ବ୍ଲକ୍ ହୋଇଯିବ ଆପଣଙ୍କ ଫେସବୁକ୍ ଆକାଉଂଟ ! ଯଦି ଆପଣ କରୁଛନ୍ତି ଏହି ସବୁ ପୋଷ୍ଟ

46

ଫେସବୁକ୍ ଏବଂ ହ୍ୱାଟର୍ସଆପ୍ ଭଳି ସୋସିଆଲ ମିଡିଆ ଆଜିକାର ଯୁବପୀଢିଙ୍କ ଜୀବନରେ ଏଭଳି ଭାବରେ ଜଡିତ ହୋଇଯାଇଛି କି ଏହା ବିନା ଗୋଟିଏ କ୍ଷଣ ପାଇଁ ଅଲଗା ରହିବା କଷ୍ଟକର ହୋଇପଡିଛି । ତେବେ ଫେସବୁକ୍ ଏବଂ ହ୍ୱାଟର୍ସଆପ ଭଳି ପ୍ଲାଟଫର୍ମରେ ଲୋକେ ପ୍ରତିଦିନ କିଛି ନା କିଛି ସେୟାର ଏବଂ ପୋଷ୍ଟ ମଧ୍ୟ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କ ଗୋଟିଏ ଭୁଲ ପାଇଁ ଆପଣଙ୍କର ଫେସବୁକ୍ ଆକାଉଂଟ ସବୁଦିନ ପାଇଁ ବନ୍ଦ ହୋଇ ଯାଇପାରେ । ତେବେ ଆସନ୍ତୁ ଜାଣିବା ।

‘ଦ ଗାର୍ଜିୟନ’ର ଆସିଥିବା ନୁଆ ରିପୋର୍ଟ ମୁତାବକ, ଫେସବୁକ ଜାନୁୟାରୀ ୨୦୧୭ରେ ପାଖାପାଖି ୧୪,୦୦୦ ଏଭଳି ବ୍ୟବହାରକାରୀଙ୍କ ଆକାଉଂଟକୁ ବନ୍ଦ କରି ଦେଇଛି ଯେଉଁମାନେ କି ଫେସବୁକ ଜରିଆରେ ବିଭିନ୍ନ ପ୍ରକାରର ହିଂସା, ଦେଶ ବିରୋଧି ଭାଷଣ, ଆତଙ୍କବାଦ, ଅଶ୍ଳୀଳ ଚିତ୍ର କିମ୍ବା ଭିଡିଓ ଏବଂ ନିଜକୁ କଷ୍ଟ ଦେବାଭଳି କୌଣସି ପ୍ରକାରର ଫଟୋ କିମ୍ବା ଭିଡିଓ ପୋଷ୍ଟ କରିଥିଲେ ।

ତେବେ ଏହାର ସୂଚନା ଫେସବୁକ ସମ୍ବନ୍ଧିୟ କିଛି ଲିକ୍ ହୋଇଥିବା ତଥ୍ୟ କାରଣରୁ ସାମ୍ନାକୁ ଆସିଛି । ରିପୋର୍ଟରେ ଆଉ ମଧ୍ୟ ଦର୍ଶାଯାଇଛି କି ବ୍ୟବହାରକାରୀମାନେ କୌଣସି ଡିଜିଟାଲ ସେକ୍ସ୍ୟୁଆଲ୍ ଇମେଜ ମଧ୍ୟ ଫେସବୁକରେ ସେୟାର ପାରିବେ ନାହିଁ ।