ଫେସବୁକ୍ କଲା ସତର୍କ ! ଏଣିକି ଲାଇକ୍, ସେୟାର ଏବଂ କମେଂଟ୍ କଲେ ବନ୍ଦ ହୋଇଯିବ ଆକାଉଂଟ୍

60

ସୋସିଆଲ ନେଟୱର୍କିଂ ସାଇଟ୍ ତଥା ଫେସବୁକ୍ ଏବେ ନେବାକୁ ଯାଉଛି ଏକ ବଡ ପଦକ୍ଷେପ । ଯେଉଁଥିରେ ଲାଇକ୍ ଏବଂ ସେୟାର ବଢାଇବା ପାଇଁ ଟେକନିକ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଲଗାମ କସିବ । ତେବେ ଫେସବୁକରେ ଅଧିକ ଲାଇକ୍ , ସେୟାର ଏବଂ କମେଂଟ ପାଇବା ପାଇଁ ଲୋକେ କିଛି ବି ପଦ୍ଧତି ଆପଣେଇବାକୁ ପଛାନ୍ତି ନାହିଁ । ଯାହାକି ଫେସବୁକରେ ଏଭଳି ଅନେକ ପୋଷ୍ଟ ନଜର ଆସିଥାଏ ଆଉ ଯେଉଁଥିରେ ୟୁଜର୍ସଙ୍କୁ ନିଜର ଲାଇକ, ସେୟାର କିପରି ବଢାଇବେ ସେନେଇ ପରାମର୍ଶ ଦିଆଯାଇଥାଏ ।

ତେବେ ଫେସବୁକ୍ ଭାଷାରେ ଏଭଳି ପୋଷ୍ଟକୁ ‘Engagement Bait’ ବୋଲି କୁହାଯାଏ । ଏଭଳି ପ୍ରକାରରେ ପୋଷ୍ଟର Engagement ବଢାଯାଇଥାଏ । ଯାହାଦ୍ୱାରା ପୋଷ୍ଟକୁ ନ୍ୟୁଜ୍ ଫିଡ Engagementର ଲାଭ ମିଳିଥାଏ ଏବଂ ତାହା ପୋଷ୍ଟରେ ଚାଲିଆସିବା ସହିତ ଅଧିକ ୟୁଜର୍ସ ନଜର ଆସିଥାଏ । ଏଭଳି ପ୍ରକାରର ପୋଷ୍ଟକୁ ଫେସବୁକ୍ ଏବେ ରୋକିବାକୁ ବନ୍ଦୋବସ୍ତ କରୁଛି । ଯାହାର ସୂଚନା ଖୋଦ୍ ଫେସବୁକ ଦେଇଛି ।

କଂପାନୀ ସୂଚନା ମୁତାବକ, ଏବେ ଏପ୍ରକାରର ପୋଷ୍ଟକୁ ଡିମୋଟ କରାଯିବ । ଫେସବୁକରେ ଏଭଳି ପେଜ ଯେଉଁଗୁଡିକ ଲଗାତର ଭାବେ ଏପ୍ରକାର ଟ୍ରିକ୍ ଆପଣାଉଛନ୍ତି, ସେମାନଙ୍କର ସମସ୍ତ ପୋଷ୍ଟକୁ ବର୍ତ୍ତମାନ ଡିମୋଟ୍ କରିଦିଆଯିବ । ଫେସବୁକ୍ କହିବା ଅନୁସାରେ, ସହାୟତା, ପରାମର୍ଶ ବା ସୁପାରିସ୍ ଏବଂ ଦାନ ପାଇଁ ଟଙ୍କା ମାଗିବା, ଟ୍ରାଭେଲ ଜନିତ ବିଜ୍ଞାପନ ଭଳି ପୋଷ୍ଟ ଉପରେ ଏଭଳି ଅପଡେଟର କୌଣସି ଫରକ ପଡିବନାହିଁ । Engagement Baitକୁ ରୋକିବା ପାଇଁ ଫେସବୁକ ମେସିନ ଲର୍ଣ୍ଣିଂ ମଡେଲର ବ୍ୟବହାର କରାଯିବ । ଯାହାଦ୍ୱାରା ନ୍ୟୁଜ୍ ଫିଡରେ ଦେଖାଯାଉଥିବା ଏପ୍ରକାରର ପୋଷ୍ଟ ଆପଣା ଛାଏଁ ଡିମୋଟ୍ ହୋଇଯିବ । ଯାହାଦ୍ୱାରା ଫେସବୁକ ଜନିତ ହିଂସା ତଥା ଦଙ୍ଗା ଭଳି ପରିସ୍ଥିତିକୁ ରୋକା ଯାଇପାରିବ ।