ସାବଧାନ ! ଏଣିକି ଫେସବୁକ୍ କିମ୍ବା ଟୁଇଟର ବ୍ୟବହାର ଉପରେ ଲାଗିବ ଜରିମାନା

28

ସୋସିଆଲ ମିଡିଆ ୱେବସାଇଟ୍ ଯଥା ଫେସବୁକ ଏବଂ ଟୁଇଟରରେ ପାଖାପାଖି ୨୦ ମିଲିୟନ ବ୍ରିଟିଶ ପାଉଣ୍ଡର ଫାଇନ ଲାଗିବାର ସମ୍ଭାବନା ରହିଛି । ଜାତୀୟ ଗଣମାଧ୍ୟମ ଦ ସନରେ ପ୍ରକାଶତି ଖବର ମୁତାବକ, ଯଦି ଫେସବୁ୍କ ଏବଂ ଟୁଇଟର ସାଇବର କ୍ରାଇମ ରୋକିବାରେ  ଅସଫଳ ହୁଅନ୍ତି ତେବେ ଏହି ସମସ୍ତ କଂପାନୀମାନଙ୍କୁ ଜରିମାନା ଦେବାକୁ ପଡିବ ।

 

ତେବେ ଏଭଳି ବୟାନ ଦେଇଛନ୍ତି ବ୍ରିଟେନର ଡିଜିଟାଲ ମିନିଷ୍ଟର ମାଥୈ ହଙ୍କକ୍ । ଯଦିଓ ମାଥୈଙ୍କ ବୟାନ ଏକ ନିର୍ଦ୍ଦଷ୍ଟ ଟେକ୍ କଂପାନୀ ଉଦ୍ଦେଶ୍ୟରେ ରହିଛି ହେଲେ ଏଥିରେ  ଫେସବୁକ ଏବଂ ଟୁଇଟର ଭଳି କଂପାନୀମାନେ ବି ଅସୁବିଧାରେ ପଡିପାରନ୍ତି । ଏହି ରିଫର୍ମ ଆଧାରରେ ଟେକ୍ କଂପାନୀମାନଙ୍କୁ କଥିତ ରୂପରେ ସୁନିଶ୍ଚିତ କରିବାକୁ ହେବ କି ସେମାନେ ଛୋଟପିଲାମାନଙ୍କ ଆକାଉଂଟରେ ଡିଫଲ୍ଟ ଆଧାରରେ ଅନେକ କଠୋର ନିୟମ ପ୍ରଣୟନ କରିଛନ୍ତି ବୋଲି । ପ୍ରାଇଭେସି ଏଭଳି ହେବା ଦରକାର କି ଯାହାଦ୍ୱାରା ପିଲାମାନେ କୌଣସି ଅସୁବିଧାରେ ନପଡନ୍ତି ।

 

ଏଠାରେ ଆମ କହି ରଖୁଛୁ କି, ଫେସବୁକରେ ସାଇବର ବୁଲିଂ ହେବା ଏକ ସାଧାରଣ ପ୍ରସଙ୍ଗ ଏବଂ ଏହାର ଶିକାର ହୋଇଥିବା ବ୍ୟକ୍ତିବିଶେଷ ଅଧିକାଂଶ ସମୟରେ ଫେସବୁକ୍ ଲାଇଭ ଜରିଆରେ ହିଁ ଆତ୍ମହତ୍ୟା କରିପକାନ୍ତି । ରିପୋର୍ଟ ଅନୁସାରେ, ମାଥୈ କହିଛନ୍ତି କି, ଫେସବୁକ୍ ଏବଂ ଟୁଇଟରକୁ ନିଜର ପ୍ଲାଟଫର୍ମକୁ ବୟସର ତାରତମ୍ୟତାକୁ ଦୃଷ୍ଟିରେ ରଖି ତିଆରି କରିବାକୁ ହେବ । ଅର୍ଥାତ୍ ୧୬ ବର୍ଷରୁ କମ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ସବୁ ସୋସିଆଲ ମିଡିଆ ଆପରେ ସ୍ୱତନ୍ତ୍ର ତରିକାର ସିକ୍ୟୁରିଟି ରହିବା ଆବଶ୍ୟକ ।

ସୌଜନ୍ୟ: ଆଜତକ୍