏବଂ ବିଏସଏଫ ଯବାନ ଅଚ୍ୟୁତାନନ୍ଦଙ୍କର ଗିରଫଦାରୀ ପରେ ସୁରକ୍ଷା ଏଜେନ୍ସିଗୁଡିକ ଫେସବୁକରେ ଅଧିକ ସକ୍ରିୟ ହୋଇଛନ୍ତି । ଏମାନଙ୍କ ବିରୋଧରେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଭଳି ସାଘାଂତିକ ଅଭିଯୋଗ ଆସିଥିଲା । ଦୁଇ ଜଣଙ୍କୁ ହିଁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଫେସବୁକରେ ହନିଟ୍ରାପର ଶିକାର ବନାଇଥିଲା । ଏବେ ଭାରତୀୟ ସୁରକ୍ଷା ଏଜେନ୍ସିଗୁଡିକ ଫେସବୁକରେ ଏଭଳି ଆଇଡିକୁ ଠାବ କରୁଛି, ଯେଉଁମାନଙ୍କର ଲିଙ୍କ ପାକାସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ରହିଛି । ଏହି ତଦନ୍ତରେ ୧୩ ଏଭଳି ଆଇଡି ହସ୍ତଗତ ହୋଇଛି, ଯାହା ଭାରତୀୟ ଏଜେନ୍ସିଗୁଡିକ ନଜରକୁ ଆସିଛି ଏବଂ ଯାହା ଜରିଆରେ ଆଇଏସଆଇ ଲୋକଙ୍କୁ ହନିଟ୍ରାପରେ ଫଶାଇବାକୁ ପ୍ରୟାସ କରୁଛି ।

source : thenational.ae

ଏଠାରେ ଆମେ କହି ରଖୁଛୁ କି, ଉତରପ୍ରଦେଶ ଏଟିଏସ ଏହି ୧୩ଟି ଆଇଡିର ଥିବା ୧୧୦୦ଫେସବୁକ ଫ୍ରେଣ୍ଡମାନଙ୍କର ଛାନଭିନ କରୁଛି । ଏମାନଙ୍କୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମ ଶ୍ରେଣୀରେ ରକ୍ଷା ଏବଂ ସୈନ୍ୟ ବଳ, ଦ୍ୱିତୀୟରେ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସ୍ଥାନମାନଙ୍କରେ କାମ କରୁଥିବା ଲୋକେ ଏବଂ ତୃତୀୟ ଶ୍ରେଣୀରେ ସାଧାରଣ ଲୋକଙ୍କୁ ରଖାଯାଇଛି । ଏହି ସବୁ ଲୋକମାନଙ୍କର ଫେସବୁକ ଆକାଉଂଟକୁ ପୁଂଖାନୁପୁଂଖ ଯାଂଚ କରାଯିବ ।ଏହାପରେ ସେମାନଙ୍କର ଗତିବିଧି ଉପରେ ସଂପୂର୍ଣ୍ଣ ଭାବରେ ନଜର ରଖାଯିବ । ଏବଂ ସୁନିଶ୍ଚିତ କରାଯିବ କି ଏମାନଙ୍କ ଦ୍ୱାରା ଦେଶର କୌଣସି ବି ଗୁରୁତ୍ୱପୂର୍ଣ୍ଣ ସୂଚନା ଆଇଏସଆଇର ଆକାଉଂଟଗୁଡିକୁ ଟ୍ରାନ୍ସଫର କରାଯାଉନାହିଁ ତ ।