ଆପଣଙ୍କ ଡାଟା ସୁରକ୍ଷିତ ଅଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି କି ? ତେବେ ଫେସବୁକରେ ଲେଖନ୍ତୁ ଏହି ଗୋଟିଏ ଶଦ୍ଦ

51

କିଛି ଦିନ ହେଲା ଲୋକପ୍ରିୟ ମେସେଜିଂ ଆପ ଫେସବୁକ ବିଷୟରେ ହିଁ ଫେସବୁକରେ ଏକ ନୂଆ ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିନା ଅନୁମତିରେ କେମ୍ବ୍ରିଜ ଆନାଲିଟିକା ନାମକ ଏକ ରାଜନୈତିକ ତଥ୍ୟ ବିଶ୍ଳେଷଣକାରୀ କମ୍ପାନି ୫୦ ନିୟୁତ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ନେଇଯାଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏଭଳି ସ୍ଥିତି ଉପୁଜିଛି।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ସାମ୍ନାକୁ ଆସିଥିଲା କେମ୍ବ୍ରିଜ୍ ଏନାଲିଟିକାର ନାଁ । ୫ ଲକ୍ଷ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଚୋରି କରି ଡୋନାଲ୍ଡ ଟ୍ରମ୍ପଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ଆସିଥିଲା ବ୍ରିଟେନ ଭିତିକ ଏହି ଫାର୍ମ ନାଁରେ । ଭାରତରେ ୨୦୧୪ ଲୋକସଭା ନିର୍ବାଚନ ସମୟରୁ ସୋସିଆଲ୍ ମିଡିଆ ଦ୍ୱାରା ପ୍ରଚାର ଜୋର ଧରିଥିଲା । ଏଭଳି ସ୍ଥିତିରେ କେମ୍ବ୍ରିଜ୍ ଏନାଲିଟିକା ସ୍ୱୀକାର କରିଥିଲା କି, ଭାରତରେ ବିଜେପି, କଂଗ୍ରେସ ଓ ଜେଡିୟୁ ଭଳି ଦଳ ପାଇଁ ସେ ପ୍ରଚାର କରିଛି । ଏପରିକି ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏହି କମ୍ପାନୀ କଂଗ୍ରେସ ସହ କାମ କରିବାକୁ ସହମତ ହୋଇଛି । ମୁଖ୍ୟ କଥା ହେଲା ୟୁଜର୍ସ ନିଜ ଇଚ୍ଛାରେ ବିଶ୍ୱାସର ସହ ନିଜର ଡାଟା ବା ଭାବନାକୁ ୱେବସାିଟେର ଦେଇଥାନ୍ତି ବା ପୋଷ୍ଟ କରିଥାନ୍ତି ମାତ୍ର ଏମାନେ ଏହି ଡାଟାକୁ ୟୁଜର୍ସଙ୍କ ବିନା ଅନୁମାତିରେ ରାଜନୈତିକ ଦଳଗୁଡିକୁ ଦେଇଦେଉଛନ୍ତି । ଯାହାକୁ ଏମାନେ ନିଜର ଫାଇଦା ପାଇଁ ବ୍ୟବହାର କରୁଛନ୍ତି ।

ଯଦି କେମ୍ବ୍ରିଜ୍ ଆନାଲିଟିକା ୟୁଜର୍ସଙ୍କ ଡାଟାକୁ ଚୋରି କରି ପାରୁଛି, ତେବେ ଆପଣଙ୍କର ଡାଟା କେତେ ସୁରକ୍ଷିତ ଏନେଇ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ । ତେବେ ଏନେଇ ବିଭିନ୍ନ ସୋସିଆଲ ମିଡିଆରେ ବି ଅନେକ ଗୁଜବ ଦେଖାଦେଇଛି । ଆପଣଙ୍କ ଡାଟା ସୁରକ୍ଷିତ କି ନୁହେଁ ତାହା ଜାଣିବା ପାଇଁ ଆପଣଙ୍କୁ ଆପଣଙ୍କର ଫେସବୁକ ଷ୍ଟାଟସ ପରିବର୍ତ୍ତନ କରିବାକୁ ପଡିବ ବୋଲି ଖବର ସାମ୍ନାକୁ ଆସିଥିଲା । ସେହିପରି ଆପଣଙ୍କ ଷ୍ଟାଟସରେ ବିଏଫଏଫ ଲେଖନ୍ତୁ । ଯାହାକୁ ଅଧିକାଂଶ ଲୋକ ବେଷ୍ଟ ଫ୍ରେଣ୍ଡ ଫରଏଭର କୁହନ୍ତି । ଏବଂ ତାଙ୍କୁ ପୋଷ୍ଟ କରନ୍ତୁ । ଆପଣଙ୍କ ଫେସବୁକ ଷ୍ଟାଟସର ରଙ୍ଗ ପୂରା ପୂରି ବଦଳି ଯିବ । କାରଣ, ଯେତେବେଳେ ବି ଆପଣ କୌଣସି ଷ୍ଟାଟସ ଲେଖନ୍ତି, ସେତେବେଳେ ତାହା କଳା ରଙ୍ଗର ଦୃଶ୍ୟମାନ ହୋଇଥାଏ । ଆଉ ଯଦି ଆପଣ ଏଠାରେ ବିଏଫଏଫ ଲେଖିବେ ତାର ରଙ୍ଗ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହୋଇଯିବ । ତେଣୁ ଯଦି ଆପଣଙ୍କର ଡାଟା ସୁରକ୍ଷିତ ଥାଏ ତେବେ ଏହାର ରଙ୍ଗରେ ପରିବର୍ତ୍ତନ ଆସିବ ଆଉ ଯଦି ନାହିଁ ତେବେ ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।ଯାହାଦ୍ୱାରା ଆପଣ ଜାଣିପାରିବେ କି ଆପଣଙ୍କର ଡାଟା ସୁରକ୍ଷିତ ନୁହେଁ ।

ଏଠାରେ ଆମେ କହି ରଖୁଛୁ କି,ଏହା ଏକ ଉଡା ଖବର, କାରଣ ଏହା ଫେସବୁକର ଏକ ଫିଚର ଅଟେ । ଫେସବୁକ ଷ୍ଟାଟସ, କମେଂଟ ବା କେଉଁଠି ବି ଲେଖନ୍ତୁ, କିନ୍ତୁ ଚାଟରେ ନାହିଁ, ଷ୍ଟାଟସ ଓ କମେଂଟରେ ଯଦି ଆପଣ କିଛି ନିର୍ଦ୍ଦିଷ୍ଟ ଶଦ୍ଦ ଲେଖୁଛନ୍ତି, ତାର ରଙ୍ଗ ପରିବର୍ତ୍ତନ ହୋଇ ଯାଇଥାଏ । ଏଥିସହିତ ଏହା ଉପରେ କ୍ଲିକ କରିବା ମାତ୍ରେ ହିଁ ଏଠାରେ କିଛି ଆନିମିଶନ ନଜର ଆସିଥାଏ । ଏଭଳି ତିନୋଟ ଆନିମିସନ ହେଲା ବେଷ୍ଟ ୱଇସେସ, କଂଗ୍ରାଜୁଲେସନ, ୟୁ ଗଡ ବ୍ଲେସ ୟୁ ଆଉ ଏହି ଭଳି ଚତୁର୍ଥ ଶଦ୍ଦଟି ହେଲା ବିଏଫଏଫ । ଆପଣ କେଉଁଠି ବି ବିଏଫଏଫ ଲେଖନ୍ତୁ, ବେଷ୍ଟ ଫ୍ରେଣ୍ଡ ଫରଏଭର ରଙ୍ଗରେ ପରିବର୍ତ୍ତନ ଆସିଯିବ । ଏ

ହା କେବଳ ଏକ ଫିଚର ଅଟେ । ଅନ୍ୟ କିଛି ନୁହେଁ । ଏଭଳି ମଧ୍ୟ ହୋଇପାରେ ଆପଣଙ୍କ ମୋବାଇଲ ଫୋନରେ ବିଏଫଏଫ ଟାଇଫ କରନ୍ତୁ, ଏବଂ ତାଙ୍କୁ ପୋଷ୍ଟ କରନ୍ତୁ । ଯଦି ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ନଆସେ ତେବେ ଆପଣଙ୍କୁ ଲାଗି ପାରେ କି ଆପଣଙ୍କର ଡାଟା ସିକ୍ୱର ନାହିଁ । ହେଲେ ପ୍ରକୃତ କଥାଟି ହେଲା କି, ଆପଣ ଆପଣଙ୍କ ଆପଟିକୁ ଅଫଡେଟ କରି ନାହାନ୍ତି । ଅପଡେଟ କରିବା କ୍ଷଣି ଏହି ଫିଚରଟି ଲାଭ ଆପଣ ଉଠାଇ ପାରିବେ ।