ଫେସବୁକରେ ହେବ ବଡ ପରିବର୍ତ୍ତନ । ମାର୍କ ଜକରବର୍ଗ କଲେ ସତର୍କ । ଏଣିକି ବେଶି ସମୟ ବ୍ୟବହାର କରିପାରିବେନି ୟୁଜର

24

ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ୱେବସାଇଟ୍ ଫେସବୁକ ଏବେ ନିଜ ପୂର୍ବାବସ୍ଥାକୁ ଫେରିବାକୁ ଯାଉଛି । ଯାହାର ସୂଚନା ଖୋଦ୍ ଫେସବୁକର ସିଇଓ ତଥା ମାର୍କ ଜକରବର୍ଗ ଦେଇଛନ୍ତିି । ଜକରବର୍ଗଙ୍କ କହିବା ଅନୁସାରେ, ଏବେ ଫେସବୁକର ନ୍ୟୁଜ୍ ଫିଡରେ ୟୁଜର୍ସଙ୍କୁ ସେମାନଙ୍କର ବନ୍ଧୁ ଏବଂ ପ୍ରିୟପରିଜନଙ୍କ ସହ ଜଡିତ କଂଟେଂଟ ଅଧିକ ମିଳିବ । ସେ କହିଛନ୍ତି କି, ନିକଟରେ ଫେସବୁକ ୟୁଜର୍ସଙ୍କଠାରୁ ତାଙ୍କୁ ଫିଡବ୍ୟାକ୍ ମିଳିଛି କି ବିଭିନ୍ନ ପବ୍ଲିକ୍ କଂଟେଂଟ, ବ୍ୟବସାୟ ସହ ଜଡିତ ପୋଷ୍ଟ, ବ୍ରାଣ୍ଡ ଏବଂ ମିଡିଆ ଇତ୍ୟାଦି ସେମାନଙ୍କର ବ୍ୟକ୍ତିଗତ ମୁହୂର୍ତ୍ତରେ ବାଧାସୃଷ୍ଟି କରୁଛନ୍ତି ।

ମାର୍କ ଜକରବର୍ଗଙ୍କ କହିବା ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ଫେସବୁକରେ ବିଭିନ୍ନ ପ୍ରକାରର ଭିଡିଓ ଏବଂ ପବ୍ଲିକ କଂଟେଂଟର ସଂଖ୍ୟା ପ୍ରବଳମାତ୍ରାରେ ବୃଦ୍ଧିପାଇଛି । ଏପରିକି ଫେସବୁକରେ ବର୍ତ୍ତମାନ ଫ୍ରେଣ୍ଡସ ଏବଂ ଫ୍ୟାମିଲି ପୋଷ୍ଟରୁ ଅଧିକ ପବ୍ଲିକ ପୋଷ୍ଟ ନଜର ଆସୁଛି । ନ୍ୟୁଜ୍ ଫିଡର ବାଲାନ୍ସ ଫେସବୁକ ଦ୍ୱାରା କରାଯାଇଥିବା ମହତ୍ୱପୂର୍ଣ୍ଣ କାର୍ଯ୍ୟ ସହ ସିଫ୍ଟ ହୋଇଯାଇଛି । ଯାହାଦ୍ୱାରା ଲୋକେ ପରସ୍ପର ସହ ସଂପର୍କ ଗଢି ତୋଳିପାରନ୍ତି ।

ଖାଲି ଏତିକି ନୁହେଁ ମାର୍କ ଆହୁରୀ ମଧ୍ୟ କହିଛନ୍ତି କି,ଆଗାମୀ ଦିନମାନଙ୍କରେ ଆପଣଙ୍କୁ ଫେସବୁକର ନ୍ୟୁଜ୍ ଫିଡରେ ଏକ ବଡ ଧରଣର ପରିବର୍ତ୍ତନ ନଜର ଆସିବ । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ ।

ଜାଣନ୍ତୁ କଣ ହେବ ପରିବର୍ତ୍ତନ

• ଫେସବୁକ୍ ନ୍ୟୁଜ୍ ଫିଡର ମୁଖ୍ୟଙ୍କ ସୂଚନା ମୁତାବକ, ୟୁଜର୍ସ କେବଳ ନିଜର ପ୍ରିୟ ପରିଜନଙ୍କ ସହ ଭାବର ଆଦାନପ୍ରଦାନ କରିପାରିବେ ।

• ନୂଆ ଅପଡେଟ୍ ସହିତ ଫେସବୁକ୍ ସେହି ସମସ୍ତ ପୋଷ୍ଟ ଉପରେ ଅଧିକ ଗୁରୁତ୍ୱ ଦେବ ଯେଉଁ ପୋଷ୍ଟରେ ଲୋକେ କାମ ବିଷୟରେ ଆଲୋଚନା କରିପାରିବେ । ଏଭଳି ପୋଷ୍ଟରେ ଲୋକେ ବାଦବିବାଦ କରିପାରିବେ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯିବ ।

• ଫେସବୁକ୍ ମୁତାବକ, ଅପଡେଟ୍ ପରେ ମଧ୍ୟ ୟୁଜର୍ସଙ୍କୁ ପେଜର ପୋଷ୍ଟ ମିଳିବ । ଯାହାକୁ ସେମାନେ ଫଲୋ କରିପାରିବେ । ପୋଷ୍ଟକୁ ନ୍ୟୁଜ୍ ଫିଡରେ ଉପରେ ପାଇବା ପାଇଁ ସି ଫାଷ୍ଟ ଫିଚରର ବ୍ୟବହାର କରାଯାଇପାରିବ ।

ସୌଜନ୍ୟ: ଆଜତକ୍